ଧରା ପଡିଲା ରାଖୀଙ୍କ ମିଛ, ତାଙ୍କ ସ୍ୱାମୀଙ୍କୁ ନେଇ ହେଲା ବଡ ଖୁଲାସା!

ମୁମ୍ବାଇ: ଧରା ପଡିଲା ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱନ୍ତଙ୍କ ବଡ ମିଛ। ସାମ୍ନାକୁ ଆସିଲା ସତ। ତାଙ୍କ ସ୍ୱାମୀ ରିତେଶକୁ ନେଇ ହୋଇଛି ବଡ ଖୁଲାସା। ଯହା ଏବେ ସମସ୍ତଙ୍କୁ ଚକିତ କରିଦେଇଛି। ବିଗ୍‌ ବସ୍‌-୧୫ ହାସଉରେ ଏଣ୍ଟ୍ରି କରିଛନ୍ତି ରାଖୀ ସାୱନ୍ତ ଓ ତାଙ୍କ ସ୍ୱାମୀ ରିତେଶ। ଏହି ଶୋ’ ଜରିଆରେ ରାଖୀ ନିଜ ସ୍ୱାମୀଙ୍କୁ ଲୋକଲୋଚନକୁ ଆଣିଛନ୍ତି। ପ୍ରଥମକରି ତାଙ୍କ ମୁହଁ ସାମ୍ନାକୁ ଆସିଛି। ତେବେ ଦୁହିଁଙ୍କ ବିଗ୍‌ ବସ୍‌ ହାଉସରେ ଏଣ୍ଟ୍ରି […]

Rakhi sawant

Madhupriya Mistry
  • Published: Thursday, 02 December 2021
  • , Updated: 02 December 2021, 12:44 PM IST

ମୁମ୍ବାଇ: ଧରା ପଡିଲା ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱନ୍ତଙ୍କ ବଡ ମିଛ। ସାମ୍ନାକୁ ଆସିଲା ସତ। ତାଙ୍କ ସ୍ୱାମୀ ରିତେଶକୁ ନେଇ ହୋଇଛି ବଡ ଖୁଲାସା। ଯହା ଏବେ ସମସ୍ତଙ୍କୁ ଚକିତ କରିଦେଇଛି।

ବିଗ୍‌ ବସ୍‌-୧୫ ହାସଉରେ ଏଣ୍ଟ୍ରି କରିଛନ୍ତି ରାଖୀ ସାୱନ୍ତ ଓ ତାଙ୍କ ସ୍ୱାମୀ ରିତେଶ। ଏହି ଶୋ' ଜରିଆରେ ରାଖୀ ନିଜ ସ୍ୱାମୀଙ୍କୁ ଲୋକଲୋଚନକୁ ଆଣିଛନ୍ତି। ପ୍ରଥମକରି ତାଙ୍କ ମୁହଁ ସାମ୍ନାକୁ ଆସିଛି। ତେବେ ଦୁହିଁଙ୍କ ବିଗ୍‌ ବସ୍‌ ହାଉସରେ ଏଣ୍ଟ୍ରି ହେବା ପରେ ଦର୍ଶକଙ୍କୁ ଏଣ୍ଟରଟେନ୍‌ମେଣ୍ଟର ଡବଲ ଡୋଜ୍‌ ମିଳିଛି। ବଢ଼ିଛି ଶୋ'ର ଟିଆର୍‌ପି। କିନ୍ତୁ ଲୋକେ ରାଖୀଙ୍କୁ ବିଶ୍ୱାସ କରିପାରୁନାହାନ୍ତି। ବିଗ୍‌ ବସ୍‌ରେ ଏଣ୍ଟ୍ରି କରିଥିବା ରତିଶେ ତାଙ୍କ ପ୍ରକୃତ ସ୍ୱାମୀ ନୁହନ୍ତି ବୋଲି ଚର୍ଚ୍ଚା ହେଉଛି।

ସମସ୍ତଙ୍କୁ ଜଣା ଯେ, ରାଖୀ ସାୱନ୍ତ ଲାଇମଲାଇଟ୍‌ରେ ରହିବା ପାଇଁ କିଛି ବି କରିପାରନ୍ତି। ଯେତେବେଳେ ସେ ରିତେଶଙ୍କୁ ଶୋ’ରେ ତାଙ୍କ ସ୍ୱାମୀ ଭାବରେ ଆଣିଥିଲେ, ସେତେବେଳେ କେହି ତାଙ୍କୁ ବିଶ୍ୱାସ କରିନଥିଲେ। ସପ୍ତାହ ଶେଷରେ 'ୱିକେଣ୍ଡ କା ୱାର୍‌' ଏପିସୋଡରେ ଶୋ’ର ହୋଷ୍ଟ ସଲମାନ ଖାନ ମଧ୍ୟ ରଖୀଙ୍କୁ ରିତେଶ ତୁମର ପ୍ରକୃତରେ ସ୍ୱାମୀ କି ବୋଲି ପଚାରିଥିଲେ। ଏହି ଶୋ'କୁ ଆସିବା ପାଇଁ ରିତେଶଙ୍କୁ କୁଆଡେ ଭଡାରେ ସ୍ୱାମୀ କରି ଆଣିଛନ୍ତି କି ବୋଲି ଡ୍ରାମା କୁଇନ୍‌ ରାଖୀଙ୍କୁ ପଚାରିଥିଲେ ସଲମାନ।

ବିଗ୍‌ ବସ୍‌ ହାଉସରେ ରାଖୀ ଓ ରିତେଶଙ୍କ କେମେଷ୍ଟ୍ରିକୁ ଦେଖି ଏମାନେ ପ୍ରକୃତ ସ୍ୱାମୀ-ସ୍ତ୍ରୀ ବୋଲି କେହି ବିଶ୍ୱାସ କରିପାରୁ ନାହାନ୍ତି। କୁହାଯାଉଛି ଯେ, ରିତେଶ କୁଆଡେ ରାଖୀଙ୍କ ସ୍ୱାମୀ ନୁହନ୍ତି, ସେ ବିଗ୍‌ ବସ୍‌ ହାଉସରେ କାମ କରୁଥିବା ଜଣେ କ୍ୟାମେରା ମ୍ୟାନ୍‌।

https://twitter.com/TheRealKhabri/status/1465347298125234179?s=20

ନିକଟରେ 'ଦ ଖବରି'ର ଟ୍ୱଟିର ହ୍ୟାଣ୍ଡେଲରେ ରତେଶକୁ ନେଇ କିଛି ଏଭଳି ଟ୍ୱିଟ୍‌ ହୋଇଥିଲା। ଏଥିରେ ଲେଖା ହୋଇଥିଲା ଯେ, 'ରାଖୀ ସାୱାନ୍ତଙ୍କ ସ୍ୱାମୀ ରତେଶ ବିଗ୍‌ ବସ୍‌ ହାଉସର କ୍ୟାମେରା ମ୍ୟାନ୍‌।' ତେବେ ଏହା ଗୁଜବ ନା ସତ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।

ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। ରାଖୀ ସାୱନ୍ତଙ୍କ ମିଛ ଧରାପଡିଥିବା କୁହାଯାଉଛି। ସମସ୍ତଙ୍କ ମନରେ ରାଖୀ ସାୱନ୍ତ ଏବଂ ରିତେଶଙ୍କ ସମ୍ପର୍କକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ହେଉଛି, ବିବାହ ପରଠାରୁ ରାଖୀ ସାୱନ୍ତଙ୍କ ସ୍ୱାମୀଙ୍କ ଚେହେରା କେହି ଦେଖି ନଥିଲେ। କିମ୍ବା ତାଙ୍କର କୌଣସି ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇ ନଥିଲା।

ଗତ ବର୍ଷ ଯେତେବେଳେ ରାଖୀ ସାୱନ୍ତ ବିଗ୍ ବସ୍ ଘରକୁ ଆସିଥିଲେ, ସେତେବେଳେ ମଧ୍ୟ ତାଙ୍କ ସ୍ୱାମୀ ସାମ୍ନାକୁ ଆସିନଥିଲେ। ଏବେ ହଠାତ୍ ରିତେଶ ଶୋ’ରେ ରାଖୀଙ୍କ ସ୍ୱାମୀ ଭାବରେ ଏଣ୍ଟ୍ରି କରିବା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି। ରାଖୀଙ୍କ କାହାଣୀକୁ କେହି ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି। ପ୍ରକୃତରେ ରାଖୀଙ୍କ ସ୍ୱାମୀ ବିଗ୍‌ ବସ୍‌ର କ୍ୟାମେରାମ୍ୟାନ୍‌ ନାଁ ଏନ୍‌ଆର୍‌ଆଇ, ତାହା ଡ୍ରାମା କୁଇନ୍‌ଙ୍କୁ ହିଁ ଜଣାଥିବ।

 

View this post on Instagram

 

A post shared by Rakhi Sawant (@rakhisawant2511)

Related story