ଶକ୍ତି ମୋହନଙ୍କୁ ପ୍ରପୋଜ କଲେ ଗୋଲ୍ଡେନ୍‌ ବୟ ନୀରଜ

ମୁମ୍ବାଇ: କରୋଓଗ୍ରାଫର କମ୍‌ ବି-ଟାଉନର ପ୍ରସିଦ୍ଧ ଡ୍ୟାନ୍ସର ଶକ୍ତି ମୋହନଙ୍କୁ ପ୍ରୋପଜ କଲେ ଅଲିମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରା। ସର୍ବ ସମ୍ମୁଖରେ ନିଜ ମନର କଥା କହିଦେଲେ ଗୋଲ୍ଡେନ ବୟ।  ଆଉ ତା ପୁଣି ନିଜ ଅନ୍ଦାଜରେ। ନୀରଜ ଚୋପ୍ରାଙ୍କ ଏହି ପ୍ରପୋଜ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଟୋକିଓ ଅଲିମ୍ପିକ୍ସରେ ଗୋଲ୍ଡ ଜିତି ଦେଶ ପାଇଁ ଗୌରବ ଆଣିବା ପରେ ବେଶ ଚର୍ଚ୍ଚାରେ ରହୁଛନ୍ତି ନୀରଜ। ସେ ଏବେ ସୋଶାଲ […]

Shakti and Neeraj

Madhupriya Mistry
  • Published: Monday, 27 September 2021
  • , Updated: 27 September 2021, 08:47 PM IST

ମୁମ୍ବାଇ: କରୋଓଗ୍ରାଫର କମ୍‌ ବି-ଟାଉନର ପ୍ରସିଦ୍ଧ ଡ୍ୟାନ୍ସର ଶକ୍ତି ମୋହନଙ୍କୁ ପ୍ରୋପଜ କଲେ ଅଲିମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରା। ସର୍ବ ସମ୍ମୁଖରେ ନିଜ ମନର କଥା କହିଦେଲେ ଗୋଲ୍ଡେନ ବୟ।  ଆଉ ତା ପୁଣି ନିଜ ଅନ୍ଦାଜରେ। ନୀରଜ ଚୋପ୍ରାଙ୍କ ଏହି ପ୍ରପୋଜ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଟୋକିଓ ଅଲିମ୍ପିକ୍ସରେ ଗୋଲ୍ଡ ଜିତି ଦେଶ ପାଇଁ ଗୌରବ ଆଣିବା ପରେ ବେଶ ଚର୍ଚ୍ଚାରେ ରହୁଛନ୍ତି ନୀରଜ। ସେ ଏବେ ସୋଶାଲ ମିଡିଆର ପାଲଟିଛନ୍ତି ହଟ୍‌ ଟପିକ୍‌। କେତେବେଳେ ବିଜ୍ଞାପନ ତ ଆଉ କେତେବେଳେ ମାଗାଜିନ। ସେହିପରି ଆଉ କେବେ ଟିଭି ଶୋ'ରେ ସେ ମଚାଉଛନ୍ତି ଧମାଲ।

କୌନ୍‌ ବନେଗା କରୋଡ ପତି (KBC-13) ପରେ ଏବେ ଡ୍ୟାନ୍ସ ରିଆଲଟି ଶୋ' ଡ୍ୟାନ୍ସ ପ୍ଲାସ୍‌-୬ର ଷ୍ଟେଜ୍‌ରେ ନୀରଜଙ୍କୁ ଦେଖିବାକୁ ମିଳିଛି । ସେଠାରେ ମଧ୍ୟ ସେ ନିଜ ଅନ୍ଦାଜରେ ଡ୍ୟାନ୍ସ କରିବା ସହ ଜବରଦସ୍ତ ମସ୍ତି ମୁଡ୍‌ରେ ଧମାଲ କରିଛନ୍ତି।

ରିଆଲିଟି ଶୋ'ରେ ସେ ଡ୍ୟାନ୍ସର ରାଘବଙ୍କ ସହ ବେଶ୍ ମଜାଳିଆ ଢଙ୍ଗରେ ନାଚୁଛନ୍ତି। ମଞ୍ଚରେ ନୀରଜ ରାଘବଙ୍କୁ ଗୋଲ୍ଡ ମେଡାଲ ଜିତିବାର ଡ୍ୟାନ୍ସ ଠାରୁ ଆରମ୍ଭ କରି ପାର୍ଟି ଡ୍ୟାନ୍ସ, ବ୍ରୋମାନ୍ସ ଡ୍ୟାନ୍ସ ଭଳି ଷ୍ଟେପ ଶିଖାଉଛନ୍ତି। କେବଳ ସେତିକି ନୁହେଁ ଡ୍ୟାନ୍ସର ଶକ୍ତି ମୋହନ୍‌ଙ୍କୁ ମଧ୍ୟ ସେ କରୁଛନ୍ତି ପ୍ରପୋଜ।

ଶକ୍ତି ମୋହନଙ୍କ ଅନୁରୋଧ ପରେ ମଞ୍ଚ ଉପରେ ସମସ୍ତ ଆଗରେ ତାଙ୍କୁ ନୀରଜ ପ୍ରପୋଜ କରିଛନ୍ତି। ନିଜ ଢ଼ଙ୍ଗରେ ସେ କହିଛନ୍ତି, 'ମୋ ଜୀବନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଜାଭେଲିନ୍‌, ମୁଁ ତୁମକୁ ଅଧିକ ସମୟ ଦେଇପାରିବି ନାହିଁ। ମୋତେ ଆଉ କିଛି ଆସେ ନାହିଁ। ଖାଦ୍ୟ ରୋଷେଇ କରିବା ମଧ୍ୟ ଆସେନି।' ନୀରଜଙ୍କ ଏହି ପ୍ରପୋଜ କରିବାର ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି।

ଅଲିମ୍ପିକ୍ସରେ ଗୋଲ୍ଡ ଜିତିବା ପରେ ନୀରଜ ଚୋପ୍ରାଙ୍କ ଫ୍ୟାନ୍‌ ଫଲୋଇଂ ସଂଖ୍ୟା ଖୁବ ଜୋରସୋରରେ ବଢ଼ିବାରେ ଲାଗିଛି। ବଡ ବଡ ବ୍ରାଣ୍ଡଠାରୁ ଆରମ୍ଭ କରି ଟେଲିଭିଜନର ଶୋ' ଯାଏଁ କେବଳ ନୀରଜଙ୍କୁ ଦେଖିବାକୁ ମିଳୁଛି। ନୀରଜ ଚୋପ୍ରାଙ୍କୁ ଇଣ୍ଡିଆ ଟୁଡେ ମସଲା ପତ୍ରିକାର କଭର ପେଜରେ ମଧ୍ୟ ଏକ ପ୍ରମୁଖ ସ୍ଥାନ ଦିଆଯାଇଛି । ଗୋଲ୍ଡେନ ବୟ ନିଜେ ଏହି ସୂଚନାକୁ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

https://youtu.be/1Urf6sBQPTY

Related story