Advertisment

ରାଗିଗଲେ ’ଶକ୍ତିମାନ’, ମୃତ୍ୟୁ ଗୁଜବକୁ ବକବାସ୍ କହିଲେ

ମୁମ୍ବାଇ: ‘ଶକ୍ତିମାନ’ ନାମରେ ଘରେ ଘରେ ପରିଚିତ ମୁକେଶ ଖାନ୍ନା ଏବେ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସୋଶାଲ ମିଡିଆରେ ତାଙ୍କର ଦେହାନ୍ତ ହୋଇଥିବା ଖବର ଭାଇରାଲ୍ ହୋଇଥିଲା। ଏହି ଖବର ତାଙ୍କ ଫ୍ୟାନଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ମୃତ୍ୟୁର ଗୁଜବ ଖବର ଭାଇରାଲ୍ ହେବା ପରେ ଖୋଦ୍ ମୁକେଶ ଖାନ୍ନା ଲୋକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାସହ ସେ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସୂଚନା ମଧ୍ୟ ଦେଇଛନ୍ତି । ମୃତ୍ୟୁର ଗୁଜବ ଖବର […]

ଅଦ୍ୟତନ ହୋଇଛି
ରାଗିଗଲେ ’ଶକ୍ତିମାନ’, ମୃତ୍ୟୁ ଗୁଜବକୁ ବକବାସ୍ କହିଲେ

mukesh-khanna

Advertisment

ମୁମ୍ବାଇ: ‘ଶକ୍ତିମାନ’ ନାମରେ ଘରେ ଘରେ ପରିଚିତ ମୁକେଶ ଖାନ୍ନା ଏବେ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସୋଶାଲ ମିଡିଆରେ ତାଙ୍କର ଦେହାନ୍ତ ହୋଇଥିବା ଖବର ଭାଇରାଲ୍ ହୋଇଥିଲା। ଏହି ଖବର ତାଙ୍କ ଫ୍ୟାନଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ମୃତ୍ୟୁର ଗୁଜବ ଖବର ଭାଇରାଲ୍ ହେବା ପରେ ଖୋଦ୍ ମୁକେଶ ଖାନ୍ନା ଲୋକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାସହ ସେ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସୂଚନା ମଧ୍ୟ ଦେଇଛନ୍ତି । ମୃତ୍ୟୁର ଗୁଜବ ଖବର ପରେ ଅଭିନେତା ଜଣକ ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି । ଏହାସହ ଫର୍ଜି ଖବର ଭାଇରାଲ୍ କରୁଥିବା ଲୋକଙ୍କୁ ନିନ୍ଦା କରିଛନ୍ତି।

Advertisment

ଭିଡିଓ ଶେଆର୍ କରି ମୁକେଶ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ମୁଁ ବୁଝିପାରୁନି କେଉଁମାନେ ଏଭଳି ଗୁଜବ ଖବର ବାହାର କରୁଛନ୍ତି। ମୁଁ ପୂରା ଠିକ୍ ଅଛି ଏବଂ ଯେପର୍ଯ୍ୟନ୍ତ ଆପଣମାନଙ୍କ ଆଶୀର୍ବାଦ ମୋ ସହ ଅଛି, ମୋତେ କିଛି ହେବ ନାହିଁ । ମୋତେ ସମ୍ବନ୍ଧରେ ଗୁଜବ ଖବର ପ୍ରଚାର କରାଯାଉଛି। ସୋଶାଲ ମିଡିଆର ଏହା ହିଁ ସମସ୍ୟା। ସମସ୍ତେ ମୋ କଥା ଏତେ ଚିନ୍ତା କରୁଥିବାରୁ ଧନ୍ୟବାଦ। ମୋତେ ଅନେକ ଲୋକଙ୍କ ଫୋନ୍ ଆସୁଛି। ଆପଣଙ୍କ ସମସ୍ତଙ୍କୁ ଧନ୍ୟବାଦ।

Advertisment

ଭିଡିଓ ବ୍ୟତୀତ ମୁକେଶ ଖାନ୍ନା ଆଉ ଏକ ପୋଷ୍ଟ ଲେଖିଛନ୍ତି । ଏହି ପୋଷ୍ଟରେ ସେ ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ ଧରି ମାରିବା କଥା କହିଛନ୍ତି । ମୁକେଶ ଖାନ୍ନା ପୋଷ୍ଟରେ ଲେଖିଛନ୍ତି, ମୁଁ ପୂରା ଠିକ୍ ଅଛି । ଏହି ଗୁଜବ ପ୍ରଚାର କରୁଥିବା ଲୋକେ କିଲେଶର ବାସିନ୍ଦା । ଏମାନଙ୍କୁ ଧରି ମାରିବା ଦରକାର । ଆପଣ ସମସ୍ତଙ୍କ ପ୍ରାର୍ଥନା ଓ ଭଗବାନଙ୍କ ଦୟାରୁ ମୁଁ ସୁସ୍ଥ ଅଛନ୍ତି । ସମସ୍ତେ ନିଜର ଯତ୍ନ ନିଅନ୍ତୁ।

ସୂଚନାଯୋଗ୍ୟ, ମୁକେଶ ଖାନ୍ନା ଅନେକ ଟିଭି ସିରିୟଲ୍ସ ଓ ଫିଲ୍ମରେ ନିଜର ଦମଦାର ଅଭିନୟର ଛାପ ଛାଡ଼ିଛନ୍ତି । କିନ୍ତୁ ତାଙ୍କୁ ‘ଶକ୍ତିମାନ’ ଓ ପୌରାଣିକ ସିରିୟଲ୍ ‘ମହାଭାରତ’ରୁ ହିଁ ଅସଲ ପରିଚୟ ମିଳିଥିଲା। ‘ମହାଭାରତ’ରେ ସେ ଭୀଷ୍ମ ପିତାମହର ଭୂମିକା ତୁଲାଇଥିଲେ, ଯାହାକୁ ଲୋକ ଖୁବ୍ ପସନ୍ଦ କରିଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe