Advertisment

ପରଲୋକରେ ‘ଇନ୍ଦୁ ଦାଦୀ’

ମୁମ୍ୱାଇ : ଲୋକପ୍ରିୟ ଟିଭି ସିରିଏଲ୍‌ ‘କୁମ୍‌କୁମ୍‌ ଭାଗ୍ୟ’ର ବରିଷ୍ଠ ଅଭିନେତ୍ରୀ ‘ଇନ୍ଦୁ ଦାଦୀ’ ଓରଫ୍‌ ଜରିନା ରୋଶନ ଖାନଙ୍କର ମୃତ୍ୟୁ ହୋଇଛି। ଅଚାନକ ହୃଦ୍‌ଘାତ ଜରିନାଙ୍କର ମୃତ୍ୟୁର କାରଣ ବୋଲି ଜଣାପଡ଼ିଛି। ୫୪ ବର୍ଷୀୟ ଜରିନାଙ୍କ ମୃତ୍ୟୁ ‘କୁମ୍‌କୁମ୍‌ ଭାଗ୍ୟ’ ସିରିଏଲ୍‌ ପାଇଁ ଏକ ବଡ଼ କ୍ଷତି। ଏହି ସିରିଏଲରେ ସେ ଜେଜେମା’ ଭୂମିକାରେ ଅଭିନୟ କରିଥିଲେ। ଏହି ଖବର ଶୁଣିବା ପରେ ସମସ୍ତ କୋ-ଷ୍ଟାର୍‌ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଜରିନାଙ୍କ ସହିତ କାଟିଥିବା ସମସ୍ତ […]

ଅଦ୍ୟତନ ହୋଇଛି
ପରଲୋକରେ ‘ଇନ୍ଦୁ ଦାଦୀ’

dadi

Advertisment

ମୁମ୍ୱାଇ : ଲୋକପ୍ରିୟ ଟିଭି ସିରିଏଲ୍‌ ‘କୁମ୍‌କୁମ୍‌ ଭାଗ୍ୟ’ର ବରିଷ୍ଠ ଅଭିନେତ୍ରୀ ‘ଇନ୍ଦୁ ଦାଦୀ’ ଓରଫ୍‌ ଜରିନା ରୋଶନ ଖାନଙ୍କର ମୃତ୍ୟୁ ହୋଇଛି। ଅଚାନକ ହୃଦ୍‌ଘାତ ଜରିନାଙ୍କର ମୃତ୍ୟୁର କାରଣ ବୋଲି ଜଣାପଡ଼ିଛି। ୫୪ ବର୍ଷୀୟ ଜରିନାଙ୍କ ମୃତ୍ୟୁ ‘କୁମ୍‌କୁମ୍‌ ଭାଗ୍ୟ’ ସିରିଏଲ୍‌ ପାଇଁ ଏକ ବଡ଼ କ୍ଷତି। ଏହି ସିରିଏଲରେ ସେ ଜେଜେମା’ ଭୂମିକାରେ ଅଭିନୟ କରିଥିଲେ। ଏହି ଖବର ଶୁଣିବା ପରେ ସମସ୍ତ କୋ-ଷ୍ଟାର୍‌ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Advertisment

ଜରିନାଙ୍କ ସହିତ କାଟିଥିବା ସମସ୍ତ ସମୟକୁ ମନେପକାଇ ସେଲେବ୍ରିଟି ସୋଶାଲ ମିଡିଆରେ ଫଟୋ ଓ ଲେଖା ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି।

ସିରିଏଲ୍‌ର ମୁଖ୍ୟ ଅଭିନେତ୍ରୀ ଶ୍ରୁତି ଝା ଓ ଅଭିନେତା ଶବିର୍ ଅହଲୁୱାଲିଆ ଜରିନାଙ୍କ ସହିତ ଉଠାଇଥିବା ଫଟୋ ଶେଆର୍‌ କରି ଦୁଃଖ ପ୍ରକାଶ କରିଛନ୍ତି। ଏହିସବୁ ଫଟୋ ଦେଖିଲେ ଜଣାପଡ଼ୁଛି ଜରିନାଙ୍କ ସହିତ କୋ-ଷ୍ଟାରଙ୍କ ସମ୍ପର୍କ ଅତି ନିବିଡ଼ ଥିଲା।

Advertisment

https://www.instagram.com/p/CGfcxd-B5gN/?utm_source=ig_web_copy_link

ଜରିନାଙ୍କ ମୃତ୍ୟୁ ପରେ ଅଭିନେତା ଅନୁରାଗ ଶର୍ମା ତାଙ୍କୁ ମନେ ପକାଇ କହିଛନ୍ତି, ‘ସେ ଜଣେ ହସଖୁସିଆ ମହିଳା ଥିଲେ। ସବୁବେଳେ ସକ୍ରିୟ ରହିବାକୁ ପସନ୍ଦ କରୁଥିଲେ। ମୋତେ ଲାଗୁଛି ସେ ତାଙ୍କର କ୍ୟାରିଅର୍‌ ଆରମ୍ଭ ଏକ ଷ୍ଟଣ୍ଟ ୱୋମାନ୍‌ ଭାବରେ କରିଥିଲେ। ପ୍ରକୃତ ଜୀବନରେ ସେ ଜଣେ ଫାଇଟର୍‌ ମଧ୍ୟ ଥିଲେ। ଗତମାସରେ ଆମେ ଦୁହେଁ ଏକା ସଙ୍ଗରେ ଶୁଟ୍‌ କରିଥିଲୁ। ସେତେବେଳେ ସେ ବିଲକୁଲ୍‌ ଠିକ୍‌ ଥିଲେ। କିନ୍ତୁ ଅଚାନକ ଗ୍ରୁପ୍‌ରେ ତାଙ୍କ ମୃତ୍ୟୁ ଖବର ଦେଖିବା ପରେ ବିଶ୍ୱାସ କରିହେଉନି।’

https://www.instagram.com/p/CGfbKwpJp1A/?utm_source=ig_web_copy_link

ସୂଚନାଯୋଗ୍ୟ, ଜରିନା ‘କୁମ୍‌କୁମ୍‌ ଭାଗ୍ୟ’ ବୀତୀତ ସିରିଏଲ୍‌ ‘ୟୈ ରିସ୍ତା କ୍ୟା କେହଲାତା’ରେ ମଧ୍ୟ କାମ କରିଛନ୍ତି। କୁମ୍‌କୁମ୍‌ ଭାଗ୍ୟରେ ‘ଇନ୍ଦୁ ଦାଦୀ’ ଭାବରେ ସେ ଘରେ ଘରେ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ଟିଭି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।

ଆହୁରି ପଢ଼ନ୍ତୁ : କଙ୍ଗନାଙ୍କୁ ଦୁଷ୍କର୍ମ ଧମକ ଦେଲେ ଓଡ଼ିଶାର ଆଇନଜୀବୀ

Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe