Advertisment

ଏଥର ହଟ୍‌ସିଟ୍‌ରେ ବସିବେ ଗୋଲ୍ଡେନ ବୟ ନୀରଜ

ମୁମ୍ବାଇ: ଏଥର ହଟ୍‌ସିଟ୍‌ରେ ଗୋଲ୍ଡେନ ବୟ ନୀରଜ ଚୋପ୍ରା। ଅଲିମ୍ପିକ୍‌ରେ ଗୋଲ୍ଡ ଜିତିବା ପରେ ଏବେ ନିଜ ଟାଲେଣ୍ଟର ଦେଖାଇବେ ଦମ୍‌। ଦମ୍‌ଦାର ପ୍ରଶ୍ନର ଉତ୍ତର ଦେବେ ନୀରଜ। ନିଜ ଆଇକ୍ୟୁ ବଳରେ ଖୋଜିବେ ଉତ୍ତର। ବଲିଉଡର ମହାନାୟକ ବିଗ୍‌ ବିଙ୍କ ପ୍ରଶ୍ନର କରିବେ ସାମ୍ନା। କେବିସି ତଥା କୌନ ବନେଗା କରୋଡପତି ସିଜିନ୍‌ ୧୩ର ସେଟ୍‌ରେ ଏକାଠି ନଜର ଆସିବେ ଅମିତାଭ ବଚ୍ଚନ ଏବଂ ନୀରଜ ଚୋପ୍ରା। ଶାନଦାର ଶୁକ୍ରବାର ଏପିସୋଡ୍‌ରେ ତାଙ୍କୁ ଦେଖିବାକୁ ମିଳିବ। […]

ଏଥର ହଟ୍‌ସିଟ୍‌ରେ ବସିବେ ଗୋଲ୍ଡେନ ବୟ ନୀରଜ

Neeraj Chopra

Advertisment

ମୁମ୍ବାଇ: ଏଥର ହଟ୍‌ସିଟ୍‌ରେ ଗୋଲ୍ଡେନ ବୟ ନୀରଜ ଚୋପ୍ରା। ଅଲିମ୍ପିକ୍‌ରେ ଗୋଲ୍ଡ ଜିତିବା ପରେ ଏବେ ନିଜ ଟାଲେଣ୍ଟର ଦେଖାଇବେ ଦମ୍‌। ଦମ୍‌ଦାର ପ୍ରଶ୍ନର ଉତ୍ତର ଦେବେ ନୀରଜ। ନିଜ ଆଇକ୍ୟୁ ବଳରେ ଖୋଜିବେ ଉତ୍ତର। ବଲିଉଡର ମହାନାୟକ ବିଗ୍‌ ବିଙ୍କ ପ୍ରଶ୍ନର କରିବେ ସାମ୍ନା।

Advertisment

କେବିସି ତଥା କୌନ ବନେଗା କରୋଡପତି ସିଜିନ୍‌ ୧୩ର ସେଟ୍‌ରେ ଏକାଠି ନଜର ଆସିବେ ଅମିତାଭ ବଚ୍ଚନ ଏବଂ ନୀରଜ ଚୋପ୍ରା। ଶାନଦାର ଶୁକ୍ରବାର ଏପିସୋଡ୍‌ରେ ତାଙ୍କୁ ଦେଖିବାକୁ ମିଳିବ। ଏନେଇ ସୋନି ଟିଭି ପକ୍ଷରୁ ସ୍ପଷ୍ଟ ହୋଇଛି।

ନୀରଜଙ୍କ ସହ ହକି ଖେଳାଳି ପି. ଶ୍ରୀଜେସ୍‌ ମଧ୍ୟ ବିଗ୍‌ ବି'ଙ୍କ ସାମ୍ନାରେ 'କେବିସି'ର ହଟ୍‌ସିଟ୍‌ରେ ବସିବେ। ସୋନି ଟିଭି ତା' ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ 'କୌନ ବନେଗା କରୋଡପତି-୧୩'ର ଏକ ପ୍ରମୋ ଭିଡିଓ ଶେଆର କରିଛି। ଏହି ଭିଡିଓରେ ଅଲିମ୍ପିକର ଗୋଲ୍ଡ ବିଜେତା ନୀରଜ ଚୋପ୍ରା ଏବଂ ହକି ଖେଳାଳି ଶ୍ରୀଜେସ ନଜର ଆସିଛନ୍ତି।

Advertisment

ପ୍ରୋମୋରେ ଦେଖିବାକୁ ମିଳିଛି, ନୀରଜ ଏବଂ ଶ୍ରୀଜେସ ଉଭୟ କେବିସି ସେଟ୍‌ରେ ପ୍ରବେଶ କଲାବେଳେ ମେଗାଷ୍ଟାର ଅମିତାଭ ବଚ୍ଚନ ଉଚ୍ଚ ସ୍ୱରରେ 'ହିନ୍ଦୁସ୍ତାନ ଜିନ୍ଦାବାଦ' କହୁଛନ୍ତି। ନୀରଜ ଚୋପ୍ରା ଏବଂ ଶ୍ରୀଜେଶ ପଦକ ପିନ୍ଧି କେବିସି ସେଟ୍‌ରେ ଏଣ୍ଟ୍ରି କରିଛନ୍ତି। ଏହି ଦୁଇ ଖେଳାଳିଙ୍କ ଏଣ୍ଟ୍ରି କରିବା ପରେ ସେଟ୍‌ରେ ଏକ ଭିନ୍ନ ପ୍ରକାରର ଉତ୍ସାହ ଦେଖିବାକୁ ମିଳୁଛି।

ଏହି ପ୍ରମୋ ଭିଡିଓକୁ ସୋନି ଟିଭି ଏକ ସୁନ୍ଦର କ୍ୟାପସନ ଦେଇ ଶେଆର କରିଛି। ସେ ଲେଖିଛି 'ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଏବଂ ଶ୍ରୀଜେଶ ନିଜ ଦେଶର ନାଁକୁ ଆଲୋକିତ କରି କେବିସି ମଞ୍ଚକୁ ଆସିବାକୁ ଯାଉଛନ୍ତି।'

ନିକଟରେ ଟୋକିଓ ଅଲିମ୍ପିକ୍ସରେ ବିଜୟ ହାସଲ କରି ଭାରତକୁ ଗୌରବାନ୍ୱିତ କରିବା ପରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ନୀରଜ। ନୀରଜ ଚୋପ୍ରା ଏବଂ ଶ୍ରୀଜେଶ ଅମିତାଭ ବଚ୍ଚନଙ୍କ ସହ ସେମାନଙ୍କ ଜୀବନ ସହ ଜଡିତ ଅନେକ କାହାଣୀ ତଥା ମୁହୂର୍ତ୍ତକୁ ବାଣ୍ଟିବେ।

Neeraj Chopra KBC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe