Advertisment

ରାଖୀଙ୍କ ସ୍ୱାମୀଙ୍କୁ ହତ୍ୟା ଧମକ, ପ୍ରଥମ ପତ୍ନୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱାନ୍ତଙ୍କ ସ୍ୱାମୀ ରିତେଶଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ବିଗ୍‌ ବସ୍‌ ଘରେ ଏଣ୍ଟ୍ରି କରିବା ପରେ ରିତେଶ ଓ ରାଖୀଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଗୋଟିଏ ପଟେ ରିତେଶ ନିଜ ବିବାହକୁ ନେଇ ଚକିତ କଲା ଭଳି ଖୁଲାସା କରୁଥିବା ବେଳେ ଅନ୍ୟପଟେ ତାଙ୍କ ପ୍ରଥମ ପତ୍ନୀ ତାଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଲଗାଉଛନ୍ତି। ଏକ ସାକ୍ଷାତକାର୍‌ରେ ରିତେଶ କହିଛନ୍ତି, ‘ତାଙ୍କ ପ୍ରଥମ ପତ୍ନୀ ସ୍ନିଗ୍ଧା […]

ରାଖୀଙ୍କ ସ୍ୱାମୀଙ୍କୁ ହତ୍ୟା ଧମକ, ପ୍ରଥମ ପତ୍ନୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

Rakhi sawant

Advertisment

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱାନ୍ତଙ୍କ ସ୍ୱାମୀ ରିତେଶଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ବିଗ୍‌ ବସ୍‌ ଘରେ ଏଣ୍ଟ୍ରି କରିବା ପରେ ରିତେଶ ଓ ରାଖୀଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଗୋଟିଏ ପଟେ ରିତେଶ ନିଜ ବିବାହକୁ ନେଇ ଚକିତ କଲା ଭଳି ଖୁଲାସା କରୁଥିବା ବେଳେ ଅନ୍ୟପଟେ ତାଙ୍କ ପ୍ରଥମ ପତ୍ନୀ ତାଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଲଗାଉଛନ୍ତି।

Advertisment

ଏକ ସାକ୍ଷାତକାର୍‌ରେ ରିତେଶ କହିଛନ୍ତି, 'ତାଙ୍କ ପ୍ରଥମ ପତ୍ନୀ ସ୍ନିଗ୍ଧା କାହା ସହିତ ପଳାଇ ଯାଇଥିଲେ ଏବଂ ପରେ ମୋ ପାଖକୁ ଫେରି ଆସିଥିଲେ। ନିଜ ପୁଅ ପାଇଁ ମୁଁ ତାଙ୍କୁ ଗ୍ରହଣ କରିଥିଲି କିନ୍ତୁ ସେ ପୁନର୍ବାର ପଳାଇ ଯାଇଥିଲେ। ତା’ପରେ ମୁଁ ଛାଡପତ୍ର ଆବେଦନ କରିଥିଲି। କିନ୍ତୁ ତାଙ୍କ ବାପା ମା' ମୋତେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। କିନ୍ତୁ ମୁଁ ମୋ ପୁଅ ପାଇଁ ସବୁବେଳେ ଚୁପ୍ ରହିଥିଲି।'

ସେ ଆହୁରି କହିଛନ୍ତି, 'ଏବେ କିନ୍ତୁ ମୁଁ ଆଉ ଚୁପ୍‌ ରହିପାରିବି ନାହିଁ। ପ୍ରଥମ ପତ୍ନୀ ସ୍ନିଗ୍ଧାଙ୍କ ବିରୋଧରେ ଲିଗାଲ ଆକ୍ସନ ନେବେ ବୋଲି ସେ କହିଛନ୍ତି। ଏଥର ମୁଁ ଆଇନର ପଥ ଅନୁସରଣ କରିବି। ମୁଁ ତାଙ୍କ ଏବଂ ତାଙ୍କ ପରିବାର ବିରୋଧରେ ମାନସିକ ନିର୍ଯାତନା ମାମଲା ଦାୟର କରିବି।'

Advertisment

ସ୍ନିଗ୍ଧା ଆଣିଥିବା ସମସ୍ତ ଅଭିଯୋଗ ରିତେଶ ଖଣ୍ଡନ କରିଛନ୍ତି।  ସେ କହିଛନ୍ତି- 'ସ୍ନିଗ୍ଧ ପ୍ରିୟାଙ୍କର ସମସ୍ତ ଅଭିଯୋଗ ମିଥ୍ୟା, କାରଣ ମୁଁ ବିଗ୍ ବସ୍ ଘର ଭିତରେ ଥିଲି, ତେଣୁ ମୁଁ ନିଜକୁ ରକ୍ଷା କରିପାରିଲି ନାହିଁ। ସେ ଏହାର ସୁଯୋଗ ନେଇ ମୋ ବିରୁଧରେ ମିଥ୍ୟା ଅଭିଯୋଗ କରିଥିଲେ।'

ସୂଚନା ମୁତାବକ, ୨୦୧୯ରେ ରାଖୀ ସାୱାନ୍ତ ବିବାହ କରିଥିଲେ। କିନ୍ତୁ ସେ କାହା ସହ ବିବାହ କିରଥିଲେ ତାଙ୍କ ମୁହଁ ଦେଖାଇନଥିଲେ। ପରେ ବିଗ୍‌ ବସ୍‌-୧୪ରେ ସେ ତାଙ୍କ ସ୍ୱାମୀଙ୍କ ନାଁ ରିତେଶ ବୋଲି କହିଥିଲେ। ଏବେ ବିଗ୍‌ ବସ୍‌-୧୫ରେ ରାଖୀ ଓ ରିତେଶ ଏକା ସଙ୍ଗେ ଏଣ୍ଟ୍ରି କରିଥିଲେ। ତେବେ ରାଖୀଙ୍କ ସ୍ୱାମୀ ରିତେଶଙ୍କୁ ତାଙ୍କ ଫ୍ୟାନ୍‌ମାନେ ସହଜରେ ଗ୍ରହଣ କରୁନାହାନ୍ତି। କେବଳ ପବ୍ଲିସିଟି ପାଇଁ ରାଖୀ ରିତେଶଙ୍କୁ ଭଡାରେ ସ୍ୱାମୀ କରିଥିବା ନେଇ ଚର୍ଚ୍ଚା ହେଉଛି।

https://twitter.com/Sushantfan0/status/1469198344933163008?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe