Advertisment

ରାଖୀଙ୍କ ସ୍ୱାମୀଙ୍କୁ ନେଇ ଆଉ ଏକ ଖୁଲାସା, ଆସିଲା ସାଙ୍ଘାତିକ ଅଭିଯୋଗ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱନ୍ତଙ୍କ ସ୍ୱାମୀ ରିତେଶକୁ ନେଇ ହୋଇଛି ଆଉ ଏକ ଖୁଲାସା। ରିଆଲିଟି ଶୋ’ ବିଗ୍‌ ବସ୍‌-୧୫ରେ ଯେବେଠୁ ସେ ଏଣ୍ଟ୍ରି କରିଛନ୍ତି ସେବେଠାରୁ ସେ କୁଆଡେ ରାଖୀଙ୍କ ନକଲି ସ୍ୱାମୀ ବୋଲି ଚର୍ଚ୍ଚା ହେଉଛି। ଏବେ ତାଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। କିଛି ଦିନ ତଳେ ରାଖୀ ସାୱନ୍ତଙ୍କ ସ୍ୱାମୀ ରିତେଶଙ୍କ ପ୍ରଥମ ପତ୍ନୀ ଓ ଛୁଆ ସହ ଏକ ଫଟୋ ସାମ୍ନାକୁ ଆସିଥିଲା। ଏହା ସୋଶାଲ ମିଡିଆରେ […]

ଅଦ୍ୟତନ ହୋଇଛି
ରାଖୀଙ୍କ ସ୍ୱାମୀଙ୍କୁ ନେଇ ଆଉ ଏକ ଖୁଲାସା, ଆସିଲା ସାଙ୍ଘାତିକ ଅଭିଯୋଗ

Rakhi sawant and ritesh

Advertisment

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱନ୍ତଙ୍କ ସ୍ୱାମୀ ରିତେଶକୁ ନେଇ ହୋଇଛି ଆଉ ଏକ ଖୁଲାସା। ରିଆଲିଟି ଶୋ' ବିଗ୍‌ ବସ୍‌-୧୫ରେ ଯେବେଠୁ ସେ ଏଣ୍ଟ୍ରି କରିଛନ୍ତି ସେବେଠାରୁ ସେ କୁଆଡେ ରାଖୀଙ୍କ ନକଲି ସ୍ୱାମୀ ବୋଲି ଚର୍ଚ୍ଚା ହେଉଛି। ଏବେ ତାଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ।

Advertisment

କିଛି ଦିନ ତଳେ ରାଖୀ ସାୱନ୍ତଙ୍କ ସ୍ୱାମୀ ରିତେଶଙ୍କ ପ୍ରଥମ ପତ୍ନୀ ଓ ଛୁଆ ସହ ଏକ ଫଟୋ ସାମ୍ନାକୁ ଆସିଥିଲା। ଏହା ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହୋଇଥିଲା। ଏବେ ରିତେଶଙ୍କ ସେହି ପ୍ରଥମ ପତ୍ନୀ ସ୍ନିଗ୍ଧା ପ୍ରିୟା ତାଙ୍କ ନାଁରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି।

Bigg Boss 15': Rakhi Sawant, Ritesh get teased, Suniel Shetty, Ravi Kishan on 'Weekend Ka Vaar'

ସାତ ବର୍ଷ ପୂର୍ବେ ୨୦୧୪ ଡସେମ୍ବର ୧ ତାରିଖରେ ବିହାରର ବଟିଆ ସହରରେ ରିତେଶଙ୍କ ସହ ସ୍ନିଗ୍ଧାଙ୍କ ବିବାହ ହୋଇଥିଲା। ୨୦୧୭ରେ ଏକ ଛୋଟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାପରେ ରିତେଶ ତାଙ୍କୁ ମାଡ ମାରିଥିଲେ। ଏଥିରେ ସେ ଗୁରୁତର ହୋଇଥିଲେ। ତାଙ୍କ ଆଖିରେ ଗଭୀର ଆଘାତ ଲାଗିଥିଲା। ଏପରିକି ଷ୍ଟିଚ୍‌ ମଧ୍ୟ ପଡିଥିଲା ବୋଲି ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତକାର୍‌ରେ ରିତେଶଙ୍କ ପ୍ରଥମ ପତ୍ନୀ ଅଭିଯୋଗ ଆଣିଛନ୍ତି।

Advertisment

ତାଙ୍କ କହିବା ମୁତାବକ, ତାଙ୍କ ପାଖରେ ଏପରି କିଛି ଫଟୋ ଅଛି ଯେଉଁଥିରେ ତାଙ୍କ ଆଘାତ ସ୍ପଷ୍ଟ ଦେଖାଯାଉଛି। ଏହି ଘଟଣା ପରେ ସେ ରିତେଶଙ୍କ ବିରୋଧରେ ଘରୋଇ ହିଂସା ମାମଲା ମଧ୍ୟ ରୁଜୁ କରିଥିଲେ।

ସେ ଆହୁରି କହିଛନ୍ତି, ତାଙ୍କ ସ୍ୱାମୀ ରିତେଶ ଓ ରାଖୀଙ୍କ ମଧ୍ୟରେ ବଢ଼ୁଥିବା ସମ୍ପର୍କ ବିଷୟରେ ସେ ପୂର୍ବରୁ ଅବଗତ ଥିଲେ। ରିତେଶଙ୍କ ଯେଉଁ ପ୍ରକାରର ଆଚରଣ, ସେମାନଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଟିବ ନାହିଁ। ରିତେଶ କେବଳ ଟଙ୍କା ପାଇଁ ଚିନ୍ତିତ ଥିଲେ ଏବଂ ବିବାହ ପୂର୍ବରୁ ସେ ରାଖୀଙ୍କୁ ମିଛ କହିଥଲେ ବୋଲି ସେ ଖୁଲାସା କରିଛନ୍ତି।

ଗତ କିଛି ଦିନ ତଳେ ରାଖୀଙ୍କ ସ୍ୱାମୀଙ୍କୁ ନେଇ ଆଉ ଏକ ଖୁଲାସା ହୋଇଥିଲା। ସେ କୁଆଡେ ବିଗ୍‌ ବସ୍‌-୧୫ର କ୍ୟାମେରାମ୍ୟାନ୍‌ ବୋଲି ଶୁଣିବାକୁ ମିଳିଥିଲା। କେବଳ ଟିଆର୍‌ପି ପାଇଁ ରାଖୀ ତାଙ୍କୁ ଭଡାରେ ସ୍ୱାମୀ କରି ଶୋ'ରେ ଏଣ୍ଟ୍ରି କରିଥିବା ଚର୍ଚ୍ଚା ହେଉଥିଲା।

୨୦୧୯ରେ ରାଖୀ ସାୱନ୍ତ ବିବାହ କରିଥିଲେ। ତେବେ ସେ କାହାକୁ ବିବାହ କରିଥିଲେ ତାଙ୍କର ଫଟୋ କିନ୍ତୁ କାହାକୁ ଦେଖାଇ ନଥିଲେ। ତାଙ୍କ ସ୍ୱାମୀଙ୍କ ପରିଚୟକୁ ସେ ଲୁଚାଇ ରଖିଥିଲେ। ପରେ ବିଗ୍‌ ବସ୍‌-୧୪ରେ ଯେତେବେଳେ ସେ ଭାଗ ନେଇଥିଲେ ସେତେବେଳେ ତାଙ୍କ ସ୍ୱାମୀ ଜଣେ ବିଜନେସ୍‌ ମ୍ୟାନ୍‌ ଓ ତାଙ୍କ ନାଁ ରିତେଶ ବୋଲି କହିଥିଲେ। କେବଳ ସେତିକି ନୁହେଁ ତାଙ୍କ ସ୍ୱାମୀ ପୂର୍ବରୁ ବିବାହିତ ଏବଂ ତାଙ୍କ ଜଣେ ଛୁଆ ମଧ୍ୟ ଥିବା କହିଥିଲେ।

https://twitter.com/Haq_se_tumhara/status/1469910293920681984?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe