/odisha-reporter/media/post_attachments/uploads/2022/05/karan-johar.jpg)
karan-johar
ମୁମ୍ବାଇ: ପ୍ରଶଂସକଙ୍କ ମଉଳିଲା ସବୁ ଆଶା। ବନ୍ଦ ହୋଇଯିବ ଲୋକପ୍ରିୟ ଟିଭି ଶୋ' 'କଫି ୱିଥ କରନ୍'। ଆଉ ପରଦାରେ ଦେଖିବାକୁ ମିଳିବନି କରନ୍ଙ୍କ କାଉଣ୍ଟାର ଆଟାକ୍। ସେଲେବ୍ରିଟିଙ୍କ ସିକ୍ରେଟ୍ ମଧ୍ୟ ହୋଇପାରିନି ରିଭିଲ୍। ଏନେଇ ଖୋଦ୍ ଘୋଷଣା କରିଛନ୍ତି ବଲିଉଡ ଜଣାଶୁଣା ଫିଲ୍ମ ନିର୍ମାତା ତଥା ଶୋର ହୋଷ୍ଟ୍ କରନ୍ ଜୋହର।
କରନ୍ ନିଜ ଇନ୍ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ ଦୁଃଖର ସହ ଏହି ସେଲେବ୍ରିଟି ଟକ୍ ଶୋ' ଆଉ ଟିଭି ପରଦାକୁ ଆସିବ ନାହିଁ ବୋଲି କହିଛନ୍ତି। କେବଳ ଇନ୍ଷଟାଗ୍ରାମରେ ନୁହେଁ ଟ୍ୱିଟ୍ରରେ ମଧ୍ୟ ପୋଷ୍ଟ ଶେଆର କରି ସେ ନିଜ ଫ୍ୟାନ୍ମାନଙ୍କୁ ଏହି ଦୁଃଖଦ ଖବର ଜଣାଇଛନ୍ତି।
କରନ୍ ନିଜ ଇନ୍ଷ୍ଟାଗ ପୋଷ୍ଟରେ ଲେଖିଛନ୍ତି, 'ମହତ୍ତ୍ୱପୂର୍ଣ୍ଣ ଘୋଷଣା…କଫି ୱିଥ୍ କରନ କାର୍ଯ୍ୟକ୍ରମ ମୋର ଆଉ ଆପଣଙ୍କ ଜୀବନରେ ଗତ ୬ ସିଜନ ହେଲା ଏକ ଅଙ୍ଗ ହୋଇ ଆସିଛି। ମୋତେ ଲାଗୁଛି ଯେ ଏହି ଶୋ' ମାଧ୍ୟମରେ ଆମେ ଏକ ଛାପ ଛାଡ଼ିଛେ ଓ ପପ୍ ସଂକୃତି ଇତିହାସରେ ଏକ ସ୍ଥାନ ତିଆରି କରିପାରିଛେ। ତେବେ ବେଶ୍ ଦୁଃଖର ସହିତ ଘୋଷଣା କରିବାକୁ ଯାଉଛି ଯେ 'କଫି ୱିଥ୍ କରନ' କାର୍ଯ୍ୟକ୍ରମ ଆଉ ଟିଭି ପରଦାକୁ ଫେରିବ ନାହିଁ।'
ଉଲ୍ଲେଖଯୋଗ୍ୟ ଯେ, ନିକଟରେ ‘କଫି ୱିଥ୍ କରନ’ କାର୍ଯ୍ୟକ୍ରମ ପୁଣିଥରେ ଆରମ୍ଭ ହେବ ବୋଲି ଏକ ଗଣମାଧ୍ୟମ ସାଇଟ୍ରେ ଖବର ପ୍ରକାଶ ପାଇଥିଲା। କରନ ଏଥିପାଇଁ ଶୁଟିଂ ଆରମ୍ଭ କରିଦେଇଛନ୍ତି ବୋଲି ମଧ୍ୟ କୁହାଯାଇଥିଲା। ହେଲେ ଏବେ କରନଙ୍କ ଏହି ଘୋଷଣା ତାଙ୍କ ଫ୍ୟାନମାନଙ୍କୁ ନିରାଶ କରିଦେଇଛି।
୧୯ ନଭେମ୍ବର ୨୦୦୪ ଠାରୁ 'କଫି ୱିଥ୍ କରନ' କାର୍ଯ୍ୟକ୍ରମ ପ୍ରସାରିତ ହୋଇ ଆସୁଥିଲା। ଷ୍ଟାର ୱାର୍ଲ୍ଡରେ ପ୍ରସାରଣ ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ଓଟିଟି ପ୍ଲାଟଫର୍ମ ଡିଜନୀ ହଷ୍ଟ ଷ୍ଟାର୍ରେ ବି ଏହି କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି। ୧୭ ମାର୍ଚ୍ଚ ୨୦୧୯ରେ ଏହି ଶୋ'ର ଶେଷ ଏପିସୋଡ୍ ପ୍ରସାରିତ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
