Advertisment

ହୃଦ୍‌ଘାତରେ ଚାଲିଗଲେ ଆଉ ଜଣେ ଅଭିନେତା

ମୁମ୍ବାଇ: ପୁଣି ବି-ଟାଉନ୍‌ରୁ ଆସିଛି ଦୁଃଖଦ ଖବର। ସିଦ୍ଧାର୍ଥ ଶୁକ୍ଳାଙ୍କ ପରେ ଆଖି ବୁଜିଲେ ଆଉ ଜଣେ ଅଭିନେତା। ହୃଦ୍‌ଘାତରେ ଚାଲିଗଲେ ଏମ୍‌ଟିଭି ଲଭ୍‌ ସ୍କୁଲ ଫେମ୍‌ ଅଭିନେତା ଜଗନୁର ଅନେଜା। ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମିଡିଆ ରିପୋର୍ଟ ମୁତାବକ, ଜଗନୁର ଅନେଜା ଇଜିପ୍ଟ ବୁଲିବାକୁ ଯାଇଥିଲେ। ବୁଧବାର ଦିନ ସେ ଇନ୍‌ଷ୍ଟାଗ୍ରାମରେ ଏନେଇ ସୂଚନା ମଧ୍ୟ ଦେଇଥିଲେ। ମୃତ୍ୟୁର ଦିନକ ପୂର୍ବରୁ ଅର୍ଥାତ ଇଜିପ୍ଟ ବୁଲିବା ବେଳର କିଛି ଫଟୋ […]

ଅଦ୍ୟତନ ହୋଇଛି
ହୃଦ୍‌ଘାତରେ ଚାଲିଗଲେ ଆଉ ଜଣେ ଅଭିନେତା

Jagnoor Aneja

Advertisment

ମୁମ୍ବାଇ: ପୁଣି ବି-ଟାଉନ୍‌ରୁ ଆସିଛି ଦୁଃଖଦ ଖବର। ସିଦ୍ଧାର୍ଥ ଶୁକ୍ଳାଙ୍କ ପରେ ଆଖି ବୁଜିଲେ ଆଉ ଜଣେ ଅଭିନେତା। ହୃଦ୍‌ଘାତରେ ଚାଲିଗଲେ ଏମ୍‌ଟିଭି ଲଭ୍‌ ସ୍କୁଲ ଫେମ୍‌ ଅଭିନେତା ଜଗନୁର ଅନେଜା। ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment

ମିଡିଆ ରିପୋର୍ଟ ମୁତାବକ, ଜଗନୁର ଅନେଜା ଇଜିପ୍ଟ ବୁଲିବାକୁ ଯାଇଥିଲେ। ବୁଧବାର ଦିନ ସେ ଇନ୍‌ଷ୍ଟାଗ୍ରାମରେ ଏନେଇ ସୂଚନା ମଧ୍ୟ ଦେଇଥିଲେ। ମୃତ୍ୟୁର ଦିନକ ପୂର୍ବରୁ ଅର୍ଥାତ ଇଜିପ୍ଟ ବୁଲିବା ବେଳର କିଛି ଫଟୋ ଓ ଭିଡିଓକୁ ଅପ୍‌ଲୋଡ ମଧ୍ୟ କରିଥିଲେ ଜଗନୁୂର। ଏହି ଭିଡିଓରେ ସେ ପୁରାପୁରି ସୁସ୍ଥ ଦେଖାଯାଉଥିଲେ। ତେବେ ଇଜିପ୍ଟ ଯାତ୍ରା ତାଙ୍କର ଶେଷ ଯାତ୍ରା ପାଲଟି ଯାଇଛି। ହଠାତ୍‌ ହୃଦ୍‌ଘାତ ଯୋଗୁଁ ଇଜିପ୍ଟରେ ହିଁ ତାଙ୍କର ଦେହାନ୍ତ ହୋଇଛି।

ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ଟେଲିଭିଜନ ଦୁନିଆକୁ ପୁଣିଥରେ ଶକ୍ତ ଝଟ୍‌କା ଲାଗିଛି। ତାଙ୍କ ପରିବାର ଲୋକେ ଏବଂ ପ୍ରଶଂସକ ସ୍ତବ୍ଧ ହୋଇଯାଇଛନ୍ତି। ଅନେକ ସେଲେବ୍ରିଟି ଏହି ଖବର ଶୁଣି ଶୋକପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁକୁ କେହି ସହଜରେ ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି।

Advertisment

ଜଗନୁର ଏମ୍‌ଟିଭି ଲଭ୍‌ ସ୍କୁଲର ପ୍ରଥମ ଏବଂ ଦ୍ୱିତୀୟ ସଜିନ୍‌ରେ ଭାଗ ନେଇଥିଲେ। ତାଙ୍କର ପୂର୍ବତନ ଗାର୍ଲଫ୍ରେଣ୍ଡ ମୋନିକାଙ୍କ ସହ ସମ୍ପର୍କରେ ସୁଧାର ଆଣିବା ପାଇଁ ଜଗନୁର ଏହି ଶୋ’ରେ ଭାଗ ନେଇଥିଲେ। କିନ୍ତୁ ତାଙ୍କ ସମ୍ପର୍କରେ କୌଣସି ସୁଧାର ଆସିନଥିଲା ଏବଂ ଦୁହିଁଙ୍କର ବ୍ରେକଅପ୍ ହୋଇଯାଇଥିଲା। ଏହି ରିଆଲିଟି ଶୋ'ଟି ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା।

Bollywood News Hindi Television
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe