Advertisment

ବଲିଉଡ ମୁହାଁ ବିଗ୍‌ବସ୍‌ ବିଜେତା

ମୁମ୍ବାଇ: ବଲିଉଡରେ ଏଣ୍ଟ୍ରି କରିବେ ଟିିଭି ପରଦାର ଛୋଟି ବହୂ ତଥା ବିଗ୍‌ବସ୍‌-୧୪ର ବିଜେତା। ଟେଲିଭିଜନ ପରେ ଏବେ ବଡ ପରଦାରେ ନିଜ ଅଭିନୟର ଜାଦୁ ଦେଖାଇବେ ରୁବିନା ଦଲଇକ୍। ଏଥିପାଇଁ ଫୁଲ ଦମ୍‌ରେ ସଜବାଜ ହେଉଛନ୍ତି ରୁବିନା। ସେ ମ୍ୟୁଜିକ କମ୍ପୋଜର ପଲାଶ ମୁଛଲଙ୍କ ସହ ବଡ ପରଦାରେ ଡେବ୍ୟୁ କରିବେ। ରୁବିନା ପଲାଶଙ୍କ ନିଜ ପ୍ରଥମ ବଲିଉଡ ଫିଲ୍ମ ସାଇନ୍ କରିଛନ୍ତି। ଏହି ଫିଲ୍ମର ନାଁ ରହିଛି ‘ଅର୍ଧ’। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ […]

ବଲିଉଡ ମୁହାଁ ବିଗ୍‌ବସ୍‌ ବିଜେତା

Rubina

Advertisment

ମୁମ୍ବାଇ: ବଲିଉଡରେ ଏଣ୍ଟ୍ରି କରିବେ ଟିିଭି ପରଦାର ଛୋଟି ବହୂ ତଥା ବିଗ୍‌ବସ୍‌-୧୪ର ବିଜେତା। ଟେଲିଭିଜନ ପରେ ଏବେ ବଡ ପରଦାରେ ନିଜ ଅଭିନୟର ଜାଦୁ ଦେଖାଇବେ ରୁବିନା ଦଲଇକ୍। ଏଥିପାଇଁ ଫୁଲ ଦମ୍‌ରେ ସଜବାଜ ହେଉଛନ୍ତି ରୁବିନା।

Advertisment

ସେ ମ୍ୟୁଜିକ କମ୍ପୋଜର ପଲାଶ ମୁଛଲଙ୍କ ସହ ବଡ ପରଦାରେ ଡେବ୍ୟୁ କରିବେ। ରୁବିନା ପଲାଶଙ୍କ ନିଜ ପ୍ରଥମ ବଲିଉଡ ଫିଲ୍ମ ସାଇନ୍ କରିଛନ୍ତି। ଏହି ଫିଲ୍ମର ନାଁ ରହିଛି ‘ଅର୍ଧ’। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ପଲାଶ ଅଛନ୍ତି।

ଫିଲ୍ମର ଲିଡ୍ ରୋଲ୍‌ରେ ଟେଲିଭିଜନ ଅଭିନେତା ହିତେନ ତେଜୱାନୀ ଅଛନ୍ତି। ଏନେଇ ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ରୁବିନା ଦଲଇକ୍ ଏବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ରୁବିନା ଓ ହିତେନ୍‌ଙ୍କ ବ୍ୟତୀତ ରାଜପାଲ ଯାଦବଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଆସନ୍ତା ସେପ୍ଟେମ୍ବରରେ ଫିଲ୍ମର ସୁଟିଂ ଆରମ୍ଭ ହେବ।

Advertisment

ସୂଚନା ମୁତାବକ ଚଳିତ ବର୍ଷ ଜୁନ୍ ମାସରେ ପଲାଶ ନିଜ ଟୁଇଟର ହ୍ୟାଣ୍ଡେଲରେ ରାଜପାଲ ଯାଦବଙ୍କ ସହ ଏକ ଫଟୋ ସେଆର କରିଥିଲେ। ଏହି ଫଟୋକୁ ସେଆର କରି ସେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ହିଣ୍ଟ ଦେଇଥିଲେ।

ବିଗ୍‌ବସ୍‌-୧୪ର ବିଜେତା ହେବା ପରେ ରୁବିନା ଏବେ ପୂର୍ବାପେକ୍ଷା ଆହୁରି ଅଧିକ ପପୁଲାର ହୋଇଯାଇଛନ୍ତି। ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ି ଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe