Advertisment

କାନ୍ଦିଲେ ସିଲଭର୍‌ ଗାର୍ଲ ଚାନୁ

ମୁମ୍ବାଇ: ସର୍ବସମ୍ମୁଖରେ କାନ୍ଦିଲେ ସିଲଭର ଗାର୍ଲ। ଭାବୁକ ହୋଇଗଲେ ଅଲିମ୍ପିକ୍ସ ମେଡାଲିଷ୍ଟ ମୀରାବାଇ। ଅଟକାଇ ପାରିଲେନି ନିଜ କୋହ। ଶେଷରେ କାନ୍ଦି ପକାଇଲେ। ମୀରବାଇଙ୍କ ସହ ଅନ୍ୟ ସମସ୍ତେ ମଧ୍ୟ କାନ୍ଦିଲେ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଲୋକପ୍ରିୟ ରିଆଲିଟି ଶୋ’ ‘ଡ୍ୟାନ୍ସ ଦିୱାନେ’ର ସେଟ୍‌ରେ। ଯେତେବେଳେ ସ୍ୱାଧୀନତାର ବିଷୟ ସାମ୍ନାକୁ ଆସେ ସେତେବେଳେ ପ୍ରତ୍ୟେକ ଭାରତୀୟ ଭାବୁକ ହୋଇପଡନ୍ତି। ଏଭଳି ହିଁ ଏକ ମୁହୂର୍ତ୍ତ ‘ଡ୍ୟାନ୍ସ ଦିୱାନେ’ର ସେଟ୍ ଉପରେ ଦେଖିବାକୁ ମିଳିଛି। ସ୍ୱାଧୀନତା […]

author-image
Madhupriya Mistry
କାନ୍ଦିଲେ ସିଲଭର୍‌ ଗାର୍ଲ ଚାନୁ

mirabai chanu

ମୁମ୍ବାଇ: ସର୍ବସମ୍ମୁଖରେ କାନ୍ଦିଲେ ସିଲଭର ଗାର୍ଲ। ଭାବୁକ ହୋଇଗଲେ ଅଲିମ୍ପିକ୍ସ ମେଡାଲିଷ୍ଟ ମୀରାବାଇ। ଅଟକାଇ ପାରିଲେନି ନିଜ କୋହ। ଶେଷରେ କାନ୍ଦି ପକାଇଲେ। ମୀରବାଇଙ୍କ ସହ ଅନ୍ୟ ସମସ୍ତେ ମଧ୍ୟ କାନ୍ଦିଲେ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଲୋକପ୍ରିୟ ରିଆଲିଟି ଶୋ' 'ଡ୍ୟାନ୍ସ ଦିୱାନେ'ର ସେଟ୍‌ରେ।

Advertisment

ଯେତେବେଳେ ସ୍ୱାଧୀନତାର ବିଷୟ ସାମ୍ନାକୁ ଆସେ ସେତେବେଳେ ପ୍ରତ୍ୟେକ ଭାରତୀୟ ଭାବୁକ ହୋଇପଡନ୍ତି। ଏଭଳି ହିଁ ଏକ ମୁହୂର୍ତ୍ତ 'ଡ୍ୟାନ୍ସ ଦିୱାନେ'ର ସେଟ୍ ଉପରେ ଦେଖିବାକୁ ମିଳିଛି। ସ୍ୱାଧୀନତା ଦିବସ ଅବସରରେ ଟେଲିକାଷ୍ଟ ହେବାକୁ ଥିବା ସ୍ପେଶାଲ ଏପିସୋଡରେ ଅତିଥି ରୂପେ ଯୋଗ ଦେଇଥିଲେ ସିଲଭର ଗାର୍ଲ ମୀରାବାଇ ଚାନୁ। ଏଥିରେ ଜଣେ ପ୍ରତିଯୋଗୀ ଦେଶର ସହିଦଙ୍କୁ ମନେ ପକାଇ ଡ୍ୟାନ୍ସ ପରିବେଷଣ କରିଥିଲେ।

[caption id="attachment_666936" align="aligncenter" width="650"]Mirabai Chanu ମାଧୁରୀ ଦୀକ୍ଷିତ ମଧ୍ୟ ମୀରାବାଇଙ୍କ ସହ ମିଶି କାନ୍ଦିଥିଲେ[/caption]

Advertisment

ପରେ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଭାରତୀୟ ସୈନିକଙ୍କ ବିଧବା ପତ୍ନୀଙ୍କ ସାକ୍ଷାତକାର ଶୋ’ରେ ଟେଲିକାଷ୍ଟ ହୋଇଥିଲା। ତାଙ୍କ କାହାଣୀ ଶୁଣି ଡ୍ୟାନ୍ସ ଦେୱାନେର ସେଟରେ ସମସ୍ତେ ଭାବପ୍ରବଣ ହୋଇପଡିଥିଲେ। ସମସ୍ତଙ୍କ ଆଖି ଲୁହରେ ଭରି ଯାଇଥିଲା। ମାଧୁରୀ ଦୀକ୍ଷିତ ଏବଂ ମିରାବାଇ ଚାନୁ ମଧ୍ୟ ସହିଦ ପତ୍ନୀଙ୍କ କାହାଣୀ ଶୁଣି ନିଜ କୋହକୁ ଆଉ ଅଟକାଇ ପାରିନଥିଲେ। ଶେଷରେ କାନ୍ଦି ପକାଇଥିଲେ।  ଲୁହ ପୋଛୁଥିବା ନଜର ଆସିଥିଲେ। ଏହି ଶୋ'ରେ କ୍ରିକେଟର କପିଳ ଦେବ ମଧ୍ୟ ପହଞ୍ଚିଥିଲେ। ତାଙ୍କୁ ମଧ୍ୟ ଭାବୁକ ହୋଇପଡିଥିବା ଦେଖିବାକୁ ମିଳିଥିଲା। ଏ ସମସ୍ତ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି।

ସ୍ୱାଧୀନତା ଦିବସ ସ୍ପେଶାଲ ଏପିସୋଡରେ ମୀରାବାଇ ଚାନୁ ପ୍ରତିଯୋଗୀଙ୍କ ସହ ପିଜ୍ଜା ପାର୍ଟି କରିଥିଲେ। ତାଙ୍କ ସହ ମିଶି ପିଜା ଖାଇବା ମଜା ମଧ୍ୟ ନେଇଥିଲେ। କିଭଳି ଅଲିମ୍ପିକରେ ପହଞ୍ଚିଲେ, ଏହି ଯାତ୍ରା ତାଙ୍କ ପାଇଁ କେତେ କଠିନ ଥିଲା ତାହା ବର୍ଣ୍ଣନା କରି ମଧ୍ୟ ମୀରାବାଇ କାନ୍ଦି ପକାଇଥିଲେ। ପରେ ଶୋ'ର ହୋଷ୍ଟ ଭାରତୀ ସିଂହ ତାଙ୍କୁ ସାନ୍ତ୍ୱନା ଦେଇଥିଲେ।

କଲରସ୍‌ ଚ୍ୟାନେଲରେ ପ୍ରସାରିତ ହେଉଥିବା ଏହି ରିଆଲିଟି ଶୋ'ର ସ୍ପେଶାଲ ଏପିସୋଡରେ ମୀରାବାଇଙ୍କ ବ୍ୟତୀତ ଅଲିମ୍ପିକ୍ସରେ କ୍ୱାଲିଫାଇ କରିଥିବା ପ୍ରଥମ ଭାରତୀୟ ଫେନ୍ସ ଭବାନୀ ଦେବୀ ଏବଂ ରେସଲର ପ୍ରିୟା ମଲ୍ଲିକ ମଧ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।