Advertisment

କପିଲ ଶର୍ମାଙ୍କ ଶୋ'ରେ ପଶିଲା କରୋନା! ସୁମୋନା ସଂକ୍ରମିତ

ମୁମ୍ବାଇ: ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା’ରେ ପଶିଲା କରୋନା। ସଂକ୍ରମିତ ହେଲେ କପିଲ ଶର୍ମା ଶୋ’ ଫେମ୍‌ ସୁମୋନା ଚକ୍ରବର୍ତ୍ତୀ। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ଭୁରି ଓରଫ୍‌ ସୁମୋନା ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହିଛି। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ସେ ନିଜକୁ ଘରେ ଆଇସୋଲେଟ୍‌ କରିଛନ୍ତି। ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ସେମାନଙ୍କୁ ସେ କରୋନା ଟେଷ୍ଟ […]

ଅଦ୍ୟତନ ହୋଇଛି
କପିଲ ଶର୍ମାଙ୍କ ଶୋ'ରେ ପଶିଲା କରୋନା! ସୁମୋନା ସଂକ୍ରମିତ

Sumona chakravarti

Advertisment

ମୁମ୍ବାଇ: ଲୋକପ୍ରିୟ କମେଡି ଶୋ' 'ଦ କପିଲ ଶର୍ମା'ରେ ପଶିଲା କରୋନା। ସଂକ୍ରମିତ ହେଲେ କପିଲ ଶର୍ମା ଶୋ' ଫେମ୍‌ ସୁମୋନା ଚକ୍ରବର୍ତ୍ତୀ। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ଭୁରି ଓରଫ୍‌ ସୁମୋନା ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି।

Advertisment

ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହିଛି। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ସେ ନିଜକୁ ଘରେ ଆଇସୋଲେଟ୍‌ କରିଛନ୍ତି। ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ସେମାନଙ୍କୁ ସେ କରୋନା ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି।

सुमोना चक्रवर्ती की पोस्ट

ସୁମୋନା ଚକ୍ରବର୍ତ୍ତୀ ଜଣେ କମେଡିଆନ୍‌ ହେବା ସହ ସୋଶାଲ ମିଡିଆରେ ମଧ୍ୟ ବେଶ୍‌ ଆକ୍ଟିଭ। ତାଙ୍କର ସୋଶାଲ ମିଡିଆରେ ଏକ ମିଲିଅନ୍‌ରୁ ଅଧିକ ପଲୋର୍ସ ଅଛନ୍ତି। ତାଙ୍କୁ 'ଦ କପିଲ ଶର୍ମା' ଶୋ' ଏବଂ 'ବଡେ ଅଛେ ଲଗ୍‌ତେ ହେଁ'ରୁ ପପୁଲାରି ମିଳିଛି। ସେ ନିଜ ଦମ୍‌ଦାର କମେଡି ବଳରେ ଫ୍ୟାନ୍‌ମାନଙ୍କ ହୃଦୟରେ ରାଜ କରନ୍ତି।

Advertisment

ସୁମୋନାଙ୍କ ପୂର୍ବରୁ ଅନେକ ସେଲେବ୍ରିଟି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ଏକତା କପୁର, ପ୍ରେମ ଚୋପ୍ରା ଏବଂ ତାଙ୍କ ପତ୍ନୀ, ଅର୍ଜୁନ କପୁର ଏବଂ ତାଙ୍କ ଭଉଣୀ ଅଂଶୁଲା କପୁର, ରିଆ କପୁର ଓ ତାଙ୍କ ସ୍ୱାମୀ କରଣ ବୁଲାନି, ଦ୍ରଷ୍ଟି ଧାମୀ, ଡେଲନାଜ ଇରାନୀ, କରୀନା କପୁର ଓ ଅମୃତା ଅରୋରା ମଧ୍ୟ କରୋନାରେ ସଂକ୍ରମିତ ହୋଇସାରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe