Advertisment

ମଲାଇକା ଓ କରୀନାଙ୍କ ସହ ଲକ୍‌ ହେବାକୁ ଚାହୁଁଛନ୍ତି କରଣ!

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର। ସେ ଅଭିନେତ୍ରୀ କରୀନା କପୁର ଏବଂ ମଲାଇକା ଅରୋଡାଙ୍କ ସହ ଗୋଟେ ଘରେ ଲକ୍‌ ହେବାକୁ ଚାହୁଁଛନ୍ତି। ଏକଥା ଆମେ କହୁନି, ସେ ଖୋଦ୍‌ କରିଛନ୍ତି। ଏହି ଦୁଇ ଜଣ ଅଭିନେତ୍ରୀଙ୍କ ସହ ଗୋଟିଏ ଘରେ ରହିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି କରଣ। ଖୁବ୍‌ଶୀଘ୍ର ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ ହେବ ବିଗ୍‌ ବସ୍‌ ସିଜିନ୍‌ ୧୫। ଚଳିତ ସିଜିନ୍‌କୁ ହୋଷ୍ଟ କରିବେ କରଣ ଜୋହର। ତେବେ ଏହା ପୂର୍ବରୁ […]

ମଲାଇକା ଓ କରୀନାଙ୍କ ସହ ଲକ୍‌ ହେବାକୁ ଚାହୁଁଛନ୍ତି କରଣ!

Karan-Kareena and Malaika

Advertisment

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର। ସେ ଅଭିନେତ୍ରୀ କରୀନା କପୁର ଏବଂ ମଲାଇକା ଅରୋଡାଙ୍କ ସହ ଗୋଟେ ଘରେ ଲକ୍‌ ହେବାକୁ ଚାହୁଁଛନ୍ତି। ଏକଥା ଆମେ କହୁନି, ସେ ଖୋଦ୍‌ କରିଛନ୍ତି। ଏହି ଦୁଇ ଜଣ ଅଭିନେତ୍ରୀଙ୍କ ସହ ଗୋଟିଏ ଘରେ ରହିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି କରଣ।

Advertisment

ଖୁବ୍‌ଶୀଘ୍ର ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ ହେବ ବିଗ୍‌ ବସ୍‌ ସିଜିନ୍‌ ୧୫। ଚଳିତ ସିଜିନ୍‌କୁ ହୋଷ୍ଟ କରିବେ କରଣ ଜୋହର। ତେବେ ଏହା ପୂର୍ବରୁ ହିଁ ସେ ବିଗ୍‌ ବସ୍‌ ଘରେ ରହିବେନି ବୋଲି ସଫା ସଫା ମନା କରିଦେଇଛନ୍ତି। ସେ ନିଜ ଦୁଇ ଛୁଆ ୟଶ୍‌ ଏବଂ ରୁହିଙ୍କୁ ଛାଡି ରହିପାରିବେ ନାହିଁ ବୋଲି କହିଛନ୍ତି। କେବଳ ସେତିକି ନୁହେଁ ଫୋନ୍‌ରେ ତାଙ୍କର ଜୀବନ ରହିଛି। ସେ ତାଙ୍କ ଫୋନ୍‌ ବିନା ରହିପାରିବେ ନାହିଁ ବୋଲି କରଣ କହିଛନ୍ତି।

ଏହାପରେ କରଣଙ୍କୁ ପ୍ରଶ୍ନ କରାଯାଇଥିଲା, ଯଦି ତୁମକୁ ତୁମ ଫେଭରେଟ୍‌ ଷ୍ଟାରଙ୍କ ସହ ବିଗ୍‌ ବସ୍‌ ଘରେ ରହିବାକୁ କୁହାଯାଏ ତେବେ ରହିବେ କି? ଏହାର ଉତ୍ତର କରଣ କହିଥିଲେ, ଯଦି ଏହି ଶୋକୁ କରୀନା କପୁର ଏବଂ ମଲାଇକା ଅରୋଡାଙ୍କ ସହ ଆସିବାକୁ ପଡେ ତେବେ ତାଙ୍କୁ କିଛି ଅସୁବିଧା ହେବ ନାହିଁ । ଏ ଦୁଇ ଜଣଙ୍କ ସହ ଗୋଟେ ଘରେ ରହିବା ବେଶ୍‌ ମଜାଦାର ହେବ।  କରୀନା ଏବଂ ମଲାଇକା ଥିଲେ ତାଙ୍କୁ ଫୋନ୍‌ର ବି ଆବଶ୍ୟକ ପଡିବ ନାହିଁ ବୋଲି କରଣ କହିଛନ୍ତି।

Advertisment

କରୀନା, ମଲାଇକା ଏବଂ ଫିଲ୍ମ ମେକର କରଣ ଜୋହର, ଏ ତିନି ଜଣ ଭଲ ବନ୍ଧୁ। ପାର୍ଟି ହେଉ କିମ୍ବା କୌଣସି ଫଙ୍କସନ୍‌ ସବୁ ସ୍ଥାନରେ ଏ ତିନି ଜଣଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳେ।

ସୂଚନା ମୁତାବକ, ୬ ସପ୍ତାହ ଧରି ଚାଲିବାକୁ ଥିବା ବିଗ୍‌ ବସ୍‌ ସିଜିନ୍‌-୧୫ ହୋଷ୍ଟ କରିବା ପାଇଁ ପୁରାପୂରି ପ୍ରସ୍ତୁତ ଅଛନ୍ତି କରଣ ଜୋହର। ଅସନ୍ତା ୮ ତାରିଖରେ ଓଟିଟି ପ୍ଲାଟଫର୍ମ ଭୁଟ୍‌ରେ ଏହା ପ୍ରସାରିତ ହେବ। ଡିଜିଟାଲ ପ୍ଲାଟଫର୍ମ ପରେ ଏହି ଶୋକୁ କଲର୍ସ ଟିଭିରେ ପ୍ରସାରିତ କରାଯିବ। ଏହି ଶୋର ପ୍ରଥମ ପ୍ରତିଯୋଗୀ ବଲିଉଡ ଗାୟିକା ନେହା ଭସିନ୍‌ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe