Advertisment

ଏବେ ବିଗ୍‌ ବସ୍‌ରେ ନିଆଁ ଲଗାଇବେ ନିଆ

ମୁମ୍ବାଇ: ଖୁବ୍‌ଶୀଘ୍ର ବିଗ୍‌ ବସ୍‌ ଓଟିଟିରେ ଏଣ୍ଟ୍ରି କରିବେ ଟେଲିଭିଜନର ବୋଲ୍ଡ ଅଭିନେତ୍ରୀ ନିଆ ଶର୍ମା। ନିଜ ହଟ୍‌ନେସ୍‌ରେ ବିଗ୍‌ ବସ୍‌ରେ ଲଗାଇବେ ନିଆଁ। ଏହି ଖବର ଏବେ ସାମ୍ନାକୁ ଆସିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଏକ୍ସାଇଟମେଣ୍ଟର ଡୋଜ୍‌ ଡବଲ୍‌ ହୋଇଯାଇଛି। ଗତ କିଛି ଦିନ ହେବ ଅଭିନେତ୍ରୀ ନିଆ ବିଗ୍‌ ବସ୍‌ରେ ଏଣ୍ଟ୍ରି କରିବା ନେଇ ଶୁଣିବାକୁ ମିଳୁଥିଲା। ଏବେ ଏହି ଖବରକୁ ସେ ନିଜେ ସ୍ପଷ୍ଟ କରିଛନ୍ତି। ଅଧିକାରୀକ ରୂପେ ନିଆ ଏହି ଖବର […]

author-image
Madhupriya Mistry
ଏବେ ବିଗ୍‌ ବସ୍‌ରେ ନିଆଁ ଲଗାଇବେ ନିଆ

Nia Sharma

ମୁମ୍ବାଇ: ଖୁବ୍‌ଶୀଘ୍ର ବିଗ୍‌ ବସ୍‌ ଓଟିଟିରେ ଏଣ୍ଟ୍ରି କରିବେ ଟେଲିଭିଜନର ବୋଲ୍ଡ ଅଭିନେତ୍ରୀ ନିଆ ଶର୍ମା। ନିଜ ହଟ୍‌ନେସ୍‌ରେ ବିଗ୍‌ ବସ୍‌ରେ ଲଗାଇବେ ନିଆଁ। ଏହି ଖବର ଏବେ ସାମ୍ନାକୁ ଆସିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଏକ୍ସାଇଟମେଣ୍ଟର ଡୋଜ୍‌ ଡବଲ୍‌ ହୋଇଯାଇଛି।

Advertisment

ଗତ କିଛି ଦିନ ହେବ ଅଭିନେତ୍ରୀ ନିଆ ବିଗ୍‌ ବସ୍‌ରେ ଏଣ୍ଟ୍ରି କରିବା ନେଇ ଶୁଣିବାକୁ ମିଳୁଥିଲା। ଏବେ ଏହି ଖବରକୁ ସେ ନିଜେ ସ୍ପଷ୍ଟ କରିଛନ୍ତି। ଅଧିକାରୀକ ରୂପେ ନିଆ ଏହି ଖବର ଉପରେ ମୋହର ଲଗାଇଛନ୍ତି।

ନିକଟରେ ନିଆ ଶର୍ମା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେଆର କରିଥିଲେ। ତାଙ୍କର ଏହି ଭିଡିଓଟିକୁ କୌଣସି ଏକ ହୋଟେଲରେ ସୁଟ୍‌ କରାଯାଇଥିଲ।। ଏହି ଭିଡିଓରେ ସେ କହୁଛନ୍ତି, 'ମୁଁ ହେଉଛି ନିଆ ଶର୍ମା। ଆଜିକାଲି ମୋର ହବି ହେଉଛି ୨୪ ଘଣ୍ଟା ବିଗ୍ ବସ୍ OTT ଦେଖିବା। ବର୍ତ୍ତମାନ ଖେଳିବାର ସମୟ ଆସିଛି, ଏବେ ଘରେ ଝଡ଼ ଆଣିବାର ସମୟ ଆସିଛି। ତେଣୁ ବିଗ୍ ବସ୍ OTT ସହ ଯୋଡି ହୋଇ ରୁହନ୍ତୁ।'

Advertisment

ଆସନ୍ତାକାଲି ଠାରୁ ବିଗ୍‌ ବସ୍‌ରେ ନଜର ଆସିବେ ନିଆ। ତାଙ୍କ ଏଣ୍ଟ୍ରି ବିଗ୍‌ ବସ୍‌ ଘରର ପରିବେଶ ବଦଳାଇ ଦେବ ବୋଲି କୁହାଯାଉଛି। ନିଜ ବୋଲ୍ଡନେସ୍‌ ଏବଂ ଗ୍ଲାମରସ ଅନ୍ଦାଜରେ ସମସ୍ତଙ୍କ ହୋସ ଉଡାଉଥିବା ନିଆ ଏବେ ବିଗ୍‌ ବସ ଘରେ କାହା ସହ ମିତ୍ରତା କରୁଛନ୍ତି ଆଉ କାହା ସହ ଶତ୍ରୁତା କରୁଛନ୍ତି ତାହା ଦେଖିବା ବାକି ରହିଲା।

ସୂଚନା ମୁତାବକ ସୋଶାଲ ମିଡଆରେ ବେଶ୍‌ ଆକ୍ଟିଭ ନିଆ। ତାଙ୍କର ଅନେକ ଫ୍ୟାନ୍‌ ଫଲୋଇଂ ଅଛନ୍ତି। ସୋଶାଲ ମିଡିଆରେ ସେ ନିଜ ବୋଲ୍ଡ ଅନ୍ଦାଜରେ ସମସ୍ତଙ୍କୁ ଦିୱାନା କରିଦିଅନ୍ତି। ନିଆକୁ ବିସ୍‌ ବସ୍‌ ତରଫରୁ ଅନେକ ଦିନ ହେଲା ଅଫର୍‌ ଦିଆଯାଇଥିଲା। ଏବେ ସେ ଏହି ଅଫରକୁ ଗ୍ରହଣ କରିଛନ୍ତି।