Advertisment

'ପାଣ୍ଡ୍ୟା ଷ୍ଟୋର୍‌' ଫେମ୍‌ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଧମକ

ମୁମ୍ବାଇ: ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ ତଥା ଲୋକପ୍ରିୟ ଟେଲି ଶୋ’ ‘ପାଣ୍ଡ୍ୟା ଷ୍ଟୋର୍‌’ ଫେମ୍‌ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଧମକ। ରିଷିତା ଚରିତ୍ରରେ ଅଭିନୟ କରୁଥିବା ସିମରନ ବୁଧରୂପଙ୍କୁ କିଛି ସୋଶାଲ ମିଡିଆ ୟୁଜର୍ସ ଦୁଷ୍କର୍ମ କରିବା ନେଇ ଧମକ ଦେଇଛନ୍ତି। ଏନେଇ ସେ ନିଜେ ଖୁଲାସା କରିଛନ୍ତି। ଏଥିସହ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ଅଭିନେତ୍ରୀ ସିମରନଙ୍କ କହିବା ମୁତାବକ, କିଛି ଯୁବପିଢ଼ି ତଥା ପୁଅ-ଝିଅଙ୍କ ଏକ ଗ୍ରୁପ ତାଙ୍କୁ ଟାର୍ଗେଟ କରୁଛନ୍ତି। ସୋଶାଲ ମିଡିଆରେ ତାଙ୍କୁ […]

'ପାଣ୍ଡ୍ୟା ଷ୍ଟୋର୍‌' ଫେମ୍‌ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଧମକ

simran-budharup

Advertisment

ମୁମ୍ବାଇ: ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ ତଥା ଲୋକପ୍ରିୟ ଟେଲି ଶୋ' 'ପାଣ୍ଡ୍ୟା ଷ୍ଟୋର୍‌' ଫେମ୍‌ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଧମକ। ରିଷିତା ଚରିତ୍ରରେ ଅଭିନୟ କରୁଥିବା ସିମରନ ବୁଧରୂପଙ୍କୁ କିଛି ସୋଶାଲ ମିଡିଆ ୟୁଜର୍ସ ଦୁଷ୍କର୍ମ କରିବା ନେଇ ଧମକ ଦେଇଛନ୍ତି। ଏନେଇ ସେ ନିଜେ ଖୁଲାସା କରିଛନ୍ତି। ଏଥିସହ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି।

Advertisment

ଅଭିନେତ୍ରୀ ସିମରନଙ୍କ କହିବା ମୁତାବକ, କିଛି ଯୁବପିଢ଼ି ତଥା ପୁଅ-ଝିଅଙ୍କ ଏକ ଗ୍ରୁପ ତାଙ୍କୁ ଟାର୍ଗେଟ କରୁଛନ୍ତି। ସୋଶାଲ ମିଡିଆରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଦୁଷ୍କର୍ମ କରିବାକୁ ମଧ୍ୟ ଧମକ ଦେଇଛନ୍ତି। ଏଥିରେ ସେ ବିରକ୍ତି ହୋଇ ମୁମ୍ବାଇର ଏକ ପୁଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି।

ଟାଇମ୍ସ ଅଫ୍‌ ଇଣ୍ଡିଆ ସହ କଥାବାର୍ତ୍ତା ବେଳେ ସେ ଏସବୁ ନେଇ ଖୁଲାସା କରିଛନ୍ତି। ପ୍ରଥମେ ସେ ସୋଶାଲ ମିଡିଆରେ ଟ୍ରୋଲ ହେବା ଘଟଣାକୁ ହାଲୁକାରେ ନେଇଥିଲେ। ଶୋ'ରେ ତାଙ୍କ ଚରିତ୍ର ନେଗେଟିଭ ଥିବା ଯୋଗୁ ଏଭଳି ପ୍ରତିକ୍ରିୟା ଆସୁଥାଇପାରେ ବୋଲି ସେ ଭାବିଥିଲେ। କିନ୍ତୁ ପରେ ଏହି ମାମଲା ଆହୁରି ବଢ଼ିବାକୁ ଲାଗିଥିଲା। ଦୁଷ୍କର୍ମ ସହ ହତ୍ୟା ଧମକ ବି ମିଳୁଥିବା ସେ ଅଭିଯୋଗ ଆଣିଛନ୍ତି।

Advertisment

ସୋଶାଲ ମିଡିଆରେ ୧୩ରୁ ୧୪ ବର୍ଷର ପିଲାମାନେ ତାଙ୍କୁ ଧମକ ଦେଉଛନ୍ତି। ଏହାପରେ ସେ ପୁଲିସରେ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିବା ସିମରନ୍‌ କହିଛନ୍ତି। ପାଠ ପଢ଼ିବା ବଦଳରେ ସେମାନେ ଫୋନ୍‌ର ଦୁର୍ବ୍ୟବହାର କରୁଛନ୍ତି। ତେଣୁ ବାପା-ମା ନିଜ ପିଲାଙ୍କ ଉପରେ ନଜର ରଖିବା ଜରୁରୀ ବୋଲି ସେ ଟାଇମ୍ସ ଅଫ୍‌ ଇଣ୍ଡିଆକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe