Advertisment

ଜାନୁଆରୀରେ ହାତକୁ ଦି ହାତ ହେବେ ମୌନି

ମୁମ୍ବାଇ: ନାଗିନ୍‌ ଫେମ୍‌ ମୌନି ରୟ ଖୁବ୍‌ଶୀଘ୍ର ହେବେ ହାତକୁ ଦି ହାତ। ସେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡଙ୍କୁ କରିବେ ବିବାହ। ଆସନ୍ତା ବର୍ଷ ଜାନୁଆରୀରେ ବାଜିବ ସୁରଜ ନାମ୍ବିଆର ଏବଂ ମୌନିଙ୍କ ଶାହାନାଇ। ଦୁହେଁ ଦୁବାଇ କିମ୍ବା ଇଟାଲୀରେ ବିବାହ କରିବେ। ଏନେଇ ମୌନିଙ୍କ ଜଣେ ସମ୍ପର୍କୀୟ ଭାଇ ସୂଚନା ଦେଇଛନ୍ତି। ମୌନିଙ୍କ ଭାଇ ବିଦ୍ୟୁତ ରୟସରକାର କହିଛନ୍ତି,୨୦୨୨ ଜାନୁଆରୀରେ ମୌନି ତାଙ୍କ ବୟଫ୍ରେଣ୍ଡ ସୁରଜଙ୍କୁ ବିବାହ କରିବେ। ଦୁବାଇ କିମ୍ବା ଇଟାଲିରେ ବିବାହ […]

ଅଦ୍ୟତନ ହୋଇଛି
ଜାନୁଆରୀରେ ହାତକୁ ଦି ହାତ ହେବେ ମୌନି

mouni

Advertisment

ମୁମ୍ବାଇ: ନାଗିନ୍‌ ଫେମ୍‌ ମୌନି ରୟ ଖୁବ୍‌ଶୀଘ୍ର ହେବେ ହାତକୁ ଦି ହାତ। ସେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡଙ୍କୁ କରିବେ ବିବାହ। ଆସନ୍ତା ବର୍ଷ ଜାନୁଆରୀରେ ବାଜିବ ସୁରଜ ନାମ୍ବିଆର ଏବଂ ମୌନିଙ୍କ ଶାହାନାଇ। ଦୁହେଁ ଦୁବାଇ କିମ୍ବା ଇଟାଲୀରେ ବିବାହ କରିବେ। ଏନେଇ ମୌନିଙ୍କ ଜଣେ ସମ୍ପର୍କୀୟ ଭାଇ ସୂଚନା ଦେଇଛନ୍ତି।

Advertisment

ମୌନିଙ୍କ ଭାଇ ବିଦ୍ୟୁତ ରୟସରକାର କହିଛନ୍ତି,୨୦୨୨ ଜାନୁଆରୀରେ ମୌନି ତାଙ୍କ ବୟଫ୍ରେଣ୍ଡ ସୁରଜଙ୍କୁ ବିବାହ କରିବେ। ଦୁବାଇ କିମ୍ବା ଇଟାଲିରେ ବିବାହ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗ କୁଚବିହାରରେ ଏକ ଛୋଟ ଫଙ୍କସନ୍‌ ହେବ। ଏହି ବିବାହରେ ତାଙ୍କର ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ଯୋଗ ଦେବେ।

[caption id="attachment_680406" align="aligncenter" width="650"]Mouni ମୌନି ଓ ତାଙ୍କ ବୟଫ୍ରେଣ୍ଡ ସୁରଜ[/caption]

Advertisment

ତେବେ ମୌନିଙ୍କ ସମ୍ପର୍କିୟ ଭାଇଙ୍କ ଏହି କଥା କେତେ ସତ ହେଉଛି ତାହା କେବଳ ଆସନ୍ତ ବର୍ଷ ଅପେକ୍ଷା। ସେ ବିବାହ କରୁଛନ୍ତି ନା ତାଙ୍କ ବିବାହ ତାରିଖ ଘୁଞ୍ଚୁଛି ତାହା ୨୦୨୨ରେ ହିଁ ଜଣାପଡିବ।

ସୂଚନା ମୁତାବକ, ଟେଲିଉଡ୍‌ରୁ ବଲିଉଡକୁ ଡିଆଁ ମାରିଥିବା ମୌନି ଦୀର୍ଘ ଦିନ ହେବ ସୁରଜ ନାମ୍ବିଆରଙ୍କୁ ଡେଟ୍‌ କରୁଛନ୍ତି। ସୁରଜ ହେଉଛନ୍ତି ଦୁବାଇର ଜଣେ ବ୍ୟାଙ୍କର ଏବଂ ବ୍ୟବସାୟୀ। ସେ ବେଙ୍ଗାଲୁରୁ ବାସିନ୍ଦା। ଗତ କିଛି ଦିନ ତଳେ ମୌନିଙ୍କ ମା' ସୁରଜଙ୍କ ପରିବାର ସହ ସାକ୍ଷାତ କରିଥିଲେ।

ସେପଟେ ମୌନି କିନ୍ତୁ ସୁରଜଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଅଫିସିଆଲ୍‌ ଭାବେ କିଛି ଘୋଷଣା କରି ନାହାନ୍ତି। କିନ୍ତୁ ପ୍ରାୟତଃ ସୁରଜ କିମ୍ବା ତାଙ୍କ ପରିବାର ସହ ମୌନି ନଜର ଆସନ୍ତି। ସୁରଜଙ୍କ ପୂର୍ବରୁ ମୌନି ଅଭିନେତା ମୋହିତ ରେନାଙ୍କୁ ଡେଟ୍‌ କରୁଥିଲେ। କିନ୍ତୁ ପରେ ଉଭୟଙ୍କ ବ୍ରେକ୍‌ ଅପ୍‌ ହୋଇଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe