Advertisment

KBC ସେଟ୍‌ରେ କାନ୍ଦି ପକାଇଲେ ବିଗ୍ ବି’, ଖୋଲିଲେ ଅନେକ ଗୁମର

ମୁମ୍ବାଇ: କାନ୍ଦି ପକାଇଲେ ବିଗ୍ ବି’ । ସମସ୍ତଙ୍କ ସାମ୍ନାରେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ହେଲେ ଭାବୁକ । ଆଖିରୁ ଗଡାଇଲେ ଲୁହ । ଏଥିସହ ନିଜ ଜୀବନର ଅନେକ ଗୁମର ଖୋଲିଲେ । ନିଜ ବ୍ୟକ୍ତିଗତ ଜୀବନକୁ ନେଇ କଲେ ଖୁଲାସା । ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧୧ ତାରିଖରେ ବିଗ୍ ବି’ଙ୍କ ଜନ୍ମଦିନ । କୌନ ବନେଗା କରୋଡପତିର ଚଳିତ ସିଜିନରେ ବିଗ୍ ବି’ଙ୍କ ଜନ୍ମଦିନ ସ୍ପେଶାଲ ଏପିସୋଡ ଦେଖିବାକୁ ମିଳିବ । […]

author-image
Madhupriya Mistry
KBC ସେଟ୍‌ରେ କାନ୍ଦି ପକାଇଲେ ବିଗ୍ ବି’, ଖୋଲିଲେ ଅନେକ ଗୁମର

BIG B in KBC

ମୁମ୍ବାଇ: କାନ୍ଦି ପକାଇଲେ ବିଗ୍ ବି’ । ସମସ୍ତଙ୍କ ସାମ୍ନାରେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ହେଲେ ଭାବୁକ । ଆଖିରୁ ଗଡାଇଲେ ଲୁହ । ଏଥିସହ ନିଜ ଜୀବନର ଅନେକ ଗୁମର ଖୋଲିଲେ । ନିଜ ବ୍ୟକ୍ତିଗତ ଜୀବନକୁ ନେଇ କଲେ ଖୁଲାସା ।

Advertisment

ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧୧ ତାରିଖରେ ବିଗ୍ ବି’ଙ୍କ ଜନ୍ମଦିନ । କୌନ ବନେଗା କରୋଡପତିର ଚଳିତ ସିଜିନରେ ବିଗ୍ ବି’ଙ୍କ ଜନ୍ମଦିନ ସ୍ପେଶାଲ ଏପିସୋଡ ଦେଖିବାକୁ ମିଳିବ । ଅମିତାଭଙ୍କୁ ସର୍‌ପ୍ରାଇଜ ଦେବା ପାଇଁ କେବିସିର ସେଟ୍‌ରେ ପହଞ୍ଚିବେ ପୂରା ବଚ୍ଚନ ପରିବାର । ଅମିତାଭଙ୍କ ବାର୍ଥ ଡେ’ ସ୍ପେଶାଲ ଏପିସୋଡର ଏକ ପ୍ରୋମୋଏବେ ସାମ୍ନାକୁ ଆସିଛି ।

ଏହି ପ୍ରୋମୋରେ ହଟ୍ ସିଟ୍‌ରେ ବିଗ୍ ବି’ ବସିଥିବା ବେଳେ ପ୍ରଶ୍ନ ପଚାରୁଛନ୍ତି ତାଙ୍କ ପତ୍ନୀ ଜୟା ବଚ୍ଚନ । ସେ ଅମିତାଭଙ୍କୁ କହୁଛନ୍ତି, ଯଦି ଆପଣଙ୍କୁ ଏକ ଟାଇମ୍‌୍ ମେସିନ୍ ଦିଆଯାଏ ତେବେ ଆପଣ କେଉଁ ବର୍ଷକୁ ଫେରିବାକୁ ଚାହିଁବେ ଓ କାହିଁକି?

Advertisment

ଏହାର ଉତ୍ତରରେ ବିଗ୍ ବି’ କହୁଛନ୍ତି, ‘ହଁ ମୁ ଯିବାକୁ ଚାହିଁବି ।’ ଏହାପରେ ଏକ ବ୍ଲାକ ଆଣ୍ଡ ହ୍ୱାଇଟ୍ ଭିଡିଓ ପ୍ରସାରିତ ହେଉଛି । ଏହି ଭିଡିଓ ଦେଖି ଲାଗୁଛି ଅମିତାଭ ତାଙ୍କ ବାପା-ମା’ଙ୍କ ସହ ଜଡିତ କିଛି ରହସ୍ୟ ଖୋଲିବେ । ଅମିତାଭ ଏ ବିଷୟରେ କଥା ହୋଇ ଭାବୁକ ହୋଇ ପଡୁଛନ୍ତି । ତାଙ୍କ ଆଖିରୁ ଲୁହ ଗଡି ଆସୁଛି ।

ତେବେ କାହିଁକି କାନ୍ଦି ପକାଇଲେ ବିଗ୍ ବି’? ସେ ନିଜ ଜୀବନର କେଉଁ ରହସ୍ୟର ଖୁଲାସା କଲେ? ଏ ପ୍ରଶ୍ନର ଉତ୍ତର ଏପିସୋଡ ଟେଲିକାଷ୍ଟ ହେବା ପରେ ହିଁ ମିଳିବ । ଶୋ’ର ପ୍ରୋମୋ ଭିଡିଓ ଦେଖି ଏହା ସ୍ପଷ୍ଟ ଯେ କୌନ ବନେଗା କରୋଡପତିର ଆଗାମୀ ଏପିସୋଡ୍ ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି ଜ୍ଝ ପ୍ରଶଂସକମାନେ ଅମିତାଭ ବଚ୍ଚନଙ୍କ ଜନ୍ମଦିନର ସ୍ପେଶାଲ ଏପିସୋଡକୁ ଅପେକ୍ଷା କରିଛନ୍ତି ଜ୍ଝ ଶୋ’ରେ ଅମିତାଭ ବଚ୍ଚନ କେଉଁ ରହସ୍ୟ ଉପରୁ ପରଦା ହଟାଉଛନ୍ତି ତାହା ଦେଖିବାକୁ ବାକି ରହିଲା।