Advertisment

ସ୍ପାଇଡର ମ୍ୟାନ୍‌ ସାଜିଲେ ରାଖୀ

ମୁମ୍ବାଇ: ନୂଆ ଅବତାରରେ ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ। ସାମ୍ନାକୁ ଆସିଛି ତାଙ୍କ ନୂଆ ଲୁକ୍‌। ହେଲେ ଏଥର ସେ କିନ୍ତୁ ତାଙ୍କ ଲୁକ୍‌କୁ ଟିକେ ଭିନ୍ନ ଢ଼ଙ୍ଗରେ ସଜେଇଛନ୍ତି। ସେ ରାଖୀ ସାୱନ୍ତରୁ ସାଜିଛନ୍ତି ସ୍ପାଇଡର ମ୍ୟାନ୍‌। ଲାଲ ଏବଂ ନୀଳ ରଙ୍ଗର ସ୍ପାଇଡର ମ୍ୟାନ୍ ପୋଷାକ ପିନ୍ଧି ରାସ୍ତା ଉପରକୁ ଓହ୍ଲାଇଛନ୍ତି ରାଖୀ। ହାତରେ ଟ୍ରଲି ବ୍ୟାଗ, ବେକରେ ବଡ଼ ବଡ଼ ଗୋଲ୍ଡେନ ଚେନ୍। ଦେହରେ ସ୍ପାଇଡର ମ୍ୟାନ୍ ପୋଷକ ପିନ୍ଧି ବାହାରିଛନ୍ତି […]

ଅଦ୍ୟତନ ହୋଇଛି
ସ୍ପାଇଡର ମ୍ୟାନ୍‌ ସାଜିଲେ ରାଖୀ

Rakhi shawant-1

Advertisment

ମୁମ୍ବାଇ: ନୂଆ ଅବତାରରେ ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ। ସାମ୍ନାକୁ ଆସିଛି ତାଙ୍କ ନୂଆ ଲୁକ୍‌। ହେଲେ ଏଥର ସେ କିନ୍ତୁ ତାଙ୍କ ଲୁକ୍‌କୁ ଟିକେ ଭିନ୍ନ ଢ଼ଙ୍ଗରେ ସଜେଇଛନ୍ତି। ସେ ରାଖୀ ସାୱନ୍ତରୁ ସାଜିଛନ୍ତି ସ୍ପାଇଡର ମ୍ୟାନ୍‌। ଲାଲ ଏବଂ ନୀଳ ରଙ୍ଗର ସ୍ପାଇଡର ମ୍ୟାନ୍ ପୋଷାକ ପିନ୍ଧି ରାସ୍ତା ଉପରକୁ ଓହ୍ଲାଇଛନ୍ତି ରାଖୀ।

Advertisment

ହାତରେ ଟ୍ରଲି ବ୍ୟାଗ, ବେକରେ ବଡ଼ ବଡ଼ ଗୋଲ୍ଡେନ ଚେନ୍। ଦେହରେ ସ୍ପାଇଡର ମ୍ୟାନ୍ ପୋଷକ ପିନ୍ଧି ବାହାରିଛନ୍ତି ରାଖୀ ସାୱନ୍ତି। ବିଗ୍‌ବସ୍‌ ଓଟିଟିରେ ଭାଗ ନେବାକୁ ସେ ଏହି ନୂଆ ରୂପ ଧାରଣ କରିଛନ୍ତି। ବିଗ୍‌ବସ-୧୪ରେ ଲୋକଙ୍କ ମନୋରଂଜନ କରିସାରିଥିବା ରାଖୀ ପୁଣିଥରେ ବିଗ୍‌ବସ-୧୫ରେ ଭାଗ ନେବାକୁ ଯାଉଛନ୍ତି। ତାଙ୍କୁ ନିକଟରେ ସ୍ପାଇଡରମ୍ୟାନ୍‌ ଅବତାରରେ ବିଗ୍‌ବସ ଓଟିଟି ସେଟ୍‌ରେ ଦେଖିବାକୁ ମିଳିଛି।

ପ୍ରଥମ ନଜରରେ ରଖୀ ସାୱନ୍ତଙ୍କୁ ଚିହ୍ନି ପାରିନଥିଲେ ଫଟୋଗ୍ରାଫର। କାରଣ ରାଖୀ ତାଙ୍କ ମୁହଁରେ ସ୍ପାଇଡର ମ୍ୟାନ୍‌ର ମାସ୍କ ପିନ୍ଧିଥିଲେ। ସେ ନିଜ ମୁହଁର ଗୋଟିଏ ପାର୍ଶ୍ୱରେ ସ୍ପାଇଡର ମ୍ୟାନ୍‌ ମେକଅପ୍ ମଧ୍ୟ କରିଥିଲେ। ସେ ସ୍ପାଇଡର ମ୍ୟାନ୍‌ର ଗେଟ୍‌ଅପ୍‌ ନେବା ପାଇଁ କୌଣସି ବି ତ୍ରୁଟି ରଖିନଥିଲେ। ଏଭଳି ସ୍ଥିତିରେ କେହି ବି ତାଙ୍କୁ ଚିହ୍ନିବା ମୁସ୍‌କିଲ୍‌ ହୋଇପଡିଥିଲା। କିନ୍ତୁ ମିଡିଆକୁ ଯେତେବେଳେ ସେ ରାଖୀ ସାୱନ୍ତ ବୋଲି ସୂଚନା ମିଳିଥିଲା ସେତେବେଳେ ସମସ୍ତେ ଚକିତ ହୋଇପଡିଥିଲେ। ତାଙ୍କ ଫଟୋ ଉଠାଇବା ପାଇଁ ଫଟୋଗ୍ରାଫରଙ୍କ ଭିଡ ଜମି ଯାଇଥିଲା। ରାଖୀଙ୍କ ଏହି ସ୍ପାଇଡର ମ୍ୟାନ୍ ଲୁକ୍‌ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

Advertisment

[caption id="attachment_667890" align="aligncenter" width="650"]Rakhi shawant ବିଗ୍‌ବସ୍‌ ଓଟିଟିରେ ଭାଗ ନେବାକୁ ସେ ଏହି ନୂଆ ରୂପ ଧାରଣ କରିଛନ୍ତି।[/caption]

ରାଖୀ ଲୋକଙ୍କୁ ଏଣ୍ଟରଟେନମେଣ୍ଟ କରିବା ପାଇଁ କିଛି ବି କରିପାରନ୍ତି। ନିକଟରେ ସେ ବିଜାରିଓ ମସ୍ତାନୀ ଫିଲ୍ମରେ ଅଭିନେତ୍ରୀ  ଦୀପିକା ପାଦୁକୋନଙ୍କ ମସ୍ତାନୀ ଲୁକ୍‌କୁ କପି କରିଥିଲେ। ସେ ମସ୍ତାନୀ ରୂପ ଧାରଣ କରି ରାସ୍ତାକୁ ଓହ୍ଲାଇଥିଲେ। ସେତେବେଳେ ମଧ୍ୟ ତାଙ୍କ ଲୁକ୍‌ ବେଶ୍‌ ଭାଇରାଲ ହୋଇଥିଲା।

ମିଡିଆ ରିପୋର୍ଟ ମୁତାବକ, ରାଖୀ ପୁଣି ଥରେ ବିଗ୍‌ବସ୍‌ ଘରକୁ ଯିବେ।  ପୂର୍ବରୁ ତାଙ୍କୁ ବିଗ୍‌ବସ ଓଟିଟିକୁ ଡକା ଯାଇନଥିବା ନେଇ ସେ ଆଭିଯୋଗ ଆଣିଥିଲେ। ବିଗ୍‌ବସ୍‌ ସିଦ୍ଧାର୍ଥ ଏବଂ ସେହନାଜଙ୍କୁ ଡାକିଲେ ତାଙ୍କୁ ଡାକିଲେନି ବୋଲି ଦୁଃଖ ପ୍ରକାଶ କରିଥିଲେ। ବିଗ୍‌ବସ୍‌-୧୪ରେ ରାଖୀ ଚ୍ୟାଲେଞ୍ଜର ଭାବେ ଏଣ୍ଟ୍ରି ନେଇଥିଲେ। ତାଙ୍କ ଲାଗି ଏହି ଶୋ’କୁ ବେଶ୍ ଭଲ ଟିଆର୍‌ପି ମଧ୍ୟ ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe