Advertisment

ଫସିଲେ ରାଘବ! କମେଡି କରିବା ପଡ଼ିଲା ମହଙ୍ଗା

ମୁମ୍ବାଇ: ଡ୍ୟାନ୍ସର ତଥା ହୋଷ୍ଟ ରାଘବ ଜୁଆଲ। ସେ ନିଜ ଡ୍ୟାନ୍ସି ଷ୍ଟାଇଲ ଏବଂ ଆକରିଂ ଷ୍ଟାଇଲ୍‌କୁ ନେଇ ଚାରିଆଡେ ପ୍ରସିଦ୍ଧ। ଶୋ’ରେ ତାଙ୍କ ହୋଷ୍ଟ କରିବା ଷ୍ଟାଇଲକୁ ସମସ୍ତେ ପସନ୍ଦ କରନ୍ତି। ହୋଷ୍ଟ କରିବା ବେଳେ ସେ କମେଡି ମଧ୍ୟ କରନ୍ତି। କିନ୍ତୁ ଏହି କମେଡି ତାଙ୍କୁ ଏବେ ମହଙ୍ଗା ପଡିଛି। ଚାରିଆଡୁ ତାଙ୍କ ବିରୋଧରେ ଉଠିଛି ସ୍ୱର। ସୋଶାଲ ମିଡିଆରେ ତାଙ୍କୁ ଜୋରଦାର ଟ୍ରୋଲ କରାଯାଇଛି। ନିକଟରେ ଡ୍ୟାନ୍ସ ରିଆଲିଟି ଶୋ’ ଡ୍ୟାନ୍ସ ଦିୱାନେର […]

ଫସିଲେ ରାଘବ! କମେଡି କରିବା ପଡ଼ିଲା ମହଙ୍ଗା

Raghav juyal

Advertisment

ମୁମ୍ବାଇ: ଡ୍ୟାନ୍ସର ତଥା ହୋଷ୍ଟ ରାଘବ ଜୁଆଲ। ସେ ନିଜ ଡ୍ୟାନ୍ସି ଷ୍ଟାଇଲ ଏବଂ ଆକରିଂ ଷ୍ଟାଇଲ୍‌କୁ ନେଇ ଚାରିଆଡେ ପ୍ରସିଦ୍ଧ। ଶୋ'ରେ ତାଙ୍କ ହୋଷ୍ଟ କରିବା ଷ୍ଟାଇଲକୁ ସମସ୍ତେ ପସନ୍ଦ କରନ୍ତି। ହୋଷ୍ଟ କରିବା ବେଳେ ସେ କମେଡି ମଧ୍ୟ କରନ୍ତି। କିନ୍ତୁ ଏହି କମେଡି ତାଙ୍କୁ ଏବେ ମହଙ୍ଗା ପଡିଛି। ଚାରିଆଡୁ ତାଙ୍କ ବିରୋଧରେ ଉଠିଛି ସ୍ୱର। ସୋଶାଲ ମିଡିଆରେ ତାଙ୍କୁ ଜୋରଦାର ଟ୍ରୋଲ କରାଯାଇଛି।

Advertisment

ନିକଟରେ ଡ୍ୟାନ୍ସ ରିଆଲିଟି ଶୋ' ଡ୍ୟାନ୍ସ ଦିୱାନେର ଏକ ଏପିସୋଡ୍‌ର ଭିଡିଓ କ୍ଲିପ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ରାଘବ ଥଟ୍ଟାରେ ଜଣେ ଆସାମର ପ୍ରତିଯୋଗୀଙ୍କୁ ଚାଇନିଜ୍‌ କହି ଡାକୁଛନ୍ତି। ଏହି ସମୟରେ ରାଘବ ମୋମୋ ଏବଂ ଚାଉମିନ୍‌ ଭଳି ଶବ୍ଦ ମଧ୍ୟ ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି। ଏବେ ରାଘବଙ୍କ ଏହି ଭିଡିଓକୁ ନେଇ ବିବାଦ ତେଜିଛି। କେବଳ ରାଘବ ନୁହେଁ ଶୋ'ର ସଦସ୍ୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ, ରେମୋ ଡି'ସୁଜାଙ୍କୁ ମଧ୍ୟ ବିରୋଧ କରାଯାଇଛି।

https://twitter.com/RonBikashGaurav/status/1460229058973687808?s=20

ଏହି ଭିଡିଓକୁ ଶେୟାର କରି ସେଲେବ୍ରିଟିମାନେ ଜାତିବାଦକୁ ନେଇ ଟିପ୍ପଣୀ କରୁଥିବା ଜଣେ ୟୁଜର୍ସ ଅଭିଯୋଗ ଉଠାଇଛନ୍ତି। 'ସେ ଜଣେ ଆସାମାର ପ୍ରତିଯୋଗୀ ସେ ଚାଇନିଜ୍‌ ନୁହନ୍ତି' ବୋଲି ୟୁଜର୍ସ ଜଣକ କହିଛନ୍ତି।

Advertisment

ସେପଟେ ରାଘବ ନିଜ ଇନ୍‌ଷ୍ଟାଗ୍ରାମରେ ଏହି ବିବାଦକୁ ନେଇ ସଫେଇ ରଖିଛନ୍ତି। ସେ ଏକ ଭିଡିଓ ଜାରି କରି କହିଛନ୍ତି, ଯେ, ଯେଉଁମାନେ ମୋର ଭିଡିଓକୁ ଟ୍ରୋଲ କରୁଛନ୍ତି, ସେମାନେ ପୂରା ଏପିସୋଡ ଦେଖିବା ଉଚିତ। ମୁଁ ଜାତିବାଦକୁ ନେଇ କୌଣସି ଟିପ୍ପଣୀ କରିନାହିଁ। ଥଟ୍ଟା ମଜାରେ ଏହା କୁହାଯାଇଛି। ପୂରା ବିଷୟ ନ ଜାଣି କାହାକୁ ଏଭଳି ଟ୍ରୋଲ କରିବା ଠିକ୍‌ନୁହେଁ। ଯଦି ଆପଣଙ୍କୁ ଲାଗୁଛି ମୁଁ କିଛି ଭଲୁ କରିଛି ତେବେ ମୁଁ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ରାଘବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe