Advertisment

ଲଗ୍‌ଜୁରୀ ଲାଇଫ ଛାଡ଼ି ଭିକ ମାଗୁଛନ୍ତି ଅଭିନେତ୍ରୀ

ମୁମ୍ବାଇ: ଲାଇଟ୍‌, କ୍ୟାମେରା, ଆକ୍ସନକୁ ଛାଡି ଦେଲେ। ଲଗ୍‌ଜୁରୀ ଲାଇଫ୍‌ ଓ ଲାଇମ ଲାଇଟ୍‌ଠାରୁ ଦୂରେଇ ଗଲେ। ହାତରେ ଥାଳି ଓ ଦେହରେ ଗେରୁଆ ବସ୍ତ୍ର ପିନ୍ଧି ରାସ୍ତା ଉପରେ ଭିକ ମାଗିଲେ ଅଭିନେତ୍ରୀ। ଟେଲିଭିଜନର ଜଣାଶୁଣା ଅଭିନେତ୍ରୀ ନୂପୁର ଅଳଙ୍କାର। ତାଙ୍କୁ ଚିହ୍ନିବା ଏବେ ମୁସକିଲ୍‌ ହୋଇପଡିଛି। ବଦଳି ଯାଇଛି ତାଙ୍କ ଚେହେରା ଓ ରୂପ ରଙ୍ଗ। ସେ ଏବେ ଜୀବନର ଏକ ଭିନ୍ନ ପଥରେ ଆଗେଇ ଚାଲିଛନ୍ତି। ଲଗ୍‌ଜୁରୀ ଲାଇଫ୍‌ ଛାଡି ସେ ଆପଣାଇଛନ୍ତି […]

ଅଦ୍ୟତନ ହୋଇଛି
ଲଗ୍‌ଜୁରୀ ଲାଇଫ ଛାଡ଼ି ଭିକ ମାଗୁଛନ୍ତି ଅଭିନେତ୍ରୀ

Nupur Alankar

Advertisment

ମୁମ୍ବାଇ: ଲାଇଟ୍‌, କ୍ୟାମେରା, ଆକ୍ସନକୁ ଛାଡି ଦେଲେ। ଲଗ୍‌ଜୁରୀ ଲାଇଫ୍‌ ଓ ଲାଇମ ଲାଇଟ୍‌ଠାରୁ ଦୂରେଇ ଗଲେ। ହାତରେ ଥାଳି ଓ ଦେହରେ ଗେରୁଆ ବସ୍ତ୍ର ପିନ୍ଧି ରାସ୍ତା ଉପରେ ଭିକ ମାଗିଲେ ଅଭିନେତ୍ରୀ।

Advertisment

ଟେଲିଭିଜନର ଜଣାଶୁଣା ଅଭିନେତ୍ରୀ ନୂପୁର ଅଳଙ୍କାର। ତାଙ୍କୁ ଚିହ୍ନିବା ଏବେ ମୁସକିଲ୍‌ ହୋଇପଡିଛି। ବଦଳି ଯାଇଛି ତାଙ୍କ ଚେହେରା ଓ ରୂପ ରଙ୍ଗ। ସେ ଏବେ ଜୀବନର ଏକ ଭିନ୍ନ ପଥରେ ଆଗେଇ ଚାଲିଛନ୍ତି। ଲଗ୍‌ଜୁରୀ ଲାଇଫ୍‌ ଛାଡି ସେ ଆପଣାଇଛନ୍ତି ସନ୍ୟାସ। ସେ ଏହି ବୈରାଗ୍ୟ ଜୀବନ ବଞ୍ଚିବା ପାଇଁ ସବୁ ନିୟମ ପାଳନ କରୁଛନ୍ତି। ଆଉ ହାତରେ ଥାଳି ଧରି ଭିକ ମଧ୍ୟ ମାଗିବାକୁ ପଛାଇ ନାହାନ୍ତି।

Nupur Alankar Quit Showbiz After 27 Years Left Mumbai Become A Sanyaasan - एक्‍ट्रेस नुपुर अलंकार ने छोड़ा घर-बार, टीवी और फिल्‍मों से लिया संन्यास, पति से भी हो गईं अलग |

ନୂପୁର ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ନୂଆ ଭିଡିଓ ଶେଆର କରିଛନ୍ତି। ଏଥିରେ ସେ ଲୋକଙ୍କୁ ହାତ ପତାଇ ଭିକ ମାଗୁଥିବା ଦେଖିବାକୁ ମିଳିଛି। ସେ ଏବେ ଯାଏଁ ୬ ଲୋକଙ୍କୁ ଭିକ ମାଗିସାରିଲେଣି। ଆଉ ୫ ଜଣ ବାକି ଅଛନ୍ତି। ତାଙ୍କୁ ୧୧ ତଣଙ୍କ ଠାରୁ ଭିକ ମାଗିବାକୁ ପଡିବ ବୋଲି ଭିଡିଓରେ କହୁଥିବା ନଜର ଆସିଛନ୍ତି। କେବଳ ସେତିକି ନୁହେଁ ଭିକରେ ତାଙ୍କୁ କ'ଣ କ'ଣ ମିଳିଛି ତାହା ମଧ୍ୟ ଦେଖାଇଛନ୍ତି ଅଭିନେତ୍ରୀ ନୂପୁର।

Advertisment

ନୂପୁର ଅନେକ ଟେଲିଭିଜନ ଶୋ'ରେ କାମ କରିଛନ୍ତି। ଶକ୍ତିମାନ, ରାଜା ଜି, ଦିଆ ଔର୍‌ ବାତି ହମ୍‌ ଭଳି ସିରିଏଲରେ ସେ କାମ କରି ଅନେକ ପ୍ରଶଂସା ସାଉଁଟିଛନ୍ତି। କେବଳ ଟେଲିଭିଜନ ଶୋ' ନୁହେଁ ଅନେକ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି ନୂପୁର। ଶାଶୁ, ଶ୍ୱଶୁର ଓ ସ୍ୱାମୀଙ୍କ ସହମତି ପରେ ନୂପୁର ଏବେ ଲାଇମ ଲାଇଟ୍‌ଠାରୁ ଦୂରେଇ ଯାଇ ସାଧାରଣ ଜୀବନ ଅତିବାହିତ କରୁଛନ୍ତି। ନୂପୁରଙ୍କ ଜୀବନରେ ଆସିଥିବା ଏତେ ବଡ ପରିବର୍ତ୍ତନକୁ ଦେଖି ଏବେ ୟୁଜର୍ସମାନେ ତାଙ୍କ ପ୍ରଶଂସା କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe