/odisha-reporter/media/post_attachments/uploads/2022/03/nilanjana-ray.jpg)
nilanjana ray
ମୁମ୍ବାଇ: ପ୍ରସିଦ୍ଧି ସିଙ୍ଗିଙ୍ଗ ରିଆଲିଟି ଶୋ' 'ସାରେଗାମାପା'ର ଟ୍ରଫି ହାତେଇଲେ ପଶ୍ଚିମବଙ୍ଗର ନୀଲାଞ୍ଜନା ରୟ। ସର୍ବାଧିକ ଭୋଟ ପାଇ ସେ ଜିତିଲେ ଏହି ଶୋ'ର ଟାଇଟଲ। ସେ ଏହି ଶୋ'ର ବିଜେତା ହେବା ସହ ତାଙ୍କୁ ନଗଦ ୧୦ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ମିଳିଛି।
ସେହିପରି ସଙ୍ଗୀତର ପ୍ରତ୍ୟେକଟି ଟେଷ୍ଟର ସାମ୍ନ କରି ନୀଲାଞ୍ଜନାଙ୍କୁ କଡ଼ା ଟକ୍କର ଦେଇଥିବା ରାଜଶ୍ରୀ ବାଗ ଏବଂ ଶରଦ ଶର୍ମାଙ୍କୁ ସୋ’ର ପ୍ରଥମ ଏବଂ ଦ୍ୱିତୀୟ ରନର୍ସଅପ୍ ଘୋଷଣା କରାଯାଇଥିଲା। ରାଜଶ୍ରୀଙ୍କୁ ପୁରସ୍କାର ସ୍ୱରୂପ ୫ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଶରଦ ଶର୍ମାଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।
'ସାରେଗାମାପା'ର ଟ୍ରଫି ଜିତିବା ପରେ ନୀଲାଞ୍ଜନା ବେଶ୍ ଖୁସି ଅଛନ୍ତି। ଦର୍ଶକଙ୍କୁ ଓ ତାଙ୍କ ଫ୍ୟାନ୍ମାନଙ୍କୁ ବିପୁଳ ସଂଖ୍ୟା ଭୋଟ୍ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ସେ ସାରେଗାମାପାର ବିଜେତା ହୋଇସାରିଥିବା ବିଶ୍ୱାସ କରିପାରୁନାହାନ୍ତି ବୋଲି କହିଛନ୍ତି।
୧୯ ବର୍ଷୀୟ ନୀଲାଞ୍ଜନା ନିଜ ସୁମଧୁର ସ୍ୱର ଜରିରେ ବଡ ବଡ କଳାକାର ତଥା ଗାୟକଙ୍କ ହୃଦୟ ଜିତି ନେଇଛନ୍ତି। ଶୋ' ଜିତିବା ପରେ ସେ କହିଛନ୍ତି, 'ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ଏହି ଅଦ୍ଭୁତ ଯାତ୍ରା ବର୍ତ୍ତମାନ ଶେଷ ହୋଇଛି। ସାରେଗାମାପାର ସମ୍ପୂର୍ଣ୍ଣ ଅନୁଭୂତି ମୋ ପାଇଁ ବହୁତ ସମୃଦ୍ଧ ହୋଇଛି। ଆମ ଜଜ୍, ମେଣ୍ଟର୍ସ ଏବଂ ଆମର ଶୋ’ର ସମସ୍ତ ଜୁରି ସଦସ୍ୟଙ୍କଠାରୁ ମୁଁ ବହୁତ କିଛି ଶିଖିବାକୁ ପାଇଲି, ଏହି ଯାତ୍ରା ସମୟରେ ଆମକୁ ଦେଇଥିବା ମତାମତ ଅତ୍ୟନ୍ତ ପ୍ରେରଣାଦାୟକ, କିନ୍ତୁ ସର୍ବୋପରି, ମୁଁ ଯେଉଁ ସବୁ ମୂହୁର୍ତ୍ତ ଏହି ପ୍ଲାଟଫର୍ମରେ ବିତାଇଛି, ସେହି ସମସ୍ତ ମୂଲ୍ୟବାନ ମୂହୁର୍ତ୍ତକୁ ସାଇତି ରଖିବି।'
ସାରେଗାମାପା-୨୦୨୨ର ୬ଜଣ ଟପ୍ ଫାଇନାଲିଷ୍ଟ ଥିଲେ। ନୀଲାଞ୍ଜନା ରୟ, ଶରଦ ଶର୍ମା, ରାଜଶ୍ରୀ ବାଗ, ସଞ୍ଜନା ଭଟ୍ଟ, ଅନନ୍ୟା ଚକ୍ରବର୍ତ୍ତୀ ଏବଂ ସ୍ନିଗ୍ଧଜିତ ଭୌମିକ। ୫ ଜଣଙ୍କ ପଛରେ ପକାଇ ନୀଲାଞ୍ଜନା ଏହି ଟ୍ରଫି ହାତେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
