Advertisment

ପୂରଣ ହେଲା କପିଲ ଶର୍ମାଙ୍କ ବଡ଼ ସ୍ୱପ୍ନ

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ପୂରଣ ହେଲା ବଡ ସ୍ୱପ୍ନ। ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଥିବା ଯୋଗୁଁ ଖୁସିରେ ଫାଟି ପଡିଲେ କପିଲା। ନିଜ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେଆର କରି ସୂଚନା ମଧ୍ୟ ଦେଲେ। ନିକଟରେ କପିଲା ଶର୍ମାଙ୍କ ଶୋ’କୁ ଅତିଥି ହୋଇ ଆସିଥିଲେ ସାଉଥ ସୁପରଷ୍ଟାର୍‌ କମଲ ହାସନ। ନିଜ ଫେଭରେଟ୍‌ ଅଭିନେତାଙ୍କୁ ପାଖରେ ପାଇ ବେଶ୍‌ ଖୁସି ହୋଇଯାଇଥିଲେ କମେଡି କିଙ୍ଗ ଏବଂ ତାଙ୍କର କମଲ ହାସନଙ୍କୁ ଭେଟିବା ସ୍ୱପ୍ନ ପୂରଣ […]

ପୂରଣ ହେଲା କପିଲ ଶର୍ମାଙ୍କ ବଡ଼ ସ୍ୱପ୍ନ

Kapil Sharma

Advertisment

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ପୂରଣ ହେଲା ବଡ ସ୍ୱପ୍ନ। ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଥିବା ଯୋଗୁଁ ଖୁସିରେ ଫାଟି ପଡିଲେ କପିଲା। ନିଜ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେଆର କରି ସୂଚନା ମଧ୍ୟ ଦେଲେ।

Advertisment

ନିକଟରେ କପିଲା ଶର୍ମାଙ୍କ ଶୋ'କୁ ଅତିଥି ହୋଇ ଆସିଥିଲେ ସାଉଥ ସୁପରଷ୍ଟାର୍‌ କମଲ ହାସନ। ନିଜ ଫେଭରେଟ୍‌ ଅଭିନେତାଙ୍କୁ ପାଖରେ ପାଇ ବେଶ୍‌ ଖୁସି ହୋଇଯାଇଥିଲେ କମେଡି କିଙ୍ଗ ଏବଂ ତାଙ୍କର କମଲ ହାସନଙ୍କୁ ଭେଟିବା ସ୍ୱପ୍ନ ପୂରଣ ମଧ୍ୟ ହୋଇଯାଇଥିଲା। କପିଲ ଇନ୍‌ଷ୍ଟାଗ୍ରାମରେ ସୁଟିଂ ସେଟ୍‌ରୁ କମଲ ହାସନଙ୍କ ସହ ସେଲ୍ଫି ଉଠାଇ ଫଟୋ ଶେଆର କରିଛନ୍ତି।

Kapil Sharma's 'dream comes true' as he meets Kamal Haasan, clicks selfie - Hindustan Times

କପିଲ ନିଜ ଇନଷ୍ଟାଗ୍ରାମରେ ଅନେକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ କପିଲଙ୍କ ବ୍ୟତୀତ ଅଭିନେତ୍ରୀ ଅର୍ଚନା ପୂରନ୍‌ ସିଂହ, କମେଡିଆନ୍‌ କୃଷ୍ଣା ଅଭିଷେକ, କିକୁ ଶାରଦା ମଧ୍ୟ ନଜର ଆସିଛନ୍ତି। ଫଟୋକୁ ଶେଆର କରି କପିଲ କ୍ୟାପସନରେ ଲେଖିଛନ୍ତି, 'ଯେତେବେଳେ ଆପଣଙ୍କ ସ୍ୱପ୍ନ ପୂରଣ ହୋଇଯାଏ। ଆମ ଫିଲ୍ମ ଇଣ୍ଡଷ୍ଟ୍ରିର ଲିଜେଣ୍ଡ ମିଷ୍ଟର କମଲ ହାସନଙ୍କ ସହ କିଛି ସମୟ ବିତାଇଲି। ଆମ ଶୋ'ର ଶୋଭା ବଢ଼ାଇଥିବାରୁ ଧନ୍ୟବାଦ।' କପିଲ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ମଧ୍ୟ କମଲ ହସାନଙ୍କ ସହ ଉଠାଇଥିବା ଫଟୋକୁ ଶେଆର କରିଛନ୍ତି।

Advertisment

କମଲ ହାସନ ଖୁବ୍‌ଶୀଘ୍ର ତାଙ୍କ ଅପ୍‌କମିଂ ଫିଲ୍ମ 'ବିକ୍ରମ'ରେ ନଜର ଆସିବେ। ଏହା ଏକ ତାମିଲ ଫିଲ୍ମ, ଯାହା ଜୁନ୍‌ ୩ରେ ରିଲିଜ ହେବ। କମଲ ନିଜ ରାଜ କମଳ ଫିଳ୍ମ ଇଣ୍ଟରନ୍ୟାସନାଲ ବ୍ୟାନର ତଳେ ଏହାକୁ ପ୍ରଡ୍ୟୁସ କରିଛନ୍ତି। ଏହାକୁ ଲୋକେଶ କନଗରାଜନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମରେ ବିଜୟ ସେତୁପତି ଏବଂ ଫହଦ ଫାସିଲ ମଧ୍ୟ ନଜର ଆସିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe