Advertisment

ଟିଭିରୁ ଡେଇଁଲେ ବଲିଉଡ, ଆଲିଆଙ୍କ ସହ କରିବେ ସ୍କ୍ରିନ ସେଆର

ମୁମ୍ବାଇ: ଛୋଟ ପରଦାର ହ୍ୟାଣ୍ଡସମ୍‌ ହଙ୍କ ପାର୍ଥ ସମଥାନ।  `କସୌଟୀ ଜିନ୍ଦଗୀ କି-୨’ର ଲଡି୍‌ ରୋଲରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତା ଏବେ ବଲିଉଡ ମୁହାଁ ହୋଇଛନ୍ତି। ଛୋଟ ପରଦାରୁ ସେ ବଡ଼ ପରଦାକୁ ଡିଆଁ ମାରିଛନ୍ତି। ତାଙ୍କ ହାତରେ ଲାଗିଛି ବିଗ୍‌ ବଜେଟ୍‌ ଫିଲ୍ମ। ଖୁବ୍‌ଶୀଘ୍ର ସେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି। ଏନେଇ ସେ ନିଜେ ଘୋଷଣା କରିଛନ୍ତି। ସଞ୍ଜୟ ଲିଲା ଭଂସାଲିଙ୍କ ଫିଲ୍ମ `ଗଙ୍ଗୁବାଇ କାଠିଆୱାଡି’ରେ ଅଭିନେତ୍ରୀ ଆଲିଆ […]

ଟିଭିରୁ ଡେଇଁଲେ ବଲିଉଡ, ଆଲିଆଙ୍କ ସହ କରିବେ ସ୍କ୍ରିନ ସେଆର

Alia And Parth

Advertisment

ମୁମ୍ବାଇ: ଛୋଟ ପରଦାର ହ୍ୟାଣ୍ଡସମ୍‌ ହଙ୍କ ପାର୍ଥ ସମଥାନ।  `କସୌଟୀ ଜିନ୍ଦଗୀ କି-୨'ର ଲଡି୍‌ ରୋଲରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତା ଏବେ ବଲିଉଡ ମୁହାଁ ହୋଇଛନ୍ତି। ଛୋଟ ପରଦାରୁ ସେ ବଡ଼ ପରଦାକୁ ଡିଆଁ ମାରିଛନ୍ତି। ତାଙ୍କ ହାତରେ ଲାଗିଛି ବିଗ୍‌ ବଜେଟ୍‌ ଫିଲ୍ମ। ଖୁବ୍‌ଶୀଘ୍ର ସେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି। ଏନେଇ ସେ ନିଜେ ଘୋଷଣା କରିଛନ୍ତି।

Advertisment

ସଞ୍ଜୟ ଲିଲା ଭଂସାଲିଙ୍କ ଫିଲ୍ମ `ଗଙ୍ଗୁବାଇ କାଠିଆୱାଡି'ରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ସ୍କ୍ରିନ୍‌ ସେଆର କରିବେ ପାର୍ଥ। ଏକ ସାକ୍ଷାତକାର୍‌ରେ ପ୍ରାର୍ଥ ନିଜ ଅପ୍‌କମିଂ ପ୍ରୋଜେକ୍ଟକୁ ନେଇ ଖୁଲାସା କରିଛନ୍ତି। ସେ ବଲିଉଡରେ ଡେବ୍ୟୁ କରିବା ଖବର ନେଇ ସତ ବୋଲି କହିଛନ୍ତି। ଚଳିତ ବର୍ଷ ସେ ଫିଲ୍ମର ଶୁଟିଂ ଆରମ୍ଭ କରିବେ, ଏଥିପାଇଁ ପାର୍ଥ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି। ଏଥିସହ ସେ ଫିଲ୍ମରେ ନିଜର ୧୦୦ ପ୍ରତିଶତ ଦେବାକୁ ଚେଷ୍ଟା କରିବି ବୋଲି କହିଛନ୍ତି। ବଲିଉଡ ବ୍ୟତୀତ ପାର୍ଥ ଓଟିଟି ପ୍ଲାଟଫର୍ମରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି। `ମେ ହିରୋ ବୋଲ ରାହା ହୁଁ' ୱେବ୍‌ ସିରିଜ୍‌ରେ ତାଙ୍କୁ ଖୁବ୍‌ଶୀଘ୍ର ଦେଖିବାକୁ ମିଳିବ।

ସୂଚନାଯୋଗ୍ୟ ଯେ, ଏକତା କପୁରଙ୍କ ପ୍ରଡକ୍ସନ୍‌ ହାଉସରେ ତିଆରି `କସୌଟୀ ଜିନ୍ଦଗୀ କି-୨' ଓ `କେସି ହୈ ୟେ ୟାରିଆଁ'ରେ ସେ ଅଭିନୟ କରି ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏହାବ୍ୟତୀତ ଅନେକ ମ୍ୟୁଜିକ ଆଲବମ୍‌ରେ ମଧ୍ୟ କାମ କରି ଲୋକପ୍ରିୟତା ହାସଲ କରିଛନ୍ତି ପାର୍ଥ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe