Advertisment

ହସ୍ପିଟାଲରେ କାଚା ବାଦାମ ଫେମ୍‌ ଭୁବନ

କୋଲକାତା: ସଡକ ଦୁର୍ଘଟଣାର ଶିକାର ହେଲେ କାଚା ବାଦାମ ଗୀତ ଗାଇ ରାତାରାତି ପପୁଲାର ହୋଇଥିବା ଭୁବନ ବଦ୍ୟାକର।  ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଛାତିରେ ଓ ଶରୀର ବିଭିନ୍ନ ଅଙ୍ଗରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ତୁରନ୍ତ ପଶ୍ଚିମବଙ୍ଗର ବୀରଭୂମ ସ୍ଥିତ ସରି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ନିକଟରେ ଭୁବନ ଏକ ସେକେଣ୍ଡ ହ୍ୟାଣ୍ଡ କାର କିଣିଛନ୍ତି। ସେଥିପାଇଁ ସେ କାର ଚଳାଇବା ଶିଖୁଥିଲେ। ସେହି […]

ହସ୍ପିଟାଲରେ କାଚା ବାଦାମ ଫେମ୍‌ ଭୁବନ

bhuban-badyakar

Advertisment

କୋଲକାତା: ସଡକ ଦୁର୍ଘଟଣାର ଶିକାର ହେଲେ କାଚା ବାଦାମ ଗୀତ ଗାଇ ରାତାରାତି ପପୁଲାର ହୋଇଥିବା ଭୁବନ ବଦ୍ୟାକର।  ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଛାତିରେ ଓ ଶରୀର ବିଭିନ୍ନ ଅଙ୍ଗରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ତୁରନ୍ତ ପଶ୍ଚିମବଙ୍ଗର ବୀରଭୂମ ସ୍ଥିତ ସରି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି।

Advertisment

ସୂଚନା ମୁତାବକ, ନିକଟରେ ଭୁବନ ଏକ ସେକେଣ୍ଡ ହ୍ୟାଣ୍ଡ କାର କିଣିଛନ୍ତି। ସେଥିପାଇଁ ସେ କାର ଚଳାଇବା ଶିଖୁଥିଲେ। ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ କଚା ବାଦାମ ଫେମ୍‌ ଗାୟକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପଶ୍ଚିମବଙ୍ଗର ଗାଁରେ ବାଦମ୍‌ ବିକ୍ରି କରୁଥିବା ୫୦ ବର୍ଷୀୟ ଭୁବନ ନିଜର 'କାଚା ବାଦାମ' ଗୀତ ଯୋଗୁଁ ଚର୍ଚ୍ଚାକୁ ଆସିଥିଲେ। ସୋସିଆଲ ମିଡିଆରେ ଛୋଟରୁ ବଡ ଯାଏଁ ସମସ୍ତଙ୍କୁ ପାଗଳ କରିଥିଲା ତାଙ୍କର ଏହି ଗୀତ। ସମସ୍ତେ ସେହି ଗୀତରେ ଭିଡିଓ ବନାଇଥିଲେ। ଏହି ଗୀତ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବା ପରେ ଭୁବନ ପପୁଲାର ହୋଇଥିଲେ।

Advertisment

ନିକଟରେ ଏକ ସଙ୍ଗୀତ କମ୍ପାନୀ ପାଇଁ ଭୁବନ କଚା ବାଦାମ ଗୀତର ଏକ ରିମିକ୍ସ ଭିଡିଓ ମଧ୍ୟ ଶୁଟିଂ କରିଥିଲେ, ଯାହାକୁ ୫୦ ଲକ୍ଷରୁ ବି ଅଧିକ ଭ୍ୟୁଜ୍‌ ମିଳିସାରିଲାଣି। ସେ ଅନେକ କମ୍ପାନୀ ଏବଂ ଟିଭି ଶୋ’ରୁ ଅଫର୍‌ ପାଇଛନ୍ତି। ବର୍ତ୍ତମାନ ତାଙ୍କ ଜୀବନ ଜଣେ ବାଦାମ ବିକାଳିରୁ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି। ସେ ପାଲଟି ଯାଇଛନ୍ତି ସୋଶାଲ ମିଡିଆ ଷ୍ଟାର୍‌।

ଭୁବନ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ରୁହନ୍ତି। ତାଙ୍କ ଘର ଦୁବରାଜପୁର ବ୍ଲକ କୁରାଲଜୁରି ଗାଁରେ। ଭୁବନ ଗାଁ ଗାଁ ବୁଲି ଭଙ୍ଗା ଜିନିଷ ବଦଳରେ ବାଦାମ ବିକ୍ରି କରନ୍ତି। କୁହାଯାଉଛି ଯେ, ସେ ପ୍ରତିଦିନ ୩ରଯୁ ୪ କିଲୋ ବାଦାମ ବିକ୍ରି କରନ୍ତି ଏବଂ ଦିନରେ ୨୦୦ରୁ ୫୦୦ ଟଙ୍କା ଯାଏଁ ଅର୍ଜନ କରନ୍ତି। ଭୁବନଙ୍କ ପରିବାରରେ ତାଙ୍କ ପତ୍ନୀ, ୨ ପୁଅ ଓ ଜଣେ ଝିଅ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe