Advertisment

ଷ୍ଟଣ୍ଟ ବେଳେ ଅଘଟଣ, ହସ୍ପିଟାଲ ଗଲେ ରୁବିନା

ମୁମ୍ବାଇ: ଲୋକପ୍ରିୟ ରିଆଲିଟି ଶୋ’ ‘ଖତରୋଁ କେ ଖିଲାଡି ସିଜନ-୧୨’ ଟେଲିଭିଜନ ଦୁନିଆର ସବୁଠାରୁ ହାଇଏଷ୍ଟ ରେଟିଂ ଶୋ’ ମଧ୍ୟରୁ ଗୋଟିଏ। ଯେବେଠୁ ଶୋ’ର ପ୍ରିମିୟର ହୋଇଛି ସେବେଠୁ ନିଜ ଖତରନାକ ଷ୍ଟଣ୍ଟ ଯୋଗୁ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି ଏହି ଶୋ’। କେତେବେଳେ ପ୍ରତିଯୋଗୀଙ୍କ ମଧ୍ୟରେ ଝଗଡା ହୋଇଯାଉଛି ତ ଆଉ କେତେବେଳେ ଷଣ୍ଟ କଲା ବେଳେ ଖେଳାଳିଙ୍କ ଜୋରରେ ପାଟି କରିବା ଶବ୍ଦ ଶୁଣିବାକୁ ମିଳୁଛି। ନିକଟରେ ଛୋଟ ପରଦାର ଅଭିନେତ୍ରୀ ରୁବିନା ଦଲୈକ […]

ଅଦ୍ୟତନ ହୋଇଛି
ଷ୍ଟଣ୍ଟ ବେଳେ ଅଘଟଣ, ହସ୍ପିଟାଲ ଗଲେ ରୁବିନା

Rubina dilaik

Advertisment

ମୁମ୍ବାଇ: ଲୋକପ୍ରିୟ ରିଆଲିଟି ଶୋ' 'ଖତରୋଁ କେ ଖିଲାଡି ସିଜନ-୧୨' ଟେଲିଭିଜନ ଦୁନିଆର ସବୁଠାରୁ ହାଇଏଷ୍ଟ ରେଟିଂ ଶୋ' ମଧ୍ୟରୁ ଗୋଟିଏ। ଯେବେଠୁ ଶୋ'ର ପ୍ରିମିୟର ହୋଇଛି ସେବେଠୁ ନିଜ ଖତରନାକ ଷ୍ଟଣ୍ଟ ଯୋଗୁ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି ଏହି ଶୋ'। କେତେବେଳେ ପ୍ରତିଯୋଗୀଙ୍କ ମଧ୍ୟରେ ଝଗଡା ହୋଇଯାଉଛି ତ ଆଉ କେତେବେଳେ ଷଣ୍ଟ କଲା ବେଳେ ଖେଳାଳିଙ୍କ ଜୋରରେ ପାଟି କରିବା ଶବ୍ଦ ଶୁଣିବାକୁ ମିଳୁଛି। ନିକଟରେ ଛୋଟ ପରଦାର ଅଭିନେତ୍ରୀ ରୁବିନା ଦଲୈକ ଅଭିନେତା ମୋହିତ ମଲିକଙ୍କ ସହ ଝଗଡା କରିବାକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଏବେ ପୁଣି ରୁବିନା ଦର୍ଶକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି।

Advertisment

ଶୋ’ରେ ଏକ ଟାସ୍କ ସମୟରେ ଅଘଟଣ ଘଟିଥିଲା। ରୁବିନା ଉଚ୍ଚତାରୁ ପାଣିରେ ପଡ଼ି ଯାଇଥିଲେ। ତାଙ୍କ ଗୋଡ ଏବଂ କାନ୍ଧରେ ଆଘାତ ଲାଗିଥିଲା, ଏହା ପରେ ସେ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରିଥିଲେ। ସେହିପରି ପାଣିରୁ ବାହାରିବା ପରେ ତାଙ୍କ ଉପରେ ଶୋ'ର ଏକ ବ୍ୟାନର ପଡିଯାଇଥିଲା। ତାଙ୍କ ପିଠିରେ ଆଘାତ ଲାଗିଥିଲା। ଏହାପରେ ବିନା ବିଳମ୍ବରେ ରୁବିନାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତାଙ୍କୁ ଗୋଟିଏ ଦିନ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ସୁଧୁରୁଥିବା କୁହାଯାଉଛି। ଖତରୋଁ କେ ଖିଲାଡି-୧୨ରେ ଏହା ପ୍ରଥମ ଘଟଣା ନୁହେଁ ଯେ ଏହା ପୂର୍ବରୁ ମଧ୍ୟ ଷ୍ଟଣ୍ଟ ସମୟରେ ରୁବିନା ଆହତ ହୋଇଥିଲେ। ବରଫ ଟାସ୍କ ବେଳେ ମଧ୍ୟ ରୁବିନାଙ୍କ ହାତରେ ଆଘାତ ଲାଗିଥିଲା।

Rubina Dilaik suffered injury, bandage on back and shoulder, photo surfaced - Edules

ରୁବିନା ଆହତ ହେବା ପରେ ତୁଷାରଙ୍କ ଟିମ୍‌ କେବଳ ୪ ଜଣ ପ୍ରତିଯୋଗୀଙ୍କ ସହ ଟାସ୍କ କରିବାକୁ ପଡିଥିଲା। କିନ୍ତୁ ମୋହିତଙ୍କ ଟିମ୍‌ରେ ୫ ଜଣ ସଦସ୍ୟ ଥିଲେ। ଏହି ଷ୍ଟଣ୍ଟ ସମୟରେ ମୋହିତ ଏବଂ ତୁଷାରଙ୍କ ଯୋଡି ସମସ୍ତଙ୍କୁ ପ୍ରଭାବିତ କରିଥିଲା। ରିଆଲିଟ ଶୋ'ର ହୋଷ୍ଟ ରୋହିତ ଶେଟ୍ଟୀ ପ୍ରତି ଏପିସୋଡ୍‌ରେ ପ୍ରତ୍ୟେକ ଖେଳାଳିଙ୍କୁ ସୂଚନା ଦିଅନ୍ତି ଯେ ପ୍ରତ୍ୟେକଙ୍କୁ ଗ୍ରୁପରେ ପ୍ରଦର୍ଶନ କରିବାକୁ ପଡ଼ିବ ଏବଂ ପ୍ରତ୍ୟେକ ଗ୍ରୁପରେ ଜଣେ ନେତା ରହିବେ ଯିଏ କି ତାଙ୍କ ଗ୍ରୁପରେ କେଉଁ ପ୍ରତିଯୋଗୀ ଟାସ୍କ କରିବେ ତାହା ମନୋନୀତ କାରିବେ।

Advertisment

टास्क के दौरान घायल हुईं रुबीना दिलैक

ଉଲ୍ଲେଖଯୋଗ୍ୟ, ବିଗ୍‌ବସ୍‌-୧୫ ବିଜେତା ରୁବିନା ଦଲୈକ୍‌ଙ୍କୁ ଚଳିତ ଖତରୋଁ କେ ଖିଲାଡି ସିଜନ-୧୨ର ସବୁଠାରୁ ଷ୍ଟ୍ରଙ୍ଗ ଖେଳାଳି ବୋଲି କୁହାଯାଉଛି। ସେ ପ୍ରତିଟି ଷ୍ଟଣ୍ଟ କରିବାକୁ ଆଗଭର। ଟାସ୍କ କରିବା ପାଇଁ ସେ କେବେବି ପଛଘୁଞ୍ଚା ଦେଇନାହାନ୍ତି। ଚଳିତ ଖତରୋଁ କେ ଖିଲାଡି ସିଜନକୁ ମଧ୍ୟ ରୁବିନା ଜିତିବେ ବୋଲି ଫ୍ୟାନ୍‌ମାନଙ୍କ ବିଶ୍ୱାସ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe