Advertisment

ପୁଣି ଫେରୁଛନ୍ତି କମେଡି କିଙ୍ଗ କପିଲ, ଆସିଲା ଫାଷ୍ଟଲୁକ୍‌

ମୁମ୍ବାଇ: ପୁଣି ପରଦାକୁ ଫେରୁଛନ୍ତି କମେଡି କିଙ୍ଗ କପିଲ। ପୁଣି ବସିବ ହସର ମେହଫିଲ। ନିଜ କମେଡି ଜୋକ୍ସରେ ଦର୍ଶକଙ୍କୁ ହସାଇ ହସାଇ କରିବେ ବେଦମ୍। ଲାଗିବ କମେଡିର ତଡକା। ନିଜେ ହସିବେ ଓ ଅନ୍ୟକୁ ମଧ୍ୟ ହସାଇବେ। ଖୁବ୍‌ଶୀଘ୍ର ଟିଭି ପରଦାକୁ ଫେରୁଛି ‘ଦ କପିଲ ଶର୍ମା ଶୋ’। ଖୁବଶୀଘ୍ର ନୂଆ ସିଜିନ ସହ କପିଲ ଶର୍ମା ଟିଭି ପରଦାକୁ ଫେରୁଛନ୍ତି। ଏନେଇ ସେ ଘୋଷଣା ମଧ୍ୟ କରିଛନ୍ତି। ସେ ନିଜ ଟ୍ୱିଟର ଓ ଇନ୍‌ଷ୍ଟାଗ୍ରାମ […]

ସାମ୍ନାକୁ ଆସିଲା କମେଡି କିଙ୍ଗ କପିଲଙ୍କ ପୁଅର ପ୍ରଥମ ଫଟୋ

kapil sharma

Advertisment

ମୁମ୍ବାଇ: ପୁଣି ପରଦାକୁ ଫେରୁଛନ୍ତି କମେଡି କିଙ୍ଗ କପିଲ। ପୁଣି ବସିବ ହସର ମେହଫିଲ। ନିଜ କମେଡି ଜୋକ୍ସରେ ଦର୍ଶକଙ୍କୁ ହସାଇ ହସାଇ କରିବେ ବେଦମ୍। ଲାଗିବ କମେଡିର ତଡକା। ନିଜେ ହସିବେ ଓ ଅନ୍ୟକୁ ମଧ୍ୟ ହସାଇବେ। ଖୁବ୍‌ଶୀଘ୍ର ଟିଭି ପରଦାକୁ ଫେରୁଛି ‘ଦ କପିଲ ଶର୍ମା ଶୋ’।

Advertisment

ଖୁବଶୀଘ୍ର ନୂଆ ସିଜିନ ସହ କପିଲ ଶର୍ମା ଟିଭି ପରଦାକୁ ଫେରୁଛନ୍ତି। ଏନେଇ ସେ ଘୋଷଣା ମଧ୍ୟ କରିଛନ୍ତି। ସେ ନିଜ ଟ୍ୱିଟର ଓ ଇନ୍‌ଷ୍ଟାଗ୍ରାମ ଜରିଆରେ ଶୋ’ର ଷ୍ଟାରକାଷ୍ଟଙ୍କ ସହ କିଛି ଫଟୋ ସେଆର କରିଛନ୍ତି। ଏହି ଫଟୋକୁ ସେଆର କରି କପିଲ ଲେଖିଛନ୍ତି ‘ପୁରୁଣା ମୁହଁ ସହ ନୂଆ ଆରମ୍ଭ କରିବାକୁ ଯାଉଛି।’

ଫଟୋରେ କପିଲ ଶର୍ମାଙ୍କ ସହ କ୍ରିଷ୍ଣା, କିକୁ ସାରଦା, ଭାରତୀ ସିଂହ, ଚନ୍ଦନ ପ୍ରଭାକର, ସୁଦେଶ ଲାହରୀ ପ୍ରମୁଖ ନଜର ଆସିଛନ୍ତି।

Advertisment

ତେବେ ଏହି କମେଡି ଶୋ’ କେବେ ଠାରୁ ଟିଭିରେ ଆରମ୍ଭ ହେବ ସେ ନେଇ କିଛି ସୂଚନା ମିଳିନାହିଁ। କେବଳ କପିଲ ଫଟୋକୁ ସେଆର କରି ‘ଖୁବ୍‌ଶୀଘ୍ର ଆସୁଅଛୁ’ ବୋଲି ଲେଖିଛନ୍ତି । କପିଲଙ୍କ ଏହି ଘୋଷଣା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

ସୂଚନା ମୁତାବକ କପିଳ ଶର୍ମା ନିଜ ଦ୍ୱିତୀୟ ସନ୍ତାନର ଜନ୍ମ ପରେ ଟିଭି ପରଦାରୁ ବ୍ରେକ୍ ନେଇଥିଲେ। ନିଜ ପରିବାର ସହ ସେ କ୍ୱାଲିଟି ଟାଇମ୍ ବିତାଉଥିଲେ।

https://twitter.com/KapilSharmaK9/status/1416728196427436034?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe