Advertisment

ରାଜୁଙ୍କ ଅବସ୍ଥା ଗୁରୁତର, ଡାକ୍ତର କହିଲେ- ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ଲୋକଙ୍କୁ ନିଜ କମେଡି ମାଧ୍ୟମରେ ହସାଉଥିବା ଫେମସ୍‌ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର। ସେ ଏବେବି ହସ୍ପିଟାଲର ଆଇସିୟୁରେ ଜୀବନ ଓ ମରଣ ସହ କରୁଛନ୍ତି ସଙ୍ଘର୍ଷ। ଦୀର୍ଘ ଦିନ ହେଲା ସେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହୋଉଛନ୍ତି। ଡାକ୍ତରଙ୍କ ଦେଖାରେଖାରେ ରାଜୁଙ୍କ ଚିକିତ୍ସା ଚାଲଇଛି। ଏହାରି ଭିତରେ ତାଙ୍କ ସ୍ୱାସ୍ଥକୁ ନେଇ ଡାକ୍ତର ତରଫରୁ ନୂଆ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। AIIMSର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ରାଜୁଙ୍କ ଅବସ୍ଥା ଗୁରୁତର, ଡାକ୍ତର କହିଲେ- ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

Raju

ନୂଆଦିଲ୍ଲୀ: ଲୋକଙ୍କୁ ନିଜ କମେଡି ମାଧ୍ୟମରେ ହସାଉଥିବା ଫେମସ୍‌ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର। ସେ ଏବେବି ହସ୍ପିଟାଲର ଆଇସିୟୁରେ ଜୀବନ ଓ ମରଣ ସହ କରୁଛନ୍ତି ସଙ୍ଘର୍ଷ। ଦୀର୍ଘ ଦିନ ହେଲା ସେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହୋଉଛନ୍ତି। ଡାକ୍ତରଙ୍କ ଦେଖାରେଖାରେ ରାଜୁଙ୍କ ଚିକିତ୍ସା ଚାଲଇଛି। ଏହାରି ଭିତରେ ତାଙ୍କ ସ୍ୱାସ୍ଥକୁ ନେଇ ଡାକ୍ତର ତରଫରୁ ନୂଆ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି।

Advertisment

AIIMSର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ବିଷୟରେ ସର୍ବଶେଷ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜୁଙ୍କ ଅବସ୍ଥା ଗୁରୁତର ଏବଂ ସେ ଆଇସିୟୁରେ ଅଛନ୍ତି। ତାଙ୍କର ଚେତା ଫେରିନି।ଏହା ଜଣେ ରୋଗୀ ଏବଂ ତାଙ୍କ ପରିବାରର ବ୍ୟକ୍ତିଗତ ବିଷୟ, ତେଣୁ ସେ ଏହି ପ୍ରସଙ୍ଗରେ ଅଧିକ କିଛି ମନ୍ତବ୍ୟ ଦେବାକୁ ଚାହୁଁନାହାଁନ୍ତି।

ଡାକ୍ତରଙ୍କ କହିବା ମୁତାବକ, ରାଜୁଙ୍କୁ ଆଇସିୟୁର ନ୍ୟୁରୋକାର୍ଡିଓଲଜି ବିଭାଗର ଭେଣ୍ଟିଲେଟର୍‌ରେ ରଖାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିନାହିଁ। ବ୍ରେନ୍‌ ଡେଡ୍‌ ହୋଇଥିବା ଖବରକୁ ଡାକ୍ତର ଖଣ୍ଡନ କରିଛନ୍ତି। କିନ୍ତୁ ତାଙ୍କ ଚିକିତ୍ସା ପାଇଁ ଆସନ୍ତା ୨୪ ଘଣ୍ଟା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତର କହିଛନ୍ତି। ସେପଟେ ରାଜୁଙ୍କ ଚିକିତ୍ସା ପାଇଁ କୋଲକାତାରୁ ଡକ୍ଟର ଏମ୍‌ବି ପଦ୍ମା ଶ୍ରୀବାସ୍ତବଙ୍କୁ ଦିଲ୍ଲୀ ଡକାଯାଇଛି।

Advertisment

ଅଗଷ୍ଟ ୧୦ ତାରିଖରେ ହୃଦଘାତରେ ଶିକାର ହେବା ପରଠାରୁ ସେ ଦିଲ୍ଲୀ ଏମ୍ସରେ ଭେଣ୍ଟିଲେଟ୍‌ରେ ରହି ଚିକିତ୍ସିତ ହେଉଛନ୍ତି। ତେବେ ଗତ ସପ୍ତାହରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ଦୁଇଦିନ ତଳେ ସେ ଗୁରୁତର ହୋଇପଡ଼ିଥିଲେ। ଫଳରେ ଲୋକମାନଙ୍କ ମନରେ ନାନା ଆଶଙ୍କା ଦେଖା ଦେଇଥିଲା।  ତେବେ ଗତକାଲି ରାଜୁ ଶ୍ରୀବାସ୍ତବ କ୍ରିଟିକାଲ କଣ୍ଡିସନରୁ ବାହାରି ଆସିଥିବା ତାଙ୍କ ଭାଇ ଦୀପୁ ଶ୍ରୀବାସ୍ତବ ସୂଚନା ଦେଇଥିଲେ। ସେ ଏକ ଭିଡିଓ ରେକର୍ଡିଂ କରି ଗୁଜବ ଖବର ଉପରେ ବିଶ୍ୱାସ ନ କରିବାକୁ କହିଥିଲେ। ଶେଖର ସୁମନ ଏହି ସୂଚନା ଫ୍ୟାନ୍‌ଙ୍କୁ ଜଣାଇଥିଲେ। କିନ୍ତୁ ଏବେ ପୁଣି ରାଜୁଙ୍କ ଅବସ୍ଥା ଗୁରୁତର ଥିବା ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନେ ନିରାଶ ହୋଇପଡିଛନ୍ତି। ଦେଶର କୋଣ ଅନୁକୋଣରେ ଥିବା ତାଙ୍କ ଫ୍ୟାନ୍‌ମାନେ ରାଜୁଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରୁଛନ୍ତି।