Advertisment

ନିୟା ଶର୍ମା ରାଜି!

ମୁମ୍ବାଇ: ଟେଲିଭିଜନ୍ ଅଭିନେତ୍ରୀ ନିୟା ଶର୍ମାଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର। ସୂଚନା ଅନୁଯାୟୀ, ‘ବିଗ୍ ବସ୍-୧୪’ରେ ପ୍ରତିଯୋଗୀ ଭାବେ ଭାଗ ନେବା ପାଇଁ ରାଜି ହୋଇଯାଇଛନ୍ତି ନିୟା ଶର୍ମା। ଗତ କିଛି ବର୍ଷ ହେବ ‘ବିଗ୍ ବସ୍‌’ ନିର୍ମାତା ଏଥିରେ ଭାଗ ନେବାକୁ ନିୟାଙ୍କୁ ପ୍ରସ୍ତାବ ଦେଇ ଆସୁଥିଲେ।  ହେଲେ ପ୍ରତିଥର ସେ ମନା କରି ଦେଇଥିଲେ। କିନ୍ତୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଏଥର ସେ ନିର୍ମାତାଙ୍କୁ ନିରାଶ କରି ନାହାନ୍ତି। ନିର୍ମାତା ବେଶ୍ କିଛି […]

ଅଦ୍ୟତନ ହୋଇଛି
ନିୟା ଶର୍ମା ରାଜି!

niasharma

Advertisment

ମୁମ୍ବାଇ: ଟେଲିଭିଜନ୍ ଅଭିନେତ୍ରୀ ନିୟା ଶର୍ମାଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର। ସୂଚନା ଅନୁଯାୟୀ, ‘ବିଗ୍ ବସ୍-୧୪’ରେ ପ୍ରତିଯୋଗୀ ଭାବେ ଭାଗ ନେବା ପାଇଁ ରାଜି ହୋଇଯାଇଛନ୍ତି ନିୟା ଶର୍ମା।

Advertisment

ଗତ କିଛି ବର୍ଷ ହେବ ‘ବିଗ୍ ବସ୍‌’ ନିର୍ମାତା ଏଥିରେ ଭାଗ ନେବାକୁ ନିୟାଙ୍କୁ ପ୍ରସ୍ତାବ ଦେଇ ଆସୁଥିଲେ।  ହେଲେ ପ୍ରତିଥର ସେ ମନା କରି ଦେଇଥିଲେ। କିନ୍ତୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଏଥର ସେ ନିର୍ମାତାଙ୍କୁ ନିରାଶ କରି ନାହାନ୍ତି। ନିର୍ମାତା ବେଶ୍ କିଛି ମାସ ହେବ ତାଙ୍କ ସହିତ ଯୋଗାଯୋଗରେ ଥିଲେ। ତେବେ ସେତେବେଳେ ‘ନାଗୀନ ୪’କୁ ନେଇ ନିୟା ବ୍ୟସ୍ତ ଥିଲେ। ତେଣୁ ନିର୍ମାତାଙ୍କ ପ୍ରସ୍ତାବରେ ହଁ ଭରି ନଥିଲେ। କିନ୍ତୁ ‘ନାଗୀନ ୪’ ଏବେ ବନ୍ଦ ହୋଇଯାଇଛି। ତେଣୁ ତିନି ମାସ ପାଇଁ ‘ବିଗ୍ ବସ୍’ ଘରେ ଲକ୍ ହେବା ପାଇଁ ରାଜି ହୋଇଯାଇଛନ୍ତି ନିୟା ଶର୍ମା। ତାଙ୍କ ଫି’ ନେଇ ନିର୍ମାତା କଥାବର୍ତ୍ତା ସାରି ଦେଇଛନ୍ତି ବୋଲି ବି ଜଣାପଡ଼ିଛି।

Advertisment

ରିଆଲିଟି ଶୋ’ର ଅନୁଭୂତି ନିୟାଙ୍କ ପାଖରେ ରହିଛି। ଏବେ ତାଙ୍କୁ ‘ଖତରୋଁ କେ ଖିଲାଡ଼ୀ- ମେଡ୍ ଇନ୍ ଇଣ୍ଡିଆ’ରେ ଦେଖିବାକୁ ମିଳୁଛି। ‘ଖତରୋଁ କେ ଖିଲାଡୀ’ର ସ୍ପେଶାଲ୍ ଏଡିଶନ୍‌ର ଏହି ଶୁଟିଂ ଗୋରେଗାଁଓ ସ୍ଥିତ ଫିଲ୍ମ ସିଟିରେ ହେଉଛି। ଏହା ପୂର୍ବରୁ ନିୟା ଶର୍ମା ‘ଖତରୋଁ କେ ଖିଲାଡୀ ୮’ରେ ମଧ୍ୟ ଭାଗ ନେଇଥିଲେ।

ୟା ମଧ୍ୟରେ ‘ବିଗ୍ ବସ୍‌ ୧୪’ର ପ୍ରୋମୋ ଆସିଯାଇଛି। ଏହାକୁ ସଲ୍‌ମାନ୍ ଖାନ୍‌ଙ୍କ ପନୱେଲ୍ ସ୍ଥିତ ଫାର୍ମହାଉସ୍‌ରେ ଶୁଟ୍ କରାଯାଇଛି। ତେବେ ଏଥର ‘ବିଗ୍ ବସ୍’ର ନିୟମରେ କିଛି ପରିବର୍ତ୍ତନ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ସମସ୍ତ ପ୍ରତିଯୋଗୀଙ୍କ କୋଭିଡ୍-୧୯ ଟେଷ୍ଟ୍ କରାଯିବ। ସେହିଭଳି ଶୋ’ ଚାଲିବା ଭିତରେ ଯଦି କାହାର ସ୍ୱାସ୍ଥ୍ୟ ଖରାପ ହେଲା, ତା’ହେଲେ ତାଙ୍କୁ ବାହାର କରି ଦିଆଯିବ।

View this post on Instagram

That’s my ‘Stay in your lane’ Look!! @shurabhavinofficial @sankpalsavita @stylebysaachivj

A post shared by Nia Sharma (@niasharma90) on

ମିଳିଥିବା ସୂଚନା ଅନୁଯାୟୀ, ଏଥର ପ୍ରତିଯୋଗୀମାନେ ‘ବିଗ୍ ବସ୍’ ଘରକୁ ମୋବାଇଲ୍ ନେଇ ଯାଇପାରିବେ। ସେମାନେ ସେଠାରୁ ନିଜ ଘର ଲୋକଙ୍କୁ ଭିଡିଓ କଲ୍ ମଧ୍ୟ କରିପାରିବେ। ‘ବିଗ୍ ବସ୍‌ ୧୩’ ଖୁବ୍ ଭଲ ହୋଇଥିଲା। ତେଣୁ ନୂଆ ସିଜିନ୍‌ କେମିତି ହେବେ, ଏବେ ଦର୍ଶକ ସେହି ଅପେକ୍ଷାରେ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe