Advertisment

କ’ଣ ହେବ କରଣ ଓ ନିଶାଙ୍କ ଭବିଷ୍ୟତ

ମୁମ୍ୱାଇ: ୟେ ରିସ୍ତା କ୍ୟା କହଲାତା ହେ ଫେମ‌୍‍ ଅଭିନେତା କରଣ ମେହରା ଏବେ ଚର୍ଚ୍ଚାରେ ଅଛନ୍ତି। ପତ୍ନୀ ତଥା ଅଭିନେତ୍ରୀ ନିଶା ରାୱଲଙ୍କ ସହିତ ତାଙ୍କର ମନାନ୍ତର ହୋଇଛି ଓ ଦୁହିଁଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଛି ବୋଲି କୁହାଯାଉଛି। କରଣ ଏନେଇ ମୁହଁ ଖୋଲୁ ନଥିବା ବେଳେ ନିଶା ଏଭଳି ଖବରକୁ ଖଣ୍ଡନ କରିଛନ୍ତି। କରଣ ଓ ନିଶାଙ୍କ ବାହାଘରକୁ ୯ ବର୍ଷ ହୋଇଗଲାଣି। ସେମାନଙ୍କର ଏକ ୪ ବର୍ଷର ପୁଅ ମଧ୍ୟ ଅଛି। […]

କ’ଣ ହେବ କରଣ ଓ ନିଶାଙ୍କ ଭବିଷ୍ୟତ

karan Mehera & his wife nisha rawal

Advertisment

ମୁମ୍ୱାଇ: ୟେ ରିସ୍ତା କ୍ୟା କହଲାତା ହେ ଫେମ‌୍‍ ଅଭିନେତା କରଣ ମେହରା ଏବେ ଚର୍ଚ୍ଚାରେ ଅଛନ୍ତି। ପତ୍ନୀ ତଥା ଅଭିନେତ୍ରୀ ନିଶା ରାୱଲଙ୍କ ସହିତ ତାଙ୍କର ମନାନ୍ତର ହୋଇଛି ଓ ଦୁହିଁଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଛି ବୋଲି କୁହାଯାଉଛି। କରଣ ଏନେଇ ମୁହଁ ଖୋଲୁ ନଥିବା ବେଳେ ନିଶା ଏଭଳି ଖବରକୁ ଖଣ୍ଡନ କରିଛନ୍ତି।

Advertisment

କରଣ ଓ ନିଶାଙ୍କ ବାହାଘରକୁ ୯ ବର୍ଷ ହୋଇଗଲାଣି। ସେମାନଙ୍କର ଏକ ୪ ବର୍ଷର ପୁଅ ମଧ୍ୟ ଅଛି। ସେମାନଙ୍କ ଜୀବନରେ ସବୁ କିଛି ଠିକଠାକ ଚାଲିଥିବା ବେଳେ ଗତ କିଛି ମାସ ହେଲା ଏଥିରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି। ଏହା ବି ସୂଚନା ଅଛି ଯେ ଉଭୟ ପରସ୍ପର ସହିତ ଆଲୋଚନା କରି ସମସ୍ତ ମନାନ୍ତର ଓ ମତାନ୍ତର ଦୂର କରିବାକୁ ପ୍ରୟାସ କରୁଛନ୍ତି। ତେବେ ଏ ଦୁହେଁ ଏବେ ସାଙ୍ଗ ହୋଇ ସମୟ ବିତାଇ ପାରୁ ନାହାନ୍ତି। କାରଣ କରଣ କିଛି ଶୁଟିଂ ପାଇଁ ପଞ୍ଜାବରେ ଅଛନ୍ତି। ଅନ୍ୟପକ୍ଷରେ ୪ ବର୍ଷର ପୁଅ ସହିତ ମୁମ୍ୱାଇରେ ଅଛନ୍ତି ନିଶା।

[caption id="attachment_643139" align="aligncenter" width="650"]karan Mehera with family karan Mehera with family[/caption]

Advertisment

ୟେ ରିସ୍ତା କ୍ୟା କହଲାତା ହେ ଜରିଆରେ କରଣ ଘରେ ଘରେ ପରିଚିତ ପାଇଥିଲେ। ଏଥିରେ ସେ ଲିଡ ରୋଲରେ ଅଭିନୟ କରିଥିଲେ। ତାଙ୍କ ଚରିତ୍ରର ନାଁ ଥିଲା ନୈତିକ।

କରଣ ବିଗ‌୍‍ ବସ‌୍‍ ୧୦ରେ ଭାଗ ନେଇଥିଲେ। ସେହିଭଳି ନିଶାଙ୍କ ସହିତ ମିଶି ସେ ନଚ ବଲିଏ ୫ ଓ କିଚେନ ଚାମ୍ପିଅନ ୫ରେ ଭାଗ ନେଇଥିଲେ। ଶେଷଥର ପାଇଁ କରଣଙ୍କୁ ଶୁଭାରମ୍ଭ ଓ ସର୍ବଗୁଣ ସଂପନ୍ନରେ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ନିଶାଙ୍କୁ ଏବେ ଶାଦୀ ମୁବାରକରେ ଦେଖିବାକୁ ମିଳୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe