ପୁଣି ବିବାଦରେ କମେଡି କିଙ୍ଗ, ସଫା ସଫା କହିଲେ ଏପରି...

ମୁମ୍ବାଇ:ପୁଣି ଥରେ ବିବାଦରେ କମେଡି କିଙ୍ଗ । କମେଡି କିଙ୍ଗଙ୍କ ଉପରେ ଲାଗିଛି ସାଂଘାତିକ ଆରୋପ । ବଡ଼ ଷ୍ଟାରକାଷ୍ଟ ନ ଥିବାରୁ ନିଜ ଶୋ’ରେ ଫିଲ୍ମମେକର ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ପ୍ରମୋଶନ ପାଇଁ ମନା କରିଦେଲେ କପିଲ। ଜଣେ ୟୁଜରଙ୍କ ପ୍ରଶ୍ନର ଉତ୍ତରରେ ଏପରି ଖୁଲାସା କରିଛନ୍ତି ବିବେକ । ବିବେକଙ୍କ ଫିଲ୍ମ ‘ଦ  କାଶ୍ମୀର ଫାଇଲ୍ସ’ ଖୁବ୍‌ ଶୀଘ୍ର ରିଲିଜ ହେବ । ଅନ୍ୟ ନିର୍ଦ୍ଦେଶକଙ୍କ ପରି ବିବେକ ମଧ୍ୟ ନିଜ ଫିଲ୍ମର ପ୍ରମୋଶନ […]

kapil sharma

Niharika Rout
  • Published: Tuesday, 08 March 2022
  • , Updated: 08 March 2022, 09:12 AM IST

ମୁମ୍ବାଇ:ପୁଣି ଥରେ ବିବାଦରେ କମେଡି କିଙ୍ଗ । କମେଡି କିଙ୍ଗଙ୍କ ଉପରେ ଲାଗିଛି ସାଂଘାତିକ ଆରୋପ । ବଡ଼ ଷ୍ଟାରକାଷ୍ଟ ନ ଥିବାରୁ ନିଜ ଶୋ’ରେ ଫିଲ୍ମମେକର ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ପ୍ରମୋଶନ ପାଇଁ ମନା କରିଦେଲେ କପିଲ। ଜଣେ ୟୁଜରଙ୍କ ପ୍ରଶ୍ନର ଉତ୍ତରରେ ଏପରି ଖୁଲାସା କରିଛନ୍ତି ବିବେକ ।

ବିବେକଙ୍କ ଫିଲ୍ମ ‘ଦ  କାଶ୍ମୀର ଫାଇଲ୍ସ’ ଖୁବ୍‌ ଶୀଘ୍ର ରିଲିଜ ହେବ । ଅନ୍ୟ ନିର୍ଦ୍ଦେଶକଙ୍କ ପରି ବିବେକ ମଧ୍ୟ ନିଜ ଫିଲ୍ମର ପ୍ରମୋଶନ କପିଲଙ୍କ ଶୋ’ରେ କରିବାକୁ ଚାହୁଁଥିଲେ। ହେଲେ ଏଥିନିମନ୍ତେ ସଫା ସଫା ମନା କରିଦେଲେ କପିଲ। କାରଣ କୌଣସି ବଡ଼ ଷ୍ଟାର ନ ଥିବାରୁ କପିଲ ତାଙ୍କ ଫିଲ୍ମ ପ୍ରତି ଆଗ୍ରହ ପ୍ରକାଶ କରୁ ନ ଥିବା କହିଛନ୍ତି  ବିବେକ।

[caption id="attachment_718817" align="aligncenter" width="650"] ବିବେକ ଅଗ୍ନିହୋତ୍ରୀ ଓ କପିଲ ଶର୍ମା ।[/caption]

ବିବେକ ନିଜ ଫିଲ୍ମର ପ୍ରମୋଶନ ପାଇଁ କପିଲଙ୍କ ଶୋ’କୁ ଯିବା ଉଚିତ ବୋଲି ଜଣେ ୟୁଜର ଟ୍ୱିଟରରେ କହିଥିଲେ। ଏହାର  ଉତ୍ତର ଦେବାକୁ ଯାଇ ବିବେକ କହିଛନ୍ତି, କପିଲ ନିଜ ଶୋ’ରେ କାହାକୁ ଆମନ୍ତ୍ରଣ କରିବେ ତାହା ତାଙ୍କ ଉପରେ ଓ ତାଙ୍କ ଟିମ୍‌ ଉପରେ ନିର୍ଭର କରେ। ମୁଁ ମଧ୍ୟ ତାଙ୍କର ବହୁତ ବଡ଼ ଫ୍ୟାନ୍‌ । ହେଲେ ଭଲ ନିର୍ଦ୍ଦେଶକ, କଳାକାର, ଲେଖକଙ୍କର ବଲିଉଡରେ କିଛି ମୂଲ୍ୟ ନାହିଁ।

ଆମ ଫିଲ୍ମରେ ବଡ଼ କମର୍ସିଆଲ ଷ୍ଟାର ନ ଥିବାରୁ କପିଲ ତାଙ୍କ ଶୋ’ରେ ଆମକୁ ନିମନ୍ତ୍ରଣ କରିବାକୁ ସଫା ସଫା ମନା କରିଦେଇଥିବା କହିଛନ୍ତି ବିବେକ । ବିବେକଙ୍କ ଏପରି ଟ୍ୱିଟ ପରେ ୟୁଜର୍ସ କପିଲଙ୍କୁ ପ୍ରବଳ ଟ୍ରୋଲ କରୁଛନ୍ତି। ହେଲେ ଏ ସମ୍ପର୍କରେ କପିଲଙ୍କ ରିଆକ୍ସନ ଜଣାପଡ଼ିନି ।

‘ ଦ କଶ୍ମୀର ଫାଇଲ୍ସ’ ୯୦ ଦଶକରେ କଶ୍ମୀର ପଣ୍ଡିତଙ୍କ କାହାଣୀ ଉପରେ ପର୍ଯ୍ୟବେସିତ । ଏହି ଫିଲ୍ମରେ ଅନୁପମ ଖେର, ମିଥୁନ ଚର୍କବର୍ତ୍ତୀ, ପଲ୍ଲବୀ ଯୋଶୀ, ଦର୍ଶନ କୁମାମ, ମୃଣାଳ କୁଲକର୍ଣ୍ଣୀ, ଅତୁଲ ଶ୍ରୀବାସ୍ତବଙ୍କ ପରି ଷ୍ଟାରକାଷ୍ଟ ଅଛନ୍ତି।

Related story