Advertisment

ସ୍କୁଲ ସିଲାବସ୍‌ରେ କମେଡି କିଙ୍ଗ କପିଲ

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ରହିଛି ଢ଼େର ଚାହିଦା। ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ କପିଲଙ୍କ ଫ୍ୟାନ୍‌। କମେଡି କିଙ୍ଗ ରୂପେ ସେ ବି-ଟାଉନରେ ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ। କପିଲଙ୍କ କମେଡି ଦେଖିବା ପାଇଁ ସମସ୍ତେ ଚାହିଁ ବସିଥା’ନ୍ତି। ଦେଶ ବିଦେଶରେ ମଧ୍ୟ କପିଲଙ୍କ କମେଡିର ଜାଦୁ ଦେଖିବାକୁ ମିଳେ। ବେଳେ ବେଳେ ତାଙ୍କୁ ଭେଟିବା ପାଇଁ ବିଦେଶରୁ ପ୍ରଶଂସକମାନେ ଧାଇଁ ଆସନ୍ତି ତାଙ୍କ ଶୋ’କୁ। ଏବେ କପିଲ ଶର୍ମାଙ୍କୁ […]

author-image
Madhupriya Mistry
ସ୍କୁଲ ସିଲାବସ୍‌ରେ କମେଡି କିଙ୍ଗ କପିଲ

Kapil sharma

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ରହିଛି ଢ଼େର ଚାହିଦା। ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ କପିଲଙ୍କ ଫ୍ୟାନ୍‌। କମେଡି କିଙ୍ଗ ରୂପେ ସେ ବି-ଟାଉନରେ ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ। କପିଲଙ୍କ କମେଡି ଦେଖିବା ପାଇଁ ସମସ୍ତେ ଚାହିଁ ବସିଥା'ନ୍ତି। ଦେଶ ବିଦେଶରେ ମଧ୍ୟ କପିଲଙ୍କ କମେଡିର ଜାଦୁ ଦେଖିବାକୁ ମିଳେ। ବେଳେ ବେଳେ ତାଙ୍କୁ ଭେଟିବା ପାଇଁ ବିଦେଶରୁ ପ୍ରଶଂସକମାନେ ଧାଇଁ ଆସନ୍ତି ତାଙ୍କ ଶୋ'କୁ।

Advertisment

ଏବେ କପିଲ ଶର୍ମାଙ୍କୁ କେବଳ ଟିଭି ନୁହେଁ ବହିରେ ମଧ୍ୟ ଦେଖିବାକୁ ମିଳିବ। ସ୍କୁଲ ସିଲାବସରେ ସ୍ଥାନ ପାଇଛନ୍ତି କପିଲ। ଚତୁର୍ଥ ଶ୍ରେଣୀର ଜି.କେ ବହିରେ କପିଲ ଶର୍ମାଙ୍କ ଚ୍ୟାପ୍ଟର ଅନ୍ତର୍ଭୁକ୍ତ ହୋଇଛି। ଇନଷ୍ଟାଗ୍ରାମରେ କପିଲଙ୍କ ଫ୍ୟାନ୍ ପେଜ୍ ଦ୍ୱାରା ଏହାର ଏକ ଫଟୋ ଶେୟାର କରାଯାଇଥିଲା। ଯାହାକୁ କପିଲ ତାଙ୍କ ଇନଷ୍ଟା ଷ୍ଟୋରୀରେ ଶେୟାର କରିଛନ୍ତି।

କପିଲ ଶର୍ମାଙ୍କ ଚ୍ୟାପ୍ଟର ଏକ ବହିରେ ଛପା ଯାଇଛି ଫଟୋରେ ଦେଖିବାକୁ ମିଳିଛି। ଯେଉଁଥିରେ ତାଙ୍କ ଫଟୋ ମଧ୍ୟ ଲଗାଯାଇଛି। ଦ୍ୱିତୀୟ ଫଟୋରେ କପିଲ ସହ ତାଙ୍କ ପୁରା ଟିମ୍‌ ଠିଆ ହୋଇଛନ୍ତି ଏବଂ ତାଙ୍କ ପୂର୍ବତନ ସାଥୀ ନବଜୋତ ସିଂ ସିଦ୍ଧୁ ମଧ୍ୟ ନଜର ଆସିଛନ୍ତି । କେବଳ ସେତିକି ନୁହେଁ ତାଙ୍କ ହିଟ୍‌ ଫିଲ୍ମ `କିସ୍‌ କିସ୍‌ କୋ ପ୍ୟାର୍‌ କରୁଁ'ର ଏକ ଫଟୋ ମଧ୍ୟ ବହିରେ ଛପା ଯାଇଥିବା ଦେଖିବାକୁ ମିଳିଛି। ପିଲାଙ୍କ ସିଲାବସ୍‌ରେ ସାମିଲ ହୋଇଥିବା ଏହି ଚାପ୍ଟରର ନାଁ ରହିଛି `ଦ କମେଡି କିଙ୍ଗ କପିଲ ଶର୍ମା'।

Advertisment

ପଞ୍ଜାବର ଅମୃତସର ସହରରୁ ଯାତ୍ରା ଆରମ୍ଭ କରିଥିବା କପିଲଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ଆଜି ସେ ଭାରତର ୧ ନମ୍ବର ହାସ୍ୟ ଅଭିନେତା ଭାବ ଜଣାଶୁଣା। କପିଲଙ୍କ କମେଡି ଶୋ’ କିଛି ମାସ ପୂର୍ବରୁ ବନ୍ଦ ହୋଇଯାଇଛି। ତେବେ ଆଗକୁ କପିଲ ଟିଭି ପରଦାକୁ କମ୍‌ବ୍ୟାକ୍‌ କରିବା ପୂର୍ବରୁ ନେଟଫ୍ଲିକ୍ସରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନେଟ୍‌ଫ୍ଲିକ୍ସରେ ତାଙ୍କ ନୂଆ କମେଡି ଶୋ’ ଶୀଘ୍ର ଆସିବାକୁ ଯାଉଥିବା ସୂଚନା ରହିଛି।

Kapil Sharma