Advertisment

ମଦ ନିଶାରେ ସ୍ତ୍ରୀଙ୍କ ସହ କ'ଣ କରିଥିଲେ କପିଲ?

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା। ତାଙ୍କ କଥା କହିବା ଶୈଳୀ ଆଉ ଜୋକ୍‌ ଶୁଣି ସମସ୍ତେ ହସି ହସି ବେଦମ୍‌ ହୋଇଯାଆନ୍ତି। ସେ ଲୋକଙ୍କୁ ହସାଇବା ପାଇଁ କୌଣସି ବି ମଉକା ଛାଡନ୍ତି ନାହିଁ। ସେ ଟିଭି ହେଉ ଅବା କୌଣସି ଆୱାର୍ଡ ଶୋ’ ସବୁଠି ସେ ନିଜ କମେଡିର ତଡ୍‌କା ଲଗାଇବାକୁ ଭୁଲନ୍ତି ନାହିଁ।  ନିକଟରେ କପିଲ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ ଖୁଲାସା କରିଛନ୍ତି। ମଦ ନିଶାରେ ନିଜ ପତ୍ନୀଙ୍କ […]

author-image
Madhupriya Mistry
ମଦ ନିଶାରେ ସ୍ତ୍ରୀଙ୍କ ସହ କ'ଣ କରିଥିଲେ କପିଲ?

Kapil and ginni

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା। ତାଙ୍କ କଥା କହିବା ଶୈଳୀ ଆଉ ଜୋକ୍‌ ଶୁଣି ସମସ୍ତେ ହସି ହସି ବେଦମ୍‌ ହୋଇଯାଆନ୍ତି। ସେ ଲୋକଙ୍କୁ ହସାଇବା ପାଇଁ କୌଣସି ବି ମଉକା ଛାଡନ୍ତି ନାହିଁ। ସେ ଟିଭି ହେଉ ଅବା କୌଣସି ଆୱାର୍ଡ ଶୋ' ସବୁଠି ସେ ନିଜ କମେଡିର ତଡ୍‌କା ଲଗାଇବାକୁ ଭୁଲନ୍ତି ନାହିଁ।  ନିକଟରେ କପିଲ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ ଖୁଲାସା କରିଛନ୍ତି। ମଦ ନିଶାରେ ନିଜ ପତ୍ନୀଙ୍କ ସହ କ'ଣ କରିଥିଲେ ତା'ର ଖୁଲାସା କରିଛନ୍ତି କପିଲ।

Advertisment

ଟେଲିଭିଜନ ପରେ ଏବେ ଓଟିଟିରେ କମେଡି କିଙ୍ଗ।  ନେଟ୍‌ଫ୍ଳିକ୍ସରେ ଷ୍ଟାଣ୍ଡ-ଅପ-ସ୍ପେଶାଲ 'ଆଇ ଏମ୍‌ ନଟ୍‌ ଡନ୍‌ ୟେଟ୍‌'ରେ ନିଜ ଲଭ୍‌ଷ୍ଟୋରୀ ବଖାଣିଛନ୍ତି କପିଲ। ସେ କିଭଳି ଗିନ୍ନି ଚତରଥଙ୍କୁ ପ୍ରଥମ ଥର ପାଇଁ ପ୍ରପୋଜ କରିଥିଲେ ତାର ଖୁଲାସା କରିଛନ୍ତି। ସେ ଗିନ୍ନିଙ୍କୁ ପ୍ରଥମେ ବିବାହ ପାଇଁ ପ୍ରୋପଜାଲ ଦେବା ଲାଗି ମଦର ସାହାରା ନେଇଥିଲେ। ସେ ମଦ ପିଇ ନିଶାରେ ଫୋନ୍‌ରେ ଗିନ୍ନିଙ୍କୁ ବିବାହ ଲାଗି ପ୍ରପୋଜ କରିଥିଲେ ବୋଲି କହିଛନ୍ତି।

Ginni Chatrath Has The Best Comeback For Why She Chose Kapil Sharma: "Maine  Socha 'Is Gareeb Ka Bhala Kardu'” - Watch Hilarious Video!

ଏକ ମିନିଟ୍‌ର ଲମ୍ବା ଭିଡିଓରେ ସମସ୍ତ ଅଭିନେତ୍ରୀଙ୍କ ମଧ୍ୟରୁ ଗିନ୍ନିଙ୍କୁ ଫେଭରେଟ୍‌ କହି କପିଲ କହିଛନ୍ତି, 'ମୁଁ ତାଙ୍କୁ ଅଧିକ କାମ ଦେଉଥିଲି। ସେ ମୋତେ ଫୋନ୍‌ କରୁଥିଲେ। ଦିନ ସାରା କ'ଣ ଘଟିଲା କେତେ ରିର୍ହସାଲ କଲେ ତା'ର ରିପୋର୍ଟ ଦେଉଥିଲେ ଗିନ୍ନି।'

Advertisment

ଏହାପରେ ଭିଡିଓରେ ସାମ୍ନାରେ ବସିଥିବା ସ୍ତ୍ରୀ ଗିନ୍ନିଙ୍କୁ କପିଲ ପଚାରୁଛନ୍ତି 'କ'ଣ ଦେଖି ଏ ସ୍କୁଟର ବାଲା ସହ ବିବାହ କରିଥିଲ? ଏହାର ଉତ୍ତରରେ ଗିନ୍ନି ମଜାଳିଆ ଢ଼ଙ୍ଗରେ କହୁଛନ୍ତି, କିଛି ନାହିଁ ସମସ୍ତେ ଧନିଙ୍କୁ ବିବାହ କରୁଛନ୍ତି, ମୁଁ ଭାବିଲି ଏ ଗରିବ ଲୋକର ଟିକେ ଭଲ କରିଦେବି।'

ସୂଚନା ମୁତାବକ, ୨୦୧୮ରେ କପିଲ ଶର୍ମା ଓ ଗିନ୍ନି ଚତରଥଙ୍କ ବିବାହ ହୋଇଥିଲା। କପିଲ ଓ ଗିନ୍ନିଙ୍କ ଯୋଡିକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରନ୍ତି। କପିଲ ଓ ଗିନ୍ନିଙ୍କୁ ପୁଅ ତ୍ରିସାନ୍‌ ଓ ଝିଅ ଅନାୟରା ଅଛି।