Advertisment

କରୋନା ପଞ୍ଝାରେ ଟେଲିଭିଜନର 'ମଧୁବାଲା'

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ପଡିଛି କରୋନା ଚଡକ। ଜଣଙ୍କ ପରେ ଜଣେ ସେଲେବ୍ରିଟି ଏବେ କରୋନା ପଞ୍ଝାରେ ପଡୁଛନ୍ତି। ଏବେ ଟେଲିଭିଜନର ‘ମଧୁବାଲା’ ମଧ୍ୟ ଏହି ମାହାମାରୀରେ ଆକ୍ରାନ୍ତ ହୋଇଛନ୍ତି। ଲୋକପ୍ରିୟ ଟିଭି ସରିିଏଲ୍‌ ‘ମଧୁବାଲା’ ଫେମ ଅଭିନେତ୍ରୀ ଦୃଷ୍ଟି ଧାମୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। କରୋନାର ତୃତୀୟ ଲହର କବଳରେ ସେ ଫସିଥିବା ନେଇ କହିଛନ୍ତି ଅଭିନେତ୍ରୀ ଦୃଷ୍ଟି ଧାମୀ। ସେ ଏକ ଫଟୋ […]

author-image
Madhupriya Mistry
ଅଦ୍ୟତନ ହୋଇଛି
କରୋନା ପଞ୍ଝାରେ ଟେଲିଭିଜନର 'ମଧୁବାଲା'

drashti-dhami

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ପଡିଛି କରୋନା ଚଡକ। ଜଣଙ୍କ ପରେ ଜଣେ ସେଲେବ୍ରିଟି ଏବେ କରୋନା ପଞ୍ଝାରେ ପଡୁଛନ୍ତି। ଏବେ ଟେଲିଭିଜନର 'ମଧୁବାଲା' ମଧ୍ୟ ଏହି ମାହାମାରୀରେ ଆକ୍ରାନ୍ତ ହୋଇଛନ୍ତି। ଲୋକପ୍ରିୟ ଟିଭି ସରିିଏଲ୍‌ 'ମଧୁବାଲା' ଫେମ ଅଭିନେତ୍ରୀ ଦୃଷ୍ଟି ଧାମୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।

Advertisment

କରୋନାର ତୃତୀୟ ଲହର କବଳରେ ସେ ଫସିଥିବା ନେଇ କହିଛନ୍ତି ଅଭିନେତ୍ରୀ ଦୃଷ୍ଟି ଧାମୀ। ସେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଟେବୁଲ ଉପରେ କିଛି ଫୁଲ, ଅକ୍ସିମିଟର, ଟାବଲେଟ୍‌, ବହି, ଚକୋଲେଟ୍‌ ଆଉ କିଛି ପେପର ରଖାଯାଇଛି। ଆଉ କ୍ୟାପସନ୍‌ରେ ଲେଖା ଅଛି, 'ତୃତୀୟ ଲହର ସହ ଲଢ଼ିବା ପାଇଁ ମୋ ସହ କିଛି ଭଲ ଜିନିଷ ଅଛି। ସୌଭାଗ୍ୟବଶତଃ, ମୁଁ ଏହି ଫୁଲଗୁଡ଼ିକୁ ସୁଙ୍ଘି ପାରିବି ଆଉ ଚକୋଲେଟ୍‌କୁ ଉପଭୋଗ କରିପାରିବି।'

ଦୃଷ୍ଟି କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ତାଙ୍କ ଫ୍ୟାନ୍‌ମାନଙ୍କୁ ଦେବା ପରେ ଫ୍ୟାନ୍‌ଙ୍କ ସମେତ କରଣ ସିଂହ ଗ୍ରୋଭର, ଅରିଜିତ ତନେଜା, ଡିନୋ ମୋରିଆ ଭଳି ସେଲେବ୍ରିଟି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Advertisment

ସେପଟେ ଦୃଷ୍ଟିଙ୍କ ପରେ ଟେଲିଭିଜନର ଆଉ ଜଣେ ଅଭିନେତ୍ରୀ ଡେଲନାଜ ଇରାନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ଅଛି। ସେ ଏବେ ଘରେ ହିଁ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ସର୍ବଦା ପଜିଟିଭ ରହିବା ଭୟାନକ ହୋଇପାରେ। କରୋନା ହେବା ପରେ ମୁଁ ଏହା ବୁଝିଲି ବୋଲି ଡେଲ୍‌ନାଜ ଇନ୍‌ଷ୍ଟାଗ୍ରାମରେ କହିଛନ୍ତି। କେବଳ ସେତିକି ନୁହେଁ ଟିକାର ଦୁଇଟି ଡୋଜ୍‌ ମଧ୍ୟ ନେଇସାରିଥିବା ସେ କହିଛନ୍ତି।

Actress Delnaaz Irani shares a throwback photo with 'Jethalal', this show  completes 16 years | NewsTrack English 1

କରୋନା କାହାକୁ ଛାଡୁନି, ତେଣୁ ଦୟାକରୀ ସତର୍କ ରୁହନ୍ତୁ। କରୋନାର ସମସ୍ତ ନିୟମ ପାଳନ କରନ୍ତି। ଯଦି ଆପଣଙ୍କ ନିକଟରେ ସାମାନ୍ୟ ଲକ୍ଷଣ ରହିଛି ତେବେ ତୁରନ୍ତ କୋଭିଡ ଟେଷ୍ଟ କରାନ୍ତୁ ବୋଲି ସେ ଫ୍ୟାନ୍‌ମାନଙ୍କୁ ଅନୁରୋଧ କରିଛନ୍ତି।