Advertisment

ଟେଲିଭିଜନର ରାମଙ୍କୁ ଦେଖି କାନ୍ଦି ପକାଇଲେ ଜଗଦ୍‌ଗୁରୁ

ମୁମ୍ବାଇ: ଟେଲିଭିଜନର ପପୁଲାର ଷ୍ଟାର୍ ଅରୁଣ ଗୋବିଲ। ସେ ରାମାୟଣ ସିରିଏଲ୍‌ରେ ରାମ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ। ରାମ ଚରିତ୍ରରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ହୃଦୟରେ ଏଭଳି ଛାପ ଛାଡିଛି ଯେ, ଆଜି ମଧ୍ୟ ଲୋକେ ତାଙ୍କର ସେହି ଚରିତ୍ରକୁ ମନେ ରଖିଛନ୍ତି। ଅନେକ ଲୋକେ ଅଭିନେତାଙ୍କୁ ଭଗବାନ ରାମଙ୍କ ଭଳି ପୂଜା କରନ୍ତି। ତାଙ୍କୁ ପାଖରେ ଦେଖି ଭାବବିହ୍ୱଳ ହୋଇପଡୁଛନ୍ତି। ତାଙ୍କ ପାଦ ତଳେ ମଧ୍ୟ ପଡିଯାନ୍ତି। ଏବେ ଅରୁଣ […]

author-image
Madhupriya Mistry
ଟେଲିଭିଜନର ରାମଙ୍କୁ ଦେଖି କାନ୍ଦି ପକାଇଲେ ଜଗଦ୍‌ଗୁରୁ

ramayan-fame-arun-govil

ମୁମ୍ବାଇ: ଟେଲିଭିଜନର ପପୁଲାର ଷ୍ଟାର୍ ଅରୁଣ ଗୋବିଲ। ସେ ରାମାୟଣ ସିରିଏଲ୍‌ରେ ରାମ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ। ରାମ ଚରିତ୍ରରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ହୃଦୟରେ ଏଭଳି ଛାପ ଛାଡିଛି ଯେ, ଆଜି ମଧ୍ୟ ଲୋକେ ତାଙ୍କର ସେହି ଚରିତ୍ରକୁ ମନେ ରଖିଛନ୍ତି। ଅନେକ ଲୋକେ ଅଭିନେତାଙ୍କୁ ଭଗବାନ ରାମଙ୍କ ଭଳି ପୂଜା କରନ୍ତି। ତାଙ୍କୁ ପାଖରେ ଦେଖି ଭାବବିହ୍ୱଳ ହୋଇପଡୁଛନ୍ତି। ତାଙ୍କ ପାଦ ତଳେ ମଧ୍ୟ ପଡିଯାନ୍ତି। ଏବେ ଅରୁଣ ଗୋବିଲଙ୍କୁ ଦେଖି ଜଣେ ଜଗଦ୍‌ଗୁରୁ ମଧ୍ୟ ଭାବ ବିହ୍ୱଳ ହୋଇପଡିଛନ୍ତି।

Advertisment

ନିକଟରେ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ଏକ ସତ୍‌ସଙ୍ଗରେ ଅରୁଣ ଗୋବିଲ ପହଞ୍ଚିଥିଲେ। ସେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ଗୋଡ ଛୁଇଁଥିଲେ। ଅରୁଣ ଗୋବିଲଙ୍କୁ ଦେଖି ରାମଭଦ୍ରାଚାର୍ଯ୍ୟ ସଙ୍ଗେ ସଙ୍ଗେ ତାଙ୍କୁ କୁଣ୍ଢେଇ ପକାଇଥିଲେ। ତାଙ୍କୁ ଆଲିଙ୍ଗନ କରି ସେ କାନ୍ଦି ପକାଇଥିଲେ। ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

https://twitter.com/harshasherni/status/1610580579334094849?s=20&t=ev5_T7BgTKXuJU8W7k_SWw

Advertisment

ଅରୁଣ ଗୋବିଲଙ୍କୁ ଦେଖି ସ୍ୱାମୀ ରାମଭଦ୍ରାଚାର୍ଯ୍ୟା ଯେପରି ସାକ୍ଷାତ ରାମଙ୍କୁ ଭେଟିଥିବା ଅନୁଭବ କରିଥିଲେ। ସେ ଅରୁଣଙ୍କ ଭେଟି ଖୁସି ଜାହରି କରିଥିଲେ। ସେ ଅରୁଣ ଗୋବିଲଙ୍କ ପ୍ରଶଂସା କରି କହିଥିଲେ, ତୁମେ ଅଭିନୟ କରୁଥିଲ, କିନ୍ତୁ ଆଖି ବନ୍ଦ କଲେ ତୁମ ଠାରେ ଭଗବାନ ରାମଙ୍କ ସ୍ୱରୂପ ମୋତେ ଦେଖାଯାଉଥିଲା।

ଅଭିନେତା ଅରୁଣ ଗୋବିଲଙ୍କ ସହ ଆଜି ବି ଲୋକଙ୍କ ଭାବନା ଜଡିତ ହୋଇ ରହିଛି। କାରଣ ସେ ରାମଙ୍କ ଅଭିନୟ କରୁଥିଲେ। ଏଥିପାଇଁ ଆଜି ବି ଲୋକେ ଅରୁଣ ଗୋବିଲଙ୍କୁ ଭଗବାନ ରାମଙ୍କ ଭଳି ପୂଜା କରନ୍ତି।