Advertisment

ସ୍ୱାମୀଙ୍କୁ ନିଜ ଜୀବନରୁ ଆଉଟ୍‌ କଲେ ରାଖୀ, ହଟାଇଲେ ଟାଟୁ

ମୁମ୍ବାଇ: ପୁଣି ଚର୍ଚ୍ଚାର ଟେଲିଭିଜନର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ। ନିଜ ବୈବାହିକ ଜୀବନକୁ ନେଇ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି।  ଦିନ ଥିଲା ରାଖୀ ନିଜ ସ୍ୱାମୀ ରିତେଶଙ୍କ ପ୍ରମେରେ ପାଗଳ ଥିଲେ। ଏବେ କିନ୍ତୁ ସେ ତାଙ୍କ ଠାରୁ ପିଛା ଛଡାଇବା ପାଇଁ ତତ୍ପର। ରିତେଶ ଓ ରାଖୀଙ୍କ ଛାଡପତ୍ର ହୋଇସାରିଛି, ଭାଙ୍ଗି ଯାଇଛି ତାଙ୍କ ତିନି ବର୍ଷର ବିବାହ। ଏବେ ସବୁଦିନ ପାଇଁ ନିଜ ଜୀବନରୁ ସ୍ୱାମୀ ରିତେଶଙ୍କୁ ଆଉଟ୍‌ କରିଛନ୍ତି ରଖୀ। […]

ସ୍ୱାମୀଙ୍କୁ ନିଜ ଜୀବନରୁ ଆଉଟ୍‌ କଲେ ରାଖୀ, ହଟାଇଲେ ଟାଟୁ

Rakhi sawant

Advertisment

ମୁମ୍ବାଇ: ପୁଣି ଚର୍ଚ୍ଚାର ଟେଲିଭିଜନର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ। ନିଜ ବୈବାହିକ ଜୀବନକୁ ନେଇ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି।  ଦିନ ଥିଲା ରାଖୀ ନିଜ ସ୍ୱାମୀ ରିତେଶଙ୍କ ପ୍ରମେରେ ପାଗଳ ଥିଲେ। ଏବେ କିନ୍ତୁ ସେ ତାଙ୍କ ଠାରୁ ପିଛା ଛଡାଇବା ପାଇଁ ତତ୍ପର। ରିତେଶ ଓ ରାଖୀଙ୍କ ଛାଡପତ୍ର ହୋଇସାରିଛି, ଭାଙ୍ଗି ଯାଇଛି ତାଙ୍କ ତିନି ବର୍ଷର ବିବାହ। ଏବେ ସବୁଦିନ ପାଇଁ ନିଜ ଜୀବନରୁ ସ୍ୱାମୀ ରିତେଶଙ୍କୁ ଆଉଟ୍‌ କରିଛନ୍ତି ରଖୀ। ରାଖୀ ସ୍ୱାମୀଙ୍କ ନାଁର କରିଥିବା ଏକ ଟାଟୁକୁ ହଟାଇ ଦେଇଛନ୍ତି।

Advertisment

ରାଖୀ ନିଜ ଡାହାଣ ପାର୍ଶ୍ୱର ଅଣ୍ଟା ଉପରକୁ ସ୍ୱାମୀ ରିତେଶଙ୍କ ନାଁର ଟାଟୁ କରିଥିଲେ। ଏବେ ସେ ଏହି ଟାଟୁକୁ ଲେଜର୍‌ ଜରିଆରେ ସବୁ ଦିନ ପାଇଁ ହଟାଇ ଦେଇଛନ୍ତି। ଟାଟୁ ହଟାଇବା ବେଳର ଏକ ଭିଡିଓକୁ ରାଖୀ ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏହି ଭିଡିଓରେ ରାଖୀ କହୁଛନ୍ତି, 'ଆଜି ମୁଁ ମୋ ଦେହରୁ ରିତେଶଙ୍କ ନାମ ହଟାଇବାକୁ ଯାଉଛି। କେବଳ ଏତିକି ନୁହେଁ, ରାଖୀ ପ୍ରଶଂସକମାନଙ୍କୁ ମଧ୍ୟ କହିଛନ୍ତି ଯେ ପ୍ରେମରେ ପଡ଼ିବା ପରେ ପାଗଳ ହୋଇ କାହାର ନାଁକୁ ଟାଟୁ କରିବା ଉଚିତ୍ ନୁହେଁ। ପରେ ଏହାକୁ ହଟାଇବା ମୁସକିଲ ହୋଇପଡେ।'

ଭିଡିଓରେ ରାଖୀ ସାୱନ୍ତ ଏକ ଟାଟୁ ଦୋକାନରେ ବସିଛନ୍ତି। ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ଟାଟୁକୁ ଲେଜର ଲାଇଟ୍‌ ଜରିଆରେ ତାଙ୍କ ଦେହରୁ ହଟାଉଛନ୍ତି। ଏହି ସମୟରେ ରାଖୀ ମଧ୍ୟ ବହୁତ ଯନ୍ତ୍ରଣା ଭୋଗୁଛନ୍ତି। କିନ୍ତୁ ସେ ଯନ୍ତ୍ରଣାକୁ ସହ୍ୟ କରି ରିତେଶଙ୍କୁ ତାଙ୍କ ଜୀବନରୁ ସମ୍ପୂର୍ଣ୍ଣରୂପେ ହଟାଇବା ଦେଇଥିବା ନେଇ କହିଛନ୍ତି।

Advertisment

ରାଖୀ ସାୱନ୍ତ ଓ ତାଙ୍କ ସ୍ୱାମୀ ରିତେଶ ସିଂହଙ୍କୁ ବିଗ୍‌ ବସ୍‌ ସିଜିନ-୧୫ରେ ଦେଖିବାକୁ ମିଳିଥିଲା। ଶୋ'ରେ ଦୁହିଁଙ୍କ ମଧ୍ୟରେ କୌଣସି ବିଶେଷ ପ୍ରେମ ସମ୍ପର୍କ ଥିବା ନଜର ଆସିନଥିଲା। ଦୁହେଁ ପରସ୍ପର ସହ ପ୍ରାୟତଃ ଝଗଡା କରୁଥିଲେ। ଏହି ଶୋ'ରୁ ବାହାରକୁ ଆସିବାର କିଛି ଦିନ ପରେ ଉଭୟ ଅଲଗା ହେବା ନେଇ ନିଷ୍ପତ୍ତି ନେଇଥିଲେ। ଏନେଇ ସୋଶାଲ ମିଡିଆ ଜରିଆରେ ଦୁହେଁ ଘୋଷଣା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe