ମିଳିଲାନି ମୁକ୍ତି, ୧୪ ଦିନ ପାଇଁ ଜେଲ୍ ଗଲେ ଅଭିନେତା

ମୁମ୍ବାଇ: ଅଭିନେତାଙ୍କ ବଢ଼ିଲା ଅଡୁଆ। ମିଳିଲାନି ମୁକ୍ତି । ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଲୋକପ୍ରିୟ ଟିଭି ସିରିଏଲ୍ ନାଗିନ-୩ ଫେମ୍ ଅଭିନେତା ପର୍ଲ ଭି ପୁରୀଙ୍କୁ ବେଲ୍ ମିଳିଲାନି। ମୁମ୍ବାଇ ସ୍ଥିତ ୱସଇ କୋର୍ଟ ତାଙ୍କ ବେଲ୍ ନାମଞ୍ଜୁର କରିବା ସହ ତାଙ୍କୁ ୧୪ ଦିନଆ ବିଚାର ବିଭାଗୀୟ ତଦନ୍ତକୁ ପଠାଇ ଦେଇଛନ୍ତି।

ଦୁଷ୍କର୍ମ ଅଭିଯୋଗରେ ଅଭିନେତା ପର୍ଲ ଗିରଫ ହେବା ଖବର ପୂରା ଇଣ୍ଡଷ୍ଟ୍ରିକୁ ଚକିତ କରିଦେଇଛି। ଅଭିନେତ୍ରୀ କରିସ୍ମ୍ମା ତନ୍ନାଙ୍କ ସମେତ ଅନେକ ସେଲେବ୍ରିଟି ପର୍ଲଙ୍କ ସମର୍ଥନରେ ବାହାରିଛନ୍ତି। ତାଙ୍କୁ ଜାମିନ୍ ଦେବା ପାଇଁ ଦାବି କରିଛନ୍ତି। କରିସ୍ମାଙ୍କ ବ୍ୟତୀତ ରୁଚିକା କପୁର, ମୋହିତ କୋଠୁରିଆ, ବିକାଶ କାଳାନ୍ତରୀ, ସମେତ ଅନେକ ଷ୍ଟାର ପର୍ଲଙ୍କ ଫଟୋ ପୋଷ୍ଟ କରି ହ୍ୟାସ୍‌ଟାଗ୍ ‘ଆଇ ଷ୍ଟାଣ୍ଡ ୱିଥ ପର୍ଲ’ ଅଭିଯାନ ଆରମ୍ଭ କରିଛନ୍ତି।

ସୂଚନା ମୁତାବକ ପର୍ଲ ଭି ପୁରୀଙ୍କ ନାଁରେ ଜଣେ ନାବାଳିକଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଜୁନ୍ ୪ ତାରିଖରେ ପୀଡିତାଙ୍କ ବୟାନ ପରେ ପର୍ଲଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୁଲିସ। ପୋକ୍ସୋ ଆକ୍ଟ ଜରିଆରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଆଜି ତାଙ୍କୁ ଗିରଫ କରିଛି। କେବଳ ପର୍ଲ ଭି ପୁରୀ ନୁହେଁ ତାଙ୍କ ସମେତ ଆଉ ୫ ଜଣଙ୍କୁ ମଧ୍ୟ ପୁଲିସ ଏହି ଅଭିଯୋଗରେ ଗିରଫ କରିଥିବା ଜଣାପଡିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।