Advertisment

ବିଗ୍‌ ବସ୍‌-୧୫ରେ ନଜର ଆସିବେ ରିଆ!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ବର୍ଷ ୨୦୨୦ରେ ବେଶ ଚର୍ଚ୍ଚାରେ ରହିଥିଲେ। ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ନାଁ ବିବାଦ ଘେରକୁ ଟାଣି ହୋଇଥିଲା। ଏବେ ପୁଣି ଥରେ ତାଙ୍କ ନାଁ ଚର୍ଚ୍ଚାକୁ ଆସିଛି। ରିଆ କୁଆଡେ ରିଆଲିଟି ଶୋ’ ବିଗ୍‌ ବସ୍‌-୧୫ରେ ଭାଗ ନେବେ ବୋଲି ଚର୍ଚ୍ଚା ହେଉଛି। ସଲମାନ ଖାନ୍‌ଙ୍କ ମୋଷ୍ଟ କଣ୍ଟ୍ରଭର୍ସିଆଲ ଶୋ’ ବିଗ୍‌ ବସ୍‌-୧୫କୁ ନେଇ ପ୍ରଶଂସକ ବେଶ୍‌ ଉତ୍ସାହିତ ଅଛନ୍ତି। ଆସନ୍ତା ଅକ୍ଟୋବର […]

author-image
Madhupriya Mistry
ବିଗ୍‌ ବସ୍‌-୧୫ରେ ନଜର ଆସିବେ ରିଆ!

Rhea

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ବର୍ଷ ୨୦୨୦ରେ ବେଶ ଚର୍ଚ୍ଚାରେ ରହିଥିଲେ। ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ନାଁ ବିବାଦ ଘେରକୁ ଟାଣି ହୋଇଥିଲା। ଏବେ ପୁଣି ଥରେ ତାଙ୍କ ନାଁ ଚର୍ଚ୍ଚାକୁ ଆସିଛି। ରିଆ କୁଆଡେ ରିଆଲିଟି ଶୋ' ବିଗ୍‌ ବସ୍‌-୧୫ରେ ଭାଗ ନେବେ ବୋଲି ଚର୍ଚ୍ଚା ହେଉଛି।

Advertisment

ସଲମାନ ଖାନ୍‌ଙ୍କ ମୋଷ୍ଟ କଣ୍ଟ୍ରଭର୍ସିଆଲ ଶୋ' ବିଗ୍‌ ବସ୍‌-୧୫କୁ ନେଇ ପ୍ରଶଂସକ ବେଶ୍‌ ଉତ୍ସାହିତ ଅଛନ୍ତି। ଆସନ୍ତା ଅକ୍ଟୋବର ୨ ତାରିଖରେ ଏହା ଆରମ୍ଭ ହେବ। ତେବେ ଶୋ' ଆରମ୍ଭ ହେବା ପୂର୍ବରୁ ହିଁ କେଉଁ କେଉଁ ସେଲେବ୍ରିଟି ଏଥିରେ ଭାଗ ନେବେ ସେ ବିଷୟରେ ଜାଣିବା ପାଇଁ ଫ୍ୟାନ୍‌  ଏକ୍ସାଇଟେଡ ଅଛନ୍ତି।

ରିପୋର୍ଟ ମୁତାବକ, ଏବେ ଏହି ଶୋ'ରେ ରିଆ ଭାଗ ନେବେ ବୋଲି କୁହାଯାଉଛି। ରିଆ ଚକ୍ରବର୍ତ୍ତୀ ଏବଂ ଅଙ୍କିତା ଲୋଖଣ୍ଡେ ଉଭୟଙ୍କୁ ବିଗ୍‌ ବସ୍‌-୧୫ ପାଇଁ ଅଫ୍‌ର ଦିଆଯାଇଥିଲା। ତେବେ ଅଙ୍କିତା ଏଥିପାଇଁ ସଫା ସଫା ମନା କରିଦେଇଥିଲେ। କିନ୍ତୁ ରିଆ ମନା କରିନଥିଲେ। ନିକଟରେ ସେ ବିଗ୍‌ ବସ୍‌ ଷ୍ଟୁଡିଓ ବାହାରେ ନଜର ଆସିଛନ୍ତି।

Advertisment

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ରିଆ ବଡ ପରଦା ଠାରୁ ଦୂରେଇ ରହିଛନ୍ତି। ଏବେ କିନ୍ତୁ ସେ ଧୀରେ ଧୀରେ ଲାଇମ୍‌ ଲାଇଟ୍‌କୁ ଆସୁଛନ୍ତି। ନିକଟରେ ତାଙ୍କ ଫିଲ୍ମ 'ଚେହରେ' ରିଲିଜ ହୋଇଛି। ଏଥିରେ ଅମିତାଭ ବଚ୍ଚନ, ଇମ୍ରାନ ହାସମୀ ସହ ସେ ନଜର ଆସିଥିଲେ। ରିଆ ଏବେ ନିଜ ଫିଲ୍ମି କ୍ୟାରିଅର ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି।