Advertisment

ପୁଣି ଛୋଟ ପରଦାକୁ ଫେରିବ 'ମନ୍ କି ଆୱାଜ୍ ପ୍ରତିଜ୍ଞା ୨'

ମୁମ୍ୱାଇ: ପୁଣିଥରେ ଛୋଟ ପରଦାକୁ ଫେରିବ ‘ମନ୍ କି ଆଓ୍ୱାଜ ପ୍ରତିଜ୍ଞା’। ୨୦୧୨ରୁ ବନ୍ଦ ହୋଇ ପଡ଼ି ରହିଥିବା ଏହି ଲୋକପ୍ରିୟ ଟିଭି ଶୋ’ ପୁଣିଥରେ ଟିଭିରେ ପ୍ରସାରିତ ହେବାକୁ ଯାଉଛି। ଚଳିତ ସପ୍ତାହରେ ଟିଭି ପରଦାରେ ରିଲିଜ ହେବାକୁ ଥିବା ଏହି ସିରିଏଲରେ ପୁରୁଣା କଳାକାର ରହିଥିବା ଜଣାପଡ଼ିଛି। ସିରିଏଲରେ ପୂଜା ଗୌର ପୁଣିଥରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଅନ୍ତିମ ଥର ପାଇଁ ୬ ବର୍ଷ ପୂର୍ବରୁ ‘ମେରି ଆୱାଜ୍ କୋ ମିଲ୍ ଗୟା […]

ପୁଣି ଛୋଟ ପରଦାକୁ ଫେରିବ 'ମନ୍ କି ଆୱାଜ୍ ପ୍ରତିଜ୍ଞା ୨'

Pooja-Gor-In-Mann-Ki-Awaz-P

Advertisment

ମୁମ୍ୱାଇ: ପୁଣିଥରେ ଛୋଟ ପରଦାକୁ ଫେରିବ ‘ମନ୍ କି ଆଓ୍ୱାଜ ପ୍ରତିଜ୍ଞା’। ୨୦୧୨ରୁ ବନ୍ଦ ହୋଇ ପଡ଼ି ରହିଥିବା ଏହି ଲୋକପ୍ରିୟ ଟିଭି ଶୋ’ ପୁଣିଥରେ ଟିଭିରେ ପ୍ରସାରିତ ହେବାକୁ ଯାଉଛି। ଚଳିତ ସପ୍ତାହରେ ଟିଭି ପରଦାରେ ରିଲିଜ ହେବାକୁ ଥିବା ଏହି ସିରିଏଲରେ ପୁରୁଣା କଳାକାର ରହିଥିବା ଜଣାପଡ଼ିଛି। ସିରିଏଲରେ ପୂଜା ଗୌର ପୁଣିଥରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଅନ୍ତିମ ଥର ପାଇଁ ୬ ବର୍ଷ ପୂର୍ବରୁ 'ମେରି ଆୱାଜ୍ କୋ ମିଲ୍ ଗୟା ରୋଶନି' ଟିଭିରେ ପୂଜା ଗୌରଙ୍କୁ ଦେଖିବାକୁ ମିଳିଥିଲା। ଏବେ ପୁଣିଥରେ ଟିଭି ପରଦାରେ ଆଉ ଥରେ ସୁଯୋଗ ପାଇଛନ୍ତି।

Advertisment

ନୂଆ ସିଜିନରେ ପ୍ରତୀଗ (ପୂଜା ଗୌର), କୃଷ୍ଣା ସିଂ (ଅରହାନ୍ ବାହଲ୍) ଏବଂ ସଜ୍ଜନ ସିଂ (ଅନୁପମ ଶ୍ୟାମ) ତିନି କଳକାର ପ୍ରମୁଖ ଭୂମିକାରେ ନଜର ଆସିବେ। ଏବେ ପୁରୁଣା ଶୋ’ର ପୁନରାବୃତ୍ତି ଟେଲିକାଷ୍ଟ ହେଉଛି। ଏହି ଶୋ’କୁ ‘ପର୍ଲ ଗ୍ରେ’ ସହିତ ମିଶି ରାଜନ ଶାହି ତିଆରି କରୁଛନ୍ତି। ଚଳିତ ସପ୍ତାହରେ 'ମନ୍ କି ଆୱାଜ୍ ପ୍ରତିଜ୍ଞା ୨' ଛୋଟ ପରଦାରେ ପ୍ରସାରିତ ହେବ ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe