ସ୍ୱାମୀଙ୍କ ପାଇଁ ଘାଟାରେ ପଡିଲେ ଶିଲ୍ପା

ମୁମ୍ବାଇ: ଚାରିଆଡୁ ଆଲୋଚନା। ଅପମାନ ଓ ଟାହି ଟାପରା। ସୋଶାଲ ମିଡିଆରେ ବି ଜୋରଦାର ଟ୍ରୋଲିଂ ପରେ ଏବେ କୋଟି କୋଟି ଟଙ୍କାର କ୍ଷତି। ଅଶ୍ଳୀଳ ଫିଲ୍ମ ମାମଲାରେ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ଘାଟାରେ ପଡିଛନ୍ତି ଅଭିନେତ୍ରୀ ଶିଲ୍ପା। ତାଙ୍କୁ ରାଜଙ୍କ ପାଇଁ ସହିବାକୁ ପଡିଛି କୋଟି କୋଟି ଟଙ୍କାର କ୍ଷତି। ରାଜ କୁନ୍ଦ୍ରା ଗିରଫ ପରେ ଶିଲ୍ପା ସେଟ୍ଟି ଲୋକପ୍ରିୟ ଟିଭି ରିଆଲିଟି ଶୋ’ ସୁପର ଡ୍ୟାନ୍ସର-୪ରୁ ଗାଏବ୍‌ ହୋଇଯାଇଛନ୍ତି। ଶିଲ୍ପା […]

Shilpa

Shilpa

Madhupriya Mistry
  • Published: Wednesday, 04 August 2021
  • Updated: 04 August 2021, 01:53 PM IST

ମୁମ୍ବାଇ: ଚାରିଆଡୁ ଆଲୋଚନା। ଅପମାନ ଓ ଟାହି ଟାପରା। ସୋଶାଲ ମିଡିଆରେ ବି ଜୋରଦାର ଟ୍ରୋଲିଂ ପରେ ଏବେ କୋଟି କୋଟି ଟଙ୍କାର କ୍ଷତି। ଅଶ୍ଳୀଳ ଫିଲ୍ମ ମାମଲାରେ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ଘାଟାରେ ପଡିଛନ୍ତି ଅଭିନେତ୍ରୀ ଶିଲ୍ପା। ତାଙ୍କୁ ରାଜଙ୍କ ପାଇଁ ସହିବାକୁ ପଡିଛି କୋଟି କୋଟି ଟଙ୍କାର କ୍ଷତି।

ରାଜ କୁନ୍ଦ୍ରା ଗିରଫ ପରେ ଶିଲ୍ପା ସେଟ୍ଟି ଲୋକପ୍ରିୟ ଟିଭି ରିଆଲିଟି ଶୋ' ସୁପର ଡ୍ୟାନ୍ସର-୪ରୁ ଗାଏବ୍‌ ହୋଇଯାଇଛନ୍ତି। ଶିଲ୍ପା ଗତ ୩ ସିଜନ ଧରି ଏହି ଶୋ'କୁ ଗୀତା କପୁର ଏବଂ ଅନୁରାଗ ବାସୁଙ୍କ ସହ ଜଜ୍‌ କରୁଥିଲେ। ଚଳିତ ବର୍ଷ ମଧ୍ୟ ସେ ଜଜ୍‌ ସିଟ୍‌ରେ ବସିଥିଳେ। କିନ୍ତୁ ସ୍ୱାମୀଙ୍କ ଗିରଫଦାରୀ ପାରେ ତାଙ୍କ ହାତରୁ ଏହି ଶୋ' ଏବେ ଚାଲି ଯାଇଛି।  ଏଥିସହ ତାଙ୍କର ୨ କୋଟି ଟଙ୍କାର କ୍ଷତି ମଧ୍ୟ ହୋଇଛି।

ଏହି ଶୋ'କୁ ଜଜ୍‌ କରିବା ପାଇଁ ଶିଲ୍ପାଙ୍କୁ ପ୍ରତି ଏପିସୋଡ ପିଛା ୧୮ରୁ ୨୦ ଲକ୍ଷ ଟଙ୍କା ଯାଏଁ ଫିସ୍‌ ମିଳୁଥିଲା। ପ୍ରତି ସପ୍ତାହରେ ଏହି ଶୋ'ର ଦୁଇଟି ଏପିସୋଡ ପ୍ରସାରିତ ହେଉଛି, କିନ୍ତୁ ଗତ ଚାରି ଏପିସୋଡ ଧରି ଶିଲ୍ପାଙ୍କୁ ଏହି ଶୋ'ର ସେଟ୍‌ରେ ଆଉ ଦେଖିବାକୁ ମିଳୁନାହିଁ। ତାଙ୍କ ସ୍ଥାନରେ ମେକର୍ସ ଅନ୍ୟ ଗେଷ୍ଟମାନଙ୍କୁ ଆମନ୍ତ୍ରଣ କରୁଛନ୍ତି।

ଶିଲ୍ପା ଏହି ଶୋରୁ ଗାଏବ୍‌ ହେବା ପରେ ତାଙ୍କୁ କୁଆଡେ ଆଉଟ୍‌ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ସେପଟେ କିନ୍ତୁ ଚ୍ୟାନେଲ ପକ୍ଷରୁ ଏନେଇ କୌଣସି ସୂଚନା ମିଳିନାହିଁ।

ସୂଚନା ଯୋଗ୍ୟ, ଗତ ୧୯ ଜୁଲାଇରେ ମୁମ୍ବାଇ କ୍ରାଇମ ବ୍ରାଂଚ ପୁଲିସ ଅଶ୍ଳୀଳ ଫିଳ୍ମ ତିଆରି କରିବା ଅଭିଯୋଗରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା। ରାଜଙ୍କ ବିରୋଧରେ ତାଙ୍କ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ପୁଲିସ କହିଛି। ସେପଟେ ଏହି ମାମଲାକୁ ନେଇ ଶିଲ୍ପାଙ୍କ କ'ଣ ଭୂମିକା ରହିଛି ସେ ନେଇ ମଧ୍ୟ ପୁଲିସ ଯାଂଚ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos