Advertisment

'ପାଣ୍ଡ୍ୟା ଷ୍ଟୋର'ରେ କରୋନା ବିସ୍ଫୋରଣ, ଅଟକିଲା ଶୁଟିଂ

ମୁମ୍ବାଇ: ବେକାବୁ ହୋଇଛି ମାହାମାରୀ କରୋନା। ମାସକ ଭିତରେ ଲକ୍ଷେ ଡେଇଁ ସାରିଲାଣି ସଂକ୍ରମଣ। ବଲିଉଡ ଇଣ୍ଡଷ୍ଟ୍ରୀ ସମେତ ଟେଲିଭିଜନ ଜଗତ ମଧ୍ୟ ଏବେ କରୋନା କବଳରେ ପଡିଛି। ଟେଲିଫିଜନର ପ୍ରସିଦ୍ଧ ସିରିଏଲ୍‌ ‘ପାଣ୍ଡ୍ୟା ଷ୍ଟୋର’ରେ ଫୁଟିଛି କରୋନା ବୋମା। ଏଠାରେ ଏକାସହ ଅନେକ ସେଲେବ୍ରିଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ‘ପାଣ୍ଡ୍ୟା ଷ୍ଟୋର୍‌’ର ଲିଡ୍‌ ଅଭିନେତା ଅକ୍ଷୟ ଖରୋଡିଆ, ସିମରନ୍‌ ବୁଧରୁପ, ମୋହିତ ପରମାର ଓ ଏଲିସା କୌସିକ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏସମସ୍ତ ଠାରେ […]

ଅଦ୍ୟତନ ହୋଇଛି
'ପାଣ୍ଡ୍ୟା ଷ୍ଟୋର'ରେ କରୋନା ବିସ୍ଫୋରଣ, ଅଟକିଲା ଶୁଟିଂ

Pandya Store

Advertisment

ମୁମ୍ବାଇ: ବେକାବୁ ହୋଇଛି ମାହାମାରୀ କରୋନା। ମାସକ ଭିତରେ ଲକ୍ଷେ ଡେଇଁ ସାରିଲାଣି ସଂକ୍ରମଣ। ବଲିଉଡ ଇଣ୍ଡଷ୍ଟ୍ରୀ ସମେତ ଟେଲିଭିଜନ ଜଗତ ମଧ୍ୟ ଏବେ କରୋନା କବଳରେ ପଡିଛି। ଟେଲିଫିଜନର ପ୍ରସିଦ୍ଧ ସିରିଏଲ୍‌ 'ପାଣ୍ଡ୍ୟା ଷ୍ଟୋର'ରେ ଫୁଟିଛି କରୋନା ବୋମା। ଏଠାରେ ଏକାସହ ଅନେକ ସେଲେବ୍ରିଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Advertisment

'ପାଣ୍ଡ୍ୟା ଷ୍ଟୋର୍‌'ର ଲିଡ୍‌ ଅଭିନେତା ଅକ୍ଷୟ ଖରୋଡିଆ, ସିମରନ୍‌ ବୁଧରୁପ, ମୋହିତ ପରମାର ଓ ଏଲିସା କୌସିକ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏସମସ୍ତ ଠାରେ କରୋନାର ସାମାନ୍ୟ ଲକ୍ଷଣ ରହିଛି। ତେବେ ଏହି ସିରିଏଲ୍‌ର ଅନ୍ୟ କଳାକାରଙ୍କ କରୋନା ରିପୋର୍ଟ କିନ୍ତୁ ନେଗେଟିଭ ଆସିଛି। ଫଳରେ ସିରିଏଲ୍‌ ଶୁଟିଂ ଉପରେ ରୋକ୍‌ ଲଗାଇ ଦିଆଯାଇଛି।

Exclusive! Pandya Store's Shiny Doshi tests positive for COVID along with three other actors, storyline to be revised

ଏହି ଶୋ'ର ପ୍ରଯୋଜକ ସୁଜୟ ବାଧବା ଏବଂ କୋମଲ ସୁଜୟ ବାଧବା ଏନେଇ ଏକ ବୟାନ ଜାରି କରିଛନ୍ତି। ସେମାନଙ୍କ କହିବା ମୁତାବକ, କରୋନା ପଜିଟିଭ ଚିହ୍ନଟ ହୋଇଥିବା ଶୋ'ର ୪ ଜଣ କଳାକାର ବର୍ତ୍ତମାନ ଆଇସୋଲେସନରେ ଅଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେମାନଙ୍କ ଦେଖାରେଖା ଚାଲିଛି। ଏନେଇ ବିଏମ୍‌ସିକୁ ମଧ୍ୟ ସୂଚନା ଦିଆଯାଇଛି। କରୋନା ପ୍ରଟୋକଲ ଅନୁଯାଇ ଶୁଟିଂ ସେଟ୍‌ଗୁଡିକୁ ଫ୍ୟୁମିଗେଟ୍‌ କରିଦିଆଯାଇଛି। ଏଥିସହ ପୂରା ଟିମ୍‌ ସହ ସମ୍ପର୍କରେ ରହିଛୁ ବୋଲି ସେମାନେ କହିଛନ୍ତି।

Advertisment

ସୂଚନା ମୁତାବକ, ଷ୍ଟାର୍‌ ପ୍ଲସରେ 'ପାଣ୍ଡ୍ୟା ଷ୍ଟୋର୍‌' ସରିଏଲ୍‌ ପ୍ରସାରିତ ହୁଏ। ଏହି ସିରିଏଲ୍‌ ବେଶ୍‌ ଲୋକପ୍ରିୟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe