ରିଅଲ୍‌ରେ ବିବାହ କରିବେ କପିଲ ଶର୍ମାଙ୍କ ରିଲ୍‌ ଲାଇଫ୍‌ ସ୍ତ୍ରୀ!

ମୁମ୍ବାଇ: ଖୁବଶୀଘ୍ର ରିଅଲ୍‌ ଲାଇଫ୍‌ରେ ହାତକୁ ଦି ହାତ ହେବେ କମେଡି କିଙ୍ଗ କପିଲ ଶର୍ମାଙ୍କ ରିଲ୍‌ ଲାଇଫ୍‌ ସ୍ତ୍ରୀ ଭୁରି ଓରଫ୍‌ ସୁମୋନା ଚକ୍ରବର୍ତ୍ତୀ। ବାଜିବ ତାଙ୍କ ଶହାନାଇ। ସେ ସମ୍ରାଟ୍‌ ମୁଖାର୍ଜୀଙ୍କ ସହ ନେବେ ସାତ ଫେରା। ଏନେଇ ବି-ଟାଉନ୍‌ରେ ଚର୍ଚ୍ଚା ଜୋର୍‌ ଧରିଛି। ଗତ କିଛି ଦିନ ହେବ ସୁମୋନ ଚକ୍ରବର୍ତ୍ତୀ କୁଆଡେ ଖୁବଶୀଘ୍ର ବିବାହ କରିବାକୁ ଯାଉଥିବା ନେଇ ଶୁଣିବାକୁ ମିଳିଛି। ଏବେ ଏହି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ସୁମୋନା। […]

Sumona chakraborty

Madhupriya Mistry
  • Published: Wednesday, 25 May 2022
  • , Updated: 25 May 2022, 05:46 PM IST

ମୁମ୍ବାଇ: ଖୁବଶୀଘ୍ର ରିଅଲ୍‌ ଲାଇଫ୍‌ରେ ହାତକୁ ଦି ହାତ ହେବେ କମେଡି କିଙ୍ଗ କପିଲ ଶର୍ମାଙ୍କ ରିଲ୍‌ ଲାଇଫ୍‌ ସ୍ତ୍ରୀ ଭୁରି ଓରଫ୍‌ ସୁମୋନା ଚକ୍ରବର୍ତ୍ତୀ। ବାଜିବ ତାଙ୍କ ଶହାନାଇ। ସେ ସମ୍ରାଟ୍‌ ମୁଖାର୍ଜୀଙ୍କ ସହ ନେବେ ସାତ ଫେରା। ଏନେଇ ବି-ଟାଉନ୍‌ରେ ଚର୍ଚ୍ଚା ଜୋର୍‌ ଧରିଛି। ଗତ କିଛି ଦିନ ହେବ ସୁମୋନ ଚକ୍ରବର୍ତ୍ତୀ କୁଆଡେ ଖୁବଶୀଘ୍ର ବିବାହ କରିବାକୁ ଯାଉଥିବା ନେଇ ଶୁଣିବାକୁ ମିଳିଛି। ଏବେ ଏହି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ସୁମୋନା। ପ୍ରକୃତ ସତ କ'ଣ ତାହା ସମସ୍ତଙ୍କ ଆଗରେ ସେ ବଖାଣିଛନ୍ତି।

'ଦ କପିଲ ଶର୍ମା ଶୋ'ରେ ନିଜ କମେଡି ଜରିଆରେ ପ୍ରତିଟି ଦର୍ଶକଙ୍କ ହୃଦୟ ଜିତି ଥିବା କମେଡିଆନ୍‌ ତଥା ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ ନିଜ ବିବାହକୁ ନେଇ ଏକ ସକ୍ଷାତକାର୍‌ରେ ଖୁଲାସା କରିଛନ୍ତି। ସମସ୍ତ ଚର୍ଚ୍ଚା ଉପରେ ସେ ପୂର୍ଣ୍ଣଛେଦ ପକାଇ ତାଙ୍କ ବିବାହକୁ ନେଇ ହୋଇଥିବା ଗୁଜବକୁ ସେ ମିଛ ବୋଲି କହିଛନ୍ତି। ତାଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେବା ପସନ୍ଦ ନୁହେଁ। ଯଦି ଏଭଳି କିଛି ହୁଏ ଆପଣ ସମସ୍ତଙ୍କୁ ହିଁ ପ୍ରଥମେ ଜଣାଇଛି। ମୁଁ ବିଧିବଦ୍ଧ ଭାବେ ଘୋଷଣା କରିବି ବୋଲି ସେ କହିଛନ୍ତି।

ସୁମୋନା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରିଛନ୍ତି, ଯାହା ତାଙ୍କ ବିବାହ ଖବର ସହ ଜଡିତ। ସୁମୋନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସ୍‌ରେ ଲେଖିଛନ୍ତି, 'ମୋର ବ୍ୟକ୍ତିଗତ ଜୀବନରେ ଆଗ୍ରହ ପ୍ରକାଶ କରିଥିବାରୁ ଧନ୍ୟବାଦ କିନ୍ତୁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ। ମୁଁ ବିବାହ କରୁନାହିଁ, ଆପଣମାନେ ତଥା ମିଡିଆ ପ୍ରତ୍ୟେକ ବର୍ଷ ମୋ ବିବାହ ଖବରକୁ ନେଇ ଚର୍ଚ୍ଚା କରିଥାଏ । ମୁଁ କାହା ସହିତ ଡେଟ କରୁଛି, କାହା ସହିତ ବିବାହ କରିବି ଏବଂ କାହା ସହିତ ମୁଁ ରହୁଛି, ଏହା ମୋର ବ୍ୟକ୍ତିଗତ ବିଷୟ। ଯଦି ମୁଁ କେବେ ଅନୁଭବ କରେ ଯେ ଏହା ଆପଣଙ୍କ ସାମ୍ନାରେ ରଖିବା ଆବଶ୍ୟକ, ତେବେ ମୁଁ କରିବି। ସେପର୍ଯ୍ୟନ୍ତ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ଗୁଜବକୁ ଆଉ ଅଧିକ ବଢ଼ାନ୍ତୁ ନାହିଁ।'

ଏହା ବ୍ୟତୀତ ସେ ସମ୍ରାଟ ମୁଖାର୍ଜୀଙ୍କୁ ନିଜର ଜଣେ ଭଲ ବନ୍ଧୁ ବୋଲି କହିଛନ୍ତି। ସମ୍ରାଟ ମୁଖାର୍ଜୀ ହେଉଛନ୍ତି ଶରବିନ୍‌ ମୁଖାର୍ଜୀଙ୍କ ଭାଇ। ଅଭିନେତ୍ରୀ କାଜୋଲ, ରାଣୀ ମୁଖାର୍ଜୀ, ଅୟାନ ଏବଂ ତନିଷା ମୁଖାର୍ଜୀଙ୍କ ସମ୍ପର୍କୀୟ ଭାଇ। ସମ୍ରାଟ କିଛି ହିନ୍ଦୀ ଫିଲ୍ମ ଏବଂ ବଙ୍ଗାଳି ଅପେରାରେ ଅଭିନୟ କରିଛନ୍ତି। ଅଶୁତୋଷ ଗୱାରେକର୍‌ଙ୍କ ଫିଲ୍ମ 'ଖେଲେ ହମ୍‌ ଜି ଜାନ୍‌ ସେ'ରେ ତାଙ୍କୁ ଅଭିଷେକ ବଚ୍ଚନଙ୍କ ସହ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିରେ ସେ ସ୍ୱାଧୀନତା ସଂଗ୍ରାମୀ ଗଣେଶ ଘୋଷଙ୍କ ଭୂମିକାରେ ନଜର ଆସିଥିଲେ।

Related story