କେମିତି ଅଛନ୍ତି କମେଡିଆନ୍‌ ରାଜୁ? ଆସିଲା ଏମ୍‌ଆର୍‌ଆଇ ରିପୋର୍ଟ

ମୁମ୍ବାଇ: ଶହ ଶହ ଲୋକଙ୍କୁ ହସାଉଥିବା ଫେମ୍‌ସ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ ହସ୍ପିଟାଲ ବେଡ୍‌ରେ ଜୀବନ ମରଣ ସହ ସଙ୍ଘର୍ଷ କରୁଛନ୍ତି। ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ଫ୍ୟାନ୍‌ମାନେ ସେ କିଭଳି ଶୀଘ୍ର ସୁସ୍ଥ ହୋଇଯିବେ ସେଥିପାଇଁ କାମନା କରୁଛନ୍ତି। ଏହାରି ଭିତରେ ରାଜୁଙ୍କ ଏମ୍‌ଆର୍‌ଆଇ ରିପୋର୍ଟ ସାମ୍ନାକୁ ଆସିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିଭଳି ରହିଛି ସେ ନେଇ ସୂଚନା ଦେଇଛନ୍ତି ତାଙ୍କ ଭାଇ। ସୂଚନା ମୁତାବକ, ରାଜୁ ଶ୍ରୀବାସ୍ତବଙ୍କ ଗତ ରାତିରେ […]

raju-srivastav-1

raju-srivastav-1

Madhupriya Mistry
  • Published: Sunday, 14 August 2022
  • Updated: 14 August 2022, 01:41 PM IST

Sports

Latest News

ମୁମ୍ବାଇ: ଶହ ଶହ ଲୋକଙ୍କୁ ହସାଉଥିବା ଫେମ୍‌ସ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ ହସ୍ପିଟାଲ ବେଡ୍‌ରେ ଜୀବନ ମରଣ ସହ ସଙ୍ଘର୍ଷ କରୁଛନ୍ତି। ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ଫ୍ୟାନ୍‌ମାନେ ସେ କିଭଳି ଶୀଘ୍ର ସୁସ୍ଥ ହୋଇଯିବେ ସେଥିପାଇଁ କାମନା କରୁଛନ୍ତି। ଏହାରି ଭିତରେ ରାଜୁଙ୍କ ଏମ୍‌ଆର୍‌ଆଇ ରିପୋର୍ଟ ସାମ୍ନାକୁ ଆସିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିଭଳି ରହିଛି ସେ ନେଇ ସୂଚନା ଦେଇଛନ୍ତି ତାଙ୍କ ଭାଇ।

ସୂଚନା ମୁତାବକ, ରାଜୁ ଶ୍ରୀବାସ୍ତବଙ୍କ ଗତ ରାତିରେ ଡାକ୍ତରମାନେ ଏମ୍‌ଆର୍‌ଆଇ ବାହାର କରିଥିଲେ। ଏଥିରେ ତାଙ୍କ ମସ୍ତିଷ୍କର ଅନେକ ଶିରା ଦବି ଯାଇଛି। ତାକୁ ଠିକ୍‌ କରିବା ପାଇଁ ଡାକ୍ତରମାନେ ପ୍ରୟାସ ଚଳାଇଛନ୍ତି। ରାଜୁ ଶୀଘ୍ର ସୁସ୍ଥ ହୋଇପାରନ୍ତି ବୋଲି ଡାକ୍ତର କହୁଛନ୍ତି।

ସେପଟେ କମେଡିଆନ୍‌ ରାଜୁଙ୍କ ଅନେକ ସମ୍ପର୍କୀୟ ଓ ପରିବାର ଲକୋ ଦିଲ୍ଲୀରେ ପହଞ୍ଚିଛନ୍ତି। ହସ୍ପିଟାଲରେ ରାଜୁଙ୍କୁ ଦେଖିବା ପାଇଁ ଭିଡ ଜମିଛି। କିନ୍ତୁ ଡାକ୍ତର କାହାକୁ ମଧ୍ୟ ତାଙ୍କୁ ଭେଟିବା ପାଇଁ ଅନୁମତି ଦେଉନାହାନ୍ତି।

ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦୁଇ ଦିନ ପୂର୍ବରୁ ହିଁ ତାଙ୍କ ମ୍ୟାନେଜର ଓ ପରିବାର ଲୋକଙ୍କ ତରଫରୁ ଷ୍ଟେଟମେଣ୍ଟ ସାମ୍ନାକୁ ଆସିଥିଲା। ସେମାନେ ସୋଶାଲ ମିଡିଆ ପୋଷ୍ଟ ଜରିଆରେ ଲୋକଙ୍କୁ କମେଡିଆନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୁଜବ ସୃଷ୍ଟି ନ କରିବାକୁ ଅନୁରୋଧ କରିଥିଲେ। ଏଥିସହ ଗୁଜବ ଉପରେ ରୋକ ଲଗାଇବା ପାଇଁ ମଧ୍ୟ ଅପିଲ କରିଥିଲେ।

ଟେଲିଭିଜନର ପପୁଲାର ଶୋ' 'ଗ୍ରେଟ୍‌ ଇଣ୍ଡିଆନ୍‌ ଲାଫ୍ଟର ଚ୍ୟାଲେଞ୍ଜ'ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ରାଜୁ ଶ୍ରୀବାସ୍ତବ। ଅଗଷ୍ଟ ୧୦ ତାରିଖରେ ଜିମ୍‌ରେ ବ୍ୟାୟମ କରୁଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡିଯାଇଥିଲେ ରାଜୁ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ହଦୃଘାତ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos