ସିଦ୍ଧାର୍ଥଙ୍କୁ ଭୁଲି ଶୁଟିଂକୁ ଫେରିଲେ ଶେହନାଜ

ମୁମ୍ବାଇ: ନିଜ ଦୁଃଖ ଭୁଲି ଶୁଟିଂକୁ ଫେରିଲେ ବିଗ୍‌ ବସ୍‌-୧୩ ଫେମ୍‌ ଅଭିନେତ୍ରୀ ଶେହନାଜ କୌର ଗିଲ୍‌। ଟେଲି ଅଭିନେତା ତଥା ବିଗ୍‌ ବସ୍‌-୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁର ମାସକ ପରେ ସେ ପୁଣି କ୍ୟାମେରା ସାମ୍ନାକୁ ଆସିଛନ୍ତି। କଥିତ ବୟଫ୍ରେଣ୍ଡ ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ପୂରାପୁରି ଭାଙ୍ଗି ଯାଇଥିଲେ ଶେହନାଜ। ତାଙ୍କ ମୃତ୍ୟୁ ପରଠାରୁ ସେ କ୍ୟାମେରା ସାମ୍ନାରୁ ମଧ୍ୟ ଦୂରେଇ ଯାଇଥିଲେ। ସେ ଲାଇମ ଲାଇଟ୍‌କୁ ଆସୁନଥିଲେ। ଏହାକୁ ନେଇ ତାଙ୍କ […]

shehnaaz gill

Madhupriya Mistry
  • Published: Saturday, 09 October 2021
  • , Updated: 09 October 2021, 05:45 PM IST

ମୁମ୍ବାଇ: ନିଜ ଦୁଃଖ ଭୁଲି ଶୁଟିଂକୁ ଫେରିଲେ ବିଗ୍‌ ବସ୍‌-୧୩ ଫେମ୍‌ ଅଭିନେତ୍ରୀ ଶେହନାଜ କୌର ଗିଲ୍‌। ଟେଲି ଅଭିନେତା ତଥା ବିଗ୍‌ ବସ୍‌-୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁର ମାସକ ପରେ ସେ ପୁଣି କ୍ୟାମେରା ସାମ୍ନାକୁ ଆସିଛନ୍ତି।

କଥିତ ବୟଫ୍ରେଣ୍ଡ ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ପୂରାପୁରି ଭାଙ୍ଗି ଯାଇଥିଲେ ଶେହନାଜ। ତାଙ୍କ ମୃତ୍ୟୁ ପରଠାରୁ ସେ କ୍ୟାମେରା ସାମ୍ନାରୁ ମଧ୍ୟ ଦୂରେଇ ଯାଇଥିଲେ। ସେ ଲାଇମ ଲାଇଟ୍‌କୁ ଆସୁନଥିଲେ। ଏହାକୁ ନେଇ ତାଙ୍କ ପ୍ରଶଂସକମାନେ ବେଶ୍‌ ଚିନ୍ତିତ ଥିଲେ। ଏବେ କିନ୍ତୁ ସେ ପୁଣି ଫେରିଛନ୍ତି।

ନିକଟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଶେହନାଜ ତାଙ୍କ ଅପ୍‌କମିଂ ଫିଲ୍ମ 'ହୋନ୍‌ସଲା ରଖ'ର ପ୍ରମୋସନରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ସେ ଫିଲ୍ମର ଲିଡ୍‌ ଅଭିନେତା ଦିଲଜିତ ଦୋସାଞ୍ଜ ଏବଂ ଅଭିନେତ୍ରୀ ସୋନମ ବଜାଜଙ୍କ ସହ ନଜର ଆସିଛନ୍ତି। ଫିଲ୍ମର ପୂରା ଟିମ୍‌ ସହ ଶେହନାଜ ମସ୍ତି କରୁଥିବା ଦେଖିବାକୁ ମିଳିଛି। ଏହି ଫିଲ୍ମଟି ଆସନ୍ତା ୧୫ ତାରିଖ ଦଶହରା ଦିନ ରିଲିଜ ହେବ। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।

ସେପଟେ ଭିଡିଓରେ ଶେହନାଜ ହସୁଥିବା ଏବଂ ମସ୍ତି କରୁଥିବା ଦେଖିବା ତାଙ୍କ ପ୍ରଶଂସକମାନେ ବେଶ୍‌ ଭାବୁକ ହୋଇପଡିଛନ୍ତି। ଅନେକ ୟୁଜର୍ସ ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି। କିଏ ତାଙ୍କୁ ସିଦ୍ଧାର୍ଥଙ୍କ ବାଘୁଣୀ କହୁଥିବା ବେଳେ ଆଉ କିଏ ତାଙ୍କୁ ଷ୍ଟ୍ରଙ୍ଗେଷ୍ଟ ଗାର୍ଲ ବୋଲି କହିଛନ୍ତି।

ସିଦ୍ଧାର୍ଥ ଶୁକ୍ଳା ଏବଂ ଶେହନାଜ ଗିଲଙ୍କ ଲଭ୍‌ ଷ୍ଟୋରୀ ୨୦୧୯ରେ ବିଗ୍‌ ବସ-୧୩ ଘରେ ଆରମ୍ଭ ହୋଇଥିଲା। ଦୁହିଁଙ୍କ ଯୋଡିକୁ ସେତେବେଳେ ଦର୍ଶକେ ଖୁବ ପସନ୍ଦ କରିଥିଲେ। ଏହାପରେ ସିଦ୍ଧାର୍ଥ ଏବଂ ଶେହନାଜ 'ଭୁଲା ଦୁଙ୍ଗା' ମ୍ୟୁଜିକ ଭିଡିଓରେ ଏକାଠି ନଜର ଆସିଥିଲେ। ଦୁହେଁ ପରସ୍ପରକୁ ଡେଟ୍‌ କରୁଥିଲେ, ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା।

 

View this post on Instagram

 

A post shared by DILJIT DOSANJH (@diljitdosanjh)

Related story