Advertisment

ସଲମାନ୍‌ଙ୍କ ମୁହଁରେ 'ମାନିକେ ମାଗେ ହିତେ'

ମୁମ୍ବାଇ: ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଛି ଗୀତ ‘ମାନିକେ ମାଗେ ହିତେ’। ସମସ୍ତଙ୍କ ମୁହଁରେ ଏହି ଗୀତ ଏବେ ଶୁଣିବାକୁ ମିଳିଛି। ବି-ଟାଉନ ଠାରୁ ଆରମ୍ଭ ଟିଭିର କଳାକାରମାନେ ନିଜ ନିଜ ଅନ୍ଦାଜରେ ଏହି ଗୀତରେ ରିଲ୍‌ ଭିଡିଓ ତିଆରି କିର ସୋଶାଲ ମିଡିଆରେ ଭାଇରାଲ ହେଉଛନ୍ତି। ଏବେ ଏହି ତାଲିକାରେ ଯୋଡି ହୋଇଛି ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କ ନାଁ। ସଲମାନଙ୍କ ମୁହଁରୁ ଶୁଣିବାକୁ ମିଳିଛି ‘ମାନିକେ ମାଗେ ହିତେ’। ସେ ନିଜ ଅନ୍ଦାଜରେ ଏହି ଗୀତକୁ […]

ଅଦ୍ୟତନ ହୋଇଛି
ସଲମାନ୍‌ଙ୍କ ମୁହଁରେ 'ମାନିକେ ମାଗେ ହିତେ'

Salman sing manike mage hithe

Advertisment

ମୁମ୍ବାଇ: ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଛି ଗୀତ 'ମାନିକେ ମାଗେ ହିତେ'। ସମସ୍ତଙ୍କ ମୁହଁରେ ଏହି ଗୀତ ଏବେ ଶୁଣିବାକୁ ମିଳିଛି। ବି-ଟାଉନ ଠାରୁ ଆରମ୍ଭ ଟିଭିର କଳାକାରମାନେ ନିଜ ନିଜ ଅନ୍ଦାଜରେ ଏହି ଗୀତରେ ରିଲ୍‌ ଭିଡିଓ ତିଆରି କିର ସୋଶାଲ ମିଡିଆରେ ଭାଇରାଲ ହେଉଛନ୍ତି। ଏବେ ଏହି ତାଲିକାରେ ଯୋଡି ହୋଇଛି ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କ ନାଁ।

Advertisment

ସଲମାନଙ୍କ ମୁହଁରୁ ଶୁଣିବାକୁ ମିଳିଛି 'ମାନିକେ ମାଗେ ହିତେ'। ସେ ନିଜ ଅନ୍ଦାଜରେ ଏହି ଗୀତକୁ ଗାଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

[caption id="attachment_683009" align="aligncenter" width="650"]Salman Khan ବିଗ୍‌ ବସ୍‌-୧୫ ସେଟ୍‌ରେ ୟୋହାନିଙ୍କ ସହ ମିଶି ସଲମାନ ଏହି ଗୀତ ଗାଇଛନ୍ତି।[/caption]

Advertisment

ଟିଭି ରିଆଲିଟି ଶୋ' ବିଗ୍‌ ବସ୍‌-୧୫ର ୱିକେଣ୍ଡ କା ବାର୍‌ ଏପିସୋଡ୍‌ରେ ସଲମାନ ଏହି ଗୀତ ଗାଇଛନ୍ତି। ତାଙ୍କୁ ଏହି ଗୀତ ଗାଇବା ଷ୍ଟାଇଲ୍‌ ଶିଖାଇଛନ୍ତି ଖୋଦ୍‌ ଏହି ଗୀତକୁ ଗାଇଥିବା ଶ୍ରୀଲଙ୍କାର ସିଙ୍ଗର ୟୋହାନି। ବିଗ୍‌ ବସ୍‌-୧୫ ସେଟ୍‌ରେ ୟୋହାନି ଏବଂ ସଲମାନ ଏକାଠି ନଜର ଆସିଛନ୍ତି।

ପ୍ରକୃତରେ ୟୋହାନି ଏହି ଶୋ'କୁ ଅତିଥି ରୂପେ ଆସିଥିଲେ। ସେ ସେଟ୍‌ ଉପରେ ସଲମାନଙ୍କୁ ତାଙ୍କ ଫେମସ୍‌ ଗୀତ 'ମାନି କେ ମାଗେ ହିତେ' ଗାଇବା ଶିଖାଇଥିଲେ। ଏହାପରେ ସଲମାନ ବେଶ୍‌ ମଜାଳିଆ ଢ଼ଙ୍ଗରେ ଏହି ଗୀତକୁ ଗାଇଥିଲେ। ଏଥିସହ ଗୀତରେ ଅନେକ ଲିରିକ୍ସକୁ ମଧ୍ୟ ଭୁଲ୍‌ ଉଚ୍ଚାରଣ କରିଥିଲେ। ତାଙ୍କର ଗୀତ ଗାଇବା ଷ୍ଟାଇଲ୍‌ ଦେଖି ସମସ୍ତେ ହସି ହସି ଗଡିଯାଇଥିଲେ। ସଲମାନ ଏବଂ ୟୋହାନିଙ୍କ ଏହି ଭିଡିଓକୁ କଲର୍ସ ଚ୍ୟାନେଲ ତରଫରୁ ଶେୟାର କରାଯାଇଛି। ଏହା ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe