Advertisment

ବିଗିଡ଼ିଲା ମେହେକଙ୍କ ସ୍ୱାସ୍ଥ୍ୟାବସ୍ଥା, ଆଇସିୟୁରେ ଭର୍ତ୍ତି

ମୁମ୍ବାଇ: ବିଗ୍‌ବସ୍ ତଥା ନାଗୀନ୍ ଫେମ୍ ଅଭିନେତ୍ରୀ ମେହେକ ଚହଲ ଅସୁସ୍ଥ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡି ଯାଇଛି। ଏଥିପାଇଁ ତାଙ୍କୁ ୩ରୁ ୪ ଦିନ ଯାଏଁ ଆଇସିୟୁର ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଏନେଇ ସେ ଖୋଦ୍ ସୋଶାଲ ମିଡିଆରେ ନିଜ ଯନ୍ତ୍ରଣା ବଖାଣିଛନ୍ତି। ମେହେକ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି। ଜାନୁଆରୀ ୨ ତାରିଖରେ ହଠାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେହେକ ଏବେବି […]

ଅଦ୍ୟତନ ହୋଇଛି
ବିଗିଡ଼ିଲା ମେହେକଙ୍କ ସ୍ୱାସ୍ଥ୍ୟାବସ୍ଥା, ଆଇସିୟୁରେ ଭର୍ତ୍ତି

mehek

Advertisment

ମୁମ୍ବାଇ: ବିଗ୍‌ବସ୍ ତଥା ନାଗୀନ୍ ଫେମ୍ ଅଭିନେତ୍ରୀ ମେହେକ ଚହଲ ଅସୁସ୍ଥ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡି ଯାଇଛି। ଏଥିପାଇଁ ତାଙ୍କୁ ୩ରୁ ୪ ଦିନ ଯାଏଁ ଆଇସିୟୁର ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଏନେଇ ସେ ଖୋଦ୍ ସୋଶାଲ ମିଡିଆରେ ନିଜ ଯନ୍ତ୍ରଣା ବଖାଣିଛନ୍ତି।

Advertisment

ମେହେକ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି। ଜାନୁଆରୀ ୨ ତାରିଖରେ ହଠାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେହେକ ଏବେବି ହସ୍ପିଟାଲରେ ଅଛନ୍ତି। ତାଙ୍କ ଚିକିତ୍ସା ଜାରି ହୋଇଛି। ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଛି। ୮ ଦିନ ହେବ ସେ ହସ୍ପିଟାଲରେ ଥିବା କହିଛନ୍ତି।

୪ ଦିନ ପରେ ମେହେକଙ୍କୁ ଏବେ ନର୍ମାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅନେକ ସୁଧାର ମଧ୍ୟ ଆସିଛି। କିନ୍ତୁ ଅକ୍ସିଜେନ୍ ଲେବଲ ଏବେବି ସ୍ୱାଭାବିକ ନାହିଁ। ତାଙ୍କ ଫୁସ୍‌ଫୁସ୍ ସଂକ୍ରମିତ ହୋଇଥିବା ସେ କହିଛନ୍ତି।

Advertisment

ଏବେ ଟେଲିଭିଜନର ପପୁଲାର ଶୋ’ ନାଗୀନ-୬ରେ ଅଭିନୟ କରୁଛନ୍ତି ମେହେକ। ସଲମାନ ଖାନ୍‌ଙ୍କ ବିଗ୍ ବସ୍‌-୫ରେ ମଧ୍ୟ ନଜର ଆସିଥିଲେ ମେହେକ। କେବଳ ସେତିକି ନୁହେଁ ଖତରୋଁ ଖିଲାଡି, ଅନେକ ବଲିଉଡ ଫିଲ୍ମ ଓ ଆଇଟମ୍ ଗୀତରେ ମଧ୍ୟ ମେହେକ ନଜର ଆସିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe