Advertisment

ବାହା ହେଲେ ଟେଲି ଅଭିନେତ୍ରୀ ପ୍ରାଚୀ

ମୁମ୍ୱାଇ: ଟେଲି ସିରିଏଲ୍‌ ‘ ଦିୟା ଔର୍‌ ବାତି ହମ୍‌’ର ଲୋକପ୍ରିୟ ଅଭିନେତ୍ରୀ ପ୍ରାଚୀ ତେହଲାନ୍‌ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅଗଷ୍ଟ ୭ ତାରିଖରେ ସେ ବନ୍ଧୁ ରୋହିତ ସରୋହାଙ୍କୁ ବିବାହ କରିଛନ୍ତି। ବିବାହ ପରେ ପ୍ରାଚୀ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି। ଚଳିତ ବର୍ଷ ନଭେମ୍ୱର ୨୫ ତାରିଖରେ ପ୍ରାଚୀଙ୍କର ବିବାହ ସ୍ଥିର ହୋଇଥିଲା। ହେଲେ କରୋନା ମହାମାରୀ ଯୋଗୁଁ ପରିବାର ଲୋକ ଶୀଘ୍ର ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏ […]

ଅଦ୍ୟତନ ହୋଇଛି
ବାହା ହେଲେ ଟେଲି ଅଭିନେତ୍ରୀ ପ୍ରାଚୀ

p2

Advertisment

ମୁମ୍ୱାଇ: ଟେଲି ସିରିଏଲ୍‌ ‘ ଦିୟା ଔର୍‌ ବାତି ହମ୍‌’ର ଲୋକପ୍ରିୟ ଅଭିନେତ୍ରୀ ପ୍ରାଚୀ ତେହଲାନ୍‌ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅଗଷ୍ଟ ୭ ତାରିଖରେ ସେ ବନ୍ଧୁ ରୋହିତ ସରୋହାଙ୍କୁ ବିବାହ କରିଛନ୍ତି। ବିବାହ ପରେ ପ୍ରାଚୀ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି।

Advertisment

publive-image

ଚଳିତ ବର୍ଷ ନଭେମ୍ୱର ୨୫ ତାରିଖରେ ପ୍ରାଚୀଙ୍କର ବିବାହ ସ୍ଥିର ହୋଇଥିଲା। ହେଲେ କରୋନା ମହାମାରୀ ଯୋଗୁଁ ପରିବାର ଲୋକ ଶୀଘ୍ର ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

publive-image

ଏ ବିଷୟରେ ମିଡିଆକୁ ଇଣ୍ଟରଭ୍ୟୁ ଦେଇ ପ୍ରାଚୀ କହିଛନ୍ତି, ‘ଡେଷ୍ଟିନେଶନ ୱେଡିଙ୍ଗ ପାଇଁ ମୋର ଇଚ୍ଛା ଥିଲ। ହେଲେ କରୋନା ଯୋଗୁଁ ପୂରା ବର୍ଷ ଏପରି ସ୍ଥିତି ରହିବ ବୋଲି ଅନୁଭବ ହେବା ପରେ ଅଗଷ୍ଟରେ ଦିଲ୍ଲୀରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲି।’

Advertisment

ଦିଲ୍ଲୀର ଏକ ଫାର୍ମ ହାଉସରେ ପ୍ରାଚୀଙ୍କର ବିବାହ ହୋଇଛି। କରୋନା ପାଇଁ କେବଳ ପରିବାର ଲୋକ ଓ ୫୦ ଜଣ ଅତିଥିଙ୍କୁ ନେଇ ଏହି ବିବାହ ସମ୍ପନ୍ନ ହୋଇଛି।

publive-image

ବିବାହରେ ପ୍ରାଚୀ ଲାଲ୍‌ କଲର୍‌ ଲେହଙ୍ଗା ପିନ୍ଧିଥିବା ବେଳେ ତାଙ୍କ ସ୍ୱାମୀ ଏକ କ୍ରୀମ୍‌ କଲର୍‌ ଶେରୱାନୀ ପିନ୍ଧି ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ପୂର୍ବରୁ ପ୍ରାଚୀ ମେହନ୍ଦୀ ଫଙ୍କସନ୍‌ର ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ।

publive-image

ପ୍ରାଚୀଙ୍କ ସ୍ୱାମୀ ରୋହିତ ସରୋହା ପେସାରେ ଜଣେ ବ୍ୟବସାୟୀ ଏବଂ ବନ୍ୟଜନ୍ତୁ ସଂରକ୍ଷକ। ଦୁହିଁଙ୍କର ଲଭ୍‌ କମ୍‌ ଆରେଞ୍ଜ ମ୍ୟାରେଜ୍‌ ହୋଇଛି। ଗୋଟିଏ ବିବାହରେ ଦୁହିଁଙ୍କର ଦେଖା ହୋଇଥିଲା।

publive-image

ସୂଚନାଯୋଗ୍ୟ, ଟିଭି ଶୋ’ ‘ ଦିୟା ଔର୍‌ ବାତି ହମ୍‌’ରୁ ପ୍ରାଚୀ ଆକ୍ଟିଙ୍ଗ୍‌ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହା ପୂର୍ବରୁ ସେ ବାସ୍କେଟ୍‌ ଓ ନେଟ୍‌ ବଲ୍‌ ପ୍ଲେଅର୍‌ ଥିଲେ। ଏପରିକି କମନ୍‌ୱେଲଥ୍‌ ଗେମ୍ସ୍‌ ୨୦୧୦ରେ ପ୍ରାଚୀ ତେହଲାନ ନେଟ୍‌ବଲ୍ ଟିମ୍‌ର ଅଧିନାୟକ ରହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe