ହଲିଉଡ ମୁହାଁ ଶେହନାଜ୍‌!

ମୁମ୍ବାଇ: ରିଆଲିଟି ଶୋ’, ହିନ୍ଦୀ ମ୍ୟୁଜିକ ଆଲବମ୍‌, ପଞ୍ଜାବୀ ଫିଲ୍ମ ପରେ ଏବେ ହଲିଉଡ। ବିଗ୍‌ ବସ୍‌ ସିଜିନ୍‌-୧୩ର ଫେମସ୍‌ ପ୍ରତିଯୋଗୀ ଶେହନାଜ ଗିଲ୍‌ ଏବେ ହଲିଉଡ ମୁହାଁ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଶେହନାଜ ଧୀରେ ଧୀରେ ନିଜକୁ ସମ୍ଭାଳିବା ଆରମ୍ଭ କରିଛନ୍ତି। ସେ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରୁଛନ୍ତି। ପୂର୍ବ ଭଳି ଅଭିନେତ୍ରୀ ଶେହନାଜ ନିଜ ଫ୍ୟାନ୍‌ମାନଙ୍କୁ ଏଣ୍ଟରଟେନ୍‌ କରିବା ଆରମ୍ଭ କରିଦେଇଛନ୍ତି। ସୋଶାଲ ମିଡିଆରେ ଶେହନାଜଙ୍କ […]

shehnaaz-gill

shehnaaz-gill

Madhupriya Mistry
  • Published: Wednesday, 22 December 2021
  • Updated: 22 December 2021, 03:53 PM IST

Sports

Latest News

ମୁମ୍ବାଇ: ରିଆଲିଟି ଶୋ', ହିନ୍ଦୀ ମ୍ୟୁଜିକ ଆଲବମ୍‌, ପଞ୍ଜାବୀ ଫିଲ୍ମ ପରେ ଏବେ ହଲିଉଡ। ବିଗ୍‌ ବସ୍‌ ସିଜିନ୍‌-୧୩ର ଫେମସ୍‌ ପ୍ରତିଯୋଗୀ ଶେହନାଜ ଗିଲ୍‌ ଏବେ ହଲିଉଡ ମୁହାଁ ହୋଇଥିବା ନେଇ ଚର୍ଚ୍ଚା ହେଉଛି।

ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଶେହନାଜ ଧୀରେ ଧୀରେ ନିଜକୁ ସମ୍ଭାଳିବା ଆରମ୍ଭ କରିଛନ୍ତି। ସେ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରୁଛନ୍ତି। ପୂର୍ବ ଭଳି ଅଭିନେତ୍ରୀ ଶେହନାଜ ନିଜ ଫ୍ୟାନ୍‌ମାନଙ୍କୁ ଏଣ୍ଟରଟେନ୍‌ କରିବା ଆରମ୍ଭ କରିଦେଇଛନ୍ତି। ସୋଶାଲ ମିଡିଆରେ ଶେହନାଜଙ୍କ ଢ଼େରସାରା ଫ୍ୟାନ୍‌ ଫଲୋଇଂ ଅଛନ୍ତି। ଲଗାତର ସେ ନିଜ ଫଟୋ ଏବଂ ଭିଡିଓ ଶେଆର କରୁଛନ୍ତି।

ନିକଟରେ ଶେହନାଜ ନିଜ ଇନ୍‌ଷ୍ଟାଗ୍ରାମରେ ହଲିଉଡ ମୁଭି 'ଲୁସିଫର'ର ଏକ ପୋଷ୍ଟର ଶେଆର କରିଛନ୍ତି। ଏଥିରେ ସେ ହଲିଉଡ ଅଭିନେତା ଟମ୍‌ ଏଲିସଙ୍କ ସହ ନଜର ଆସିଛନ୍ତି। ଏହି ପୋଷ୍ଟରରେ ଶେହନଜା ଇଣ୍ଟେନ୍ସ ଲୁକ୍‌ ଦେଉଥିବା ଦେଖିବାକୁ ମିଳିଛି।

ଏହି ପୋଷ୍ଟରର ସବୁ ଟାଇଟଲରେ 'ହେଲ୍‌କୁ ନୂଆ ରୁମ୍‌ମେଟ୍‌ ମିଳିଗଲା' ବୋଲି ଲେଖା ହୋଇଛି। ସେପଟେ ଶେହନାଜ ମଧ୍ୟ ନିଜ କ୍ୟାପସନ୍‌ରେ ପ୍ରକୃତ 'ବିଗ୍‌ ବସ୍‌ ଏଠି ଅଛି' ବୋଲି ଲେଖିଛନ୍ତି।  ଶାହନାଜଙ୍କ ପୋଷ୍ଟକୁ ନେଇ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ଅଛନ୍ତି। କିଛି ପ୍ରଶଂସକ ଲେଖିଛନ୍ତି, "ତୁମେ କାମକୁ ଫେରି ଆସିଛ, ଆମେ ବହୁତ ଖୁସି"। ଆଉ  କିଛି ଲୋକ କହିଛନ୍ତି ଯେ ଏହା କୌଣସି ଫିଲ୍ମର ପ୍ରମୋସନ୍‌ ବା ସିରିଜ୍ କି?

ତେବେ ପରେ ଧୀରେ ଧୀରେ ଲୋକମାନଙ୍କ ଏହି ଦ୍ୱନ୍ଦ ଦୂର ହୋଇଛି।  ଜଣାପଡିଛି ଯେ ଶାହନାଜ୍ ଗିଲ୍ 'ଲୁସିଫର୍' ସହିତ OTT ରେ ହଲିଉଡ ଡେବ୍ୟୁ କରୁନାହାଁନ୍ତି। ଏହା ଅନ୍‌ଲାଇନ୍‌ ଷ୍ଟ୍ରିମିଂ ସର୍ଭିସ ଦ୍ୱାରା ଏଡିଟେଡ୍‌ ପୋଷ୍ଟର। ଏହାର କ୍ୟାପସନ୍‌ରେ, ଆମେ ୨୦୨୧ ବର୍ଷକୁ ବିଦାୟ ଦେଉଛୁ ଏବଂ ସର୍ବ ବୃହତ କ୍ରସଓଭର ଏପିସୋଡ୍ ପାଇଁ ଟ୍ୟୁନ୍ ତିଆରି କରୁଛୁ।

କେବଳ ଶେହନାଜ ନୁହେଁ ଷ୍ଟ୍ରିମିଂ ସର୍ଭିସ ବର୍ଷ ୨୦୨୧ର ପ୍ରସିଦ୍ଧ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏବଂ ସୋନୁ ସୁଦଙ୍କ ଭଳି ଅନ୍ୟ ସେଲେବ୍ରିଟିଙ୍କ ଏଡିଟ୍ ପୋଷ୍ଟର ମଧ୍ୟ ଶେଆର କରିଛି।

ସୂଚନା ମୁତାବକ, ଶେହନାଜ ଗିଲଙ୍କୁ ଶେଷଥର ପାଇଁ ପଞ୍ଜାବୀ ଫିଲ୍ମ 'ହୋସଲା ରଖ'ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ପଞ୍ଜାବୀ ଅଭିନେତା ତଥା ସିଙ୍ଗର ଦଲଜିତ ଦୋସାଞ୍ଜଙ୍କ ସହ ନଜର ଆସିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ ବେଶ୍‌ ସଫଳ ହୋଇଥିଲା। ଶେହନାଜ ସେପ୍ଟେମ୍ବର ମାସରେ ବିଗ୍‌ ବସ୍‌ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ। ତାଙ୍କ ମୃତ୍ୟୁ ଶେହନାଜଙ୍କୁ ଶକ୍ତ ଧକ୍କା ଦେଇଥିଲା। ବିଗ୍‌ ବସ୍‌-୧୩ ଶେହନାଜ ଓ ସିଦ୍ଧାର୍ଥଙ୍କ ଦେଖା ସାକ୍ଷାତ ହୋଇଥିଲା।

https://twitter.com/ishehnaaz_gill/status/1473274599622070273?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos