Advertisment

ଅଭିନେତା ଓ ଅଭିନେତ୍ରୀଙ୍କୁ ହତ୍ୟା ଧମକ ଦେଲା ରୋଷେୟା

ମୁମ୍ବାଇ: ଟେଲିଭିଜନର ଜଣାଶୁଣା ଅଭିନେତା ଜୟ ଭାନୁଶାଳୀ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ମାହି ବିଜ୍‌ଙ୍କୁ ହତ୍ୟା ଧମକ। ତାଙ୍କ ଘରେ କାମ କରୁଥିବା ରୋଷେୟା ହିଁ ତାଙ୍କୁ ଛୁରୀ ଭୁଷି ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଜୟ ଓ ମାହି ପୁଲିସରେ ଅଭିଯୋଗ କରିଛନ୍ତି। ଏହାପରେ ପୁଲିସ ଉକ୍ତ ରୋଷେୟାକୁ ଗିରଫ କରିଛି। ଏନେଇ ଏକ ସାକ୍ଷାତକାରରେ ଖୋଦ୍‌ ମାହି ବିଜ୍‌ ସୂଚନା ଦେଇଛନ୍ତି। ଏହି ଭୟଙ୍କର ଘଟଣାକୁ ନେଇ […]

ଅଭିନେତା ଓ ଅଭିନେତ୍ରୀଙ୍କୁ ହତ୍ୟା ଧମକ ଦେଲା ରୋଷେୟା

Jay and Mahi

Advertisment

ମୁମ୍ବାଇ: ଟେଲିଭିଜନର ଜଣାଶୁଣା ଅଭିନେତା ଜୟ ଭାନୁଶାଳୀ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ମାହି ବିଜ୍‌ଙ୍କୁ ହତ୍ୟା ଧମକ। ତାଙ୍କ ଘରେ କାମ କରୁଥିବା ରୋଷେୟା ହିଁ ତାଙ୍କୁ ଛୁରୀ ଭୁଷି ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଜୟ ଓ ମାହି ପୁଲିସରେ ଅଭିଯୋଗ କରିଛନ୍ତି। ଏହାପରେ ପୁଲିସ ଉକ୍ତ ରୋଷେୟାକୁ ଗିରଫ କରିଛି। ଏନେଇ ଏକ ସାକ୍ଷାତକାରରେ ଖୋଦ୍‌ ମାହି ବିଜ୍‌ ସୂଚନା ଦେଇଛନ୍ତି।

Advertisment

ଏହି ଭୟଙ୍କର ଘଟଣାକୁ ନେଇ ମାହି ବିଜ୍‌ ସୋଶାଲ ମିଡିଆରେ ଏକ ଅନେକଗୁଡିଏ ପୋଷ୍ଟ କରିଥିଲେ। ଏଥିରେ ସେ ତାଙ୍କ ରୋଷେୟାଙ୍କ ଠାରୁ ମିଳିଥିବା ଧମକ ବିଷୟରେ ଉଲ୍ଲେଖ କରିଥିଲେ। କିନ୍ତୁ କିଛି ସମୟ ପରେ ଉକ୍ତ ଟୁଇଟ୍‌କୁ ଡିଲିଟ୍‌ କରିଦେଇଥିଲେ। ଏବେ ଖୋଦ୍‌ କ୍ୟାମେରା ସାମ୍ନାକୁ ଆସି ମାହି ଏହି ଘଟଣାକୁ ନେଇ ଖୋଲାଖୋଲି ଭାବେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, 'ତାଙ୍କ ଘଣେ କାମ କରୁଥିବା ଜଣେ ରୋଷେୟା ତାଙ୍କୁ ଛୁରୀ ଭୁଷି ହତ୍ୟା କରିବାକୁ ଧମକ ଦେଇଛି। କାରଣ ତାଙ୍କ ରୋଷେୟା ଲଗାତର ଚୋରି କରୁଛତିଲା। ଏହା ସାମ୍ନାକୁ ଆସିବା ପରେ ମାହି ଓ ଜୟ ତାକୁ କାମରୁ ବାହାର କରିଯିବା ପାଇଁ କହିଥିଲେ। କିନ୍ତୁ ରୋଷେୟା ଜଣକ ପୂରା ମାସର ଦରମା ମାଗି ଥିଲା। ଦରମା ଦେବାକୁ ଯେତେବେଳେ ଏହି ସେଲେବ୍ରିଟି ଦମ୍ପତି ମନା କରିଥିଲେ ସେତେବେଳେ ସେ ଅସଭ୍ୟ ଭାଷାରେ ସେମାନଙ୍କୁ ଗାଳିଗୁଲଜ କରିବା ସହ ପୂରା ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା।'

Advertisment

ଉକ୍ତ ରୋଷେୟା ଜଣକ ଗିରଫ ହେବା ପରେ ବି ଜୟ ଓ ମାହି ନିଜ ଛୋଟ ଝିଅ ତାରାକୁ ନେଇ ଅଧିକ ଭୟଭୀତ ହେବା ସହ ତା' ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe