/odisha-reporter/media/post_attachments/uploads/2021/06/pearl-v-puri.jpg)
pearl-v-puri
ମୁମ୍ବାଇ: ହରଡ଼ଘଣାରେ ନାଗୀନ୍-୩ ଫେମ ଅଭିନେତା । ଫସିଲେ ଲୋକପ୍ରିୟ ଟେଲିଭିଜନ ଷ୍ଟାର ପର୍ଲ ଭି ପୁରୀ । ମୁମ୍ବାଇର ମଲାଡ ସ୍ଥିତ ମଲୱାନୀ ପୁଲିସ ତାଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଅଭିନେତା ପର୍ଲଙ୍କ ସମେତ ପୁଲିସ ଅନ୍ୟ ୫ ଜଣଙ୍କୁ ଗିରଫ କରିଛି । ଏହି ୬ ଜଣଙ୍କ ନାଁରେ ପୀଡିତା ଜଣଙ୍କ ଦୁୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ପୁଲିସ ପୀଡିତାଙ୍କ ବୟାନ ରେକର୍ଡ ମଧ୍ୟ କରିଛି ।
ସୂଚନା ଯୋଗ୍ୟ ଯେ ପର୍ଲ ନିଜ ବ୍ୟକ୍ତିଗତ ସମ୍ପର୍କକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁନ୍ତି । କିଛି ଦିନ ପୂର୍ବେ ଟେଲି ଅଭିନେତ୍ରୀ କରିଶ୍ମା ତନ୍ନାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଶୁଣିବାକୁ ମିଳିଥିଲା । ଦୁହେଁ ବହୁ ସମୟ ଧରି ରିଲସେନରେ ଥିଲେ କିନ୍ତୁ ପରେ ଦୁହେଁ ଅଲଗା ହୋଇଯାଇଥିଲେ ।
ପର୍ଲ ନାଗୀନ-୩ ବ୍ୟତୀତ ଅନ୍ୟ ଟିଭି ପ୍ରୋଜେକ୍ଟରେ ମଧ୍ୟ କାମ କରିଛନ୍ତି । ସେ ଦିଲ୍କି ନଜର ସେ ଖୁବସୁରତ, ଫିର୍ ଭି ନା ମାନା ବଦତମିଜ ଦିଲ୍, ମେରି ଶାଶୁ ମା’, ନାଗାର୍ଜୁନ ଏକ ଯୋଦ୍ଧା, ବେପନାହା ପ୍ୟାର ଏବଂ ବ୍ରହ୍ମରାକ୍ଷସ-୨ ଭଳି ଲୋକପ୍ରିୟ ଟିଭି ସିରିଏଲରେ ପର୍ଲ କାମ କରିସାରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
