Advertisment

`ଅନୁପମା'ଙ୍କୁ କରୋନା

ମୁମ୍ବାଇ: ବଲିଉଡ ପରେ ଏବେ କରୋନା କବଳ ପଡିଛନ୍ତି ଟେଲିଭିଜନ ଷ୍ଟାର। ପ୍ରସିଦ୍ଧ ଟିଭି ସିରିଏଲ୍‌ `ଅନୁପମା’ର ଲିଡ୍‌ ଅଭିନେତ୍ରୀ ରୂପାଲି ଗାଙ୍ଗୁଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରି ବେଶ୍‌ ମଜାଳିଆ ଢ଼ଙ୍ଗରେ ଲେଖିଛନ୍ତି `ମା’ କରୋନା ଦେବୀ ତୁ ଅଛୁ ନା ନାହିଁ…ଏହା କ’ଣ ହେଲା, କେମିତି ହେଲା ଆଉ କେବେ ହେଲା….।’ ଅନୁପମା ଓରଫ ରୂପାଲିଙ୍କ […]

`ଅନୁପମା'ଙ୍କୁ କରୋନା

Rupali ganguly

Advertisment

ମୁମ୍ବାଇ: ବଲିଉଡ ପରେ ଏବେ କରୋନା କବଳ ପଡିଛନ୍ତି ଟେଲିଭିଜନ ଷ୍ଟାର। ପ୍ରସିଦ୍ଧ ଟିଭି ସିରିଏଲ୍‌ `ଅନୁପମା'ର ଲିଡ୍‌ ଅଭିନେତ୍ରୀ ରୂପାଲି ଗାଙ୍ଗୁଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।

Advertisment

ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରି ବେଶ୍‌ ମଜାଳିଆ ଢ଼ଙ୍ଗରେ ଲେଖିଛନ୍ତି `ମା' କରୋନା ଦେବୀ ତୁ ଅଛୁ ନା ନାହିଁ…ଏହା କ'ଣ ହେଲା, କେମିତି ହେଲା ଆଉ କେବେ ହେଲା….।'

ଅନୁପମା ଓରଫ ରୂପାଲିଙ୍କ ଠାରେ କରୋନା ଖୁବ୍‌ ସାମନ୍ୟ ଲକ୍ଷଣ ଦେଖାଦେବା ପରେ ସେ ନିଜର କୋଭିଡ ଟେଷ୍ଟ କରାଇଥିଲେ। ତେବେ ଗତକାଲି ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ରୂପାଲି କହିଛନ୍ତି। ଏଥିସହ ସେ ଲୋକଙ୍କୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ସେ ଏବେ ହୋମ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। କରୋନାର ସବୁ ନିୟମ ମାନି ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ଚିକିତ୍ସା ଚାଲିିଛି।

Advertisment

ରୂପାଲି ଗାଙ୍ଗୁଲି ପଜିଟିଭ ହେବା ପରେ ତାଙ୍କ ପରିବାରର ଲୋକଙ୍କ ଏବଂ ଟିଭି ସିରିଏଲ୍‌ `ଅନୁମପା'ର ସମସ୍ତ ସଦସ୍ୟଙ୍କ କରୋନା ଟେଷ୍ଟା କରାଯାଉଛି। ସୂଚନାଯୋଗ୍ୟ ଯୋ, କିଛି ଦିନ ପୂର୍ବରୁ `ଅନୁପମା' ସିରିଏଲ୍‌ର ସମର ଚରିତ୍ରରେ ଥିବା ଅଭିନେତା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe